ମହାକାଳପଡାରେ ପ୍ରତିଷ୍ଠା ହେବ ନଦୀଭିତ୍ତିକ ବନ୍ଦର

March 14, 2020, ଓଡ଼ିଶା, , Anupambharat News Bureau


ମହାକାଳପଡାରେ ପ୍ରତିଷ୍ଠା ହେବ ନଦୀଭିତ୍ତିକ ବନ୍ଦର
Anupambharat News Bureau
March 14, 2020

ଭୁବନେଶ୍ୱର,୧୪ା୩ (ଅନୁପମ ମିଡିଆ): ପାରାଦ୍ୱୀପ ବନ୍ଦର ଟ୍ରଷ୍ଟ ଦ୍ୱାରା ମହାନଦୀର ବାମପାଶ୍ୱର୍ରେ ନଦୀଭତ୍ତିକ ବନ୍ଦର ପ୍ରତିଷ୍ଠା କରିବାପାଇଁ କେନ୍ଦ୍ର ସରକାରଙ୍କ ଯାହାଜ ଚଳାଚଳ ମନ୍ତ୍ରଣାଳୟ ଦେଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ନୀତିଗତ ଭାବେ ଅନୁମୋଦନ ପ୍ରଦାନ କରିଛନ୍ତି ।
ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏସମ୍ପର୍କରେ କହିଛନ୍ତି ଯେ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ୍‌ ଅଂଚଳରେ ଏହି ବନ୍ଦର ପ୍ରତିଷ୍ଠା ହେବ । ଏହି ନଦୀ ଭିତ୍ତିକ ବନ୍ଦର ପ୍ରତିଷ୍ଠା ପାଇଁ ବିକାଶ ସଂସ୍ଥା ଓ ଚୟନ ନିମିତ ବିଡିଂ ପ୍ରୋସେସ୍‌ କରାଯାଇଥିିଲା । ସେଥିରେ କୌଣସି ସଂସ୍ଥା ବିଡିଂ କରିନଥିଲେ । ଏଥିପାଇଁ କେନ୍ଦ୍ର ସରକାରଙ୍କ ପରିଚାଳନାଧୀନ ପାରାଦ୍ୱୀପ ବନ୍ଦର ଟ୍ରଷ୍ଟ ଦ୍ୱାରା ଏହି ବନ୍ଦର ନିର୍ମାଣ ଓ ପରିଚାଳନା ପାଇଁ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଥିଲା । ସେ ଆହୁରି କହିଛନ୍ତି ଯେ ଆଇଆଇଟି ଚେନ୍ନାଇ ଦ୍ୱାରାଚିହ୍ନଟ ସ୍ଥାନ ମାନଙ୍କ ମଧ୍ୟରୁ ଧାମରା ଠାରେ ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଶେଷ ହୋଇ ପଣ୍ୟ କାରବାର ଚାଲିଛି । ସୁବର୍ଣ୍ଣରେଖା ମୁହାଣ ଓ ଦେବୀ ମୁହାଣ ନିକଟରେ ଦୁଇଟି ବନ୍ଦର ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇଛି । ପଣ୍ୟ କାରବାର ଚାଲୁ ଅଛି । ପିପିପି ମୋଡ୍‌ ରେ ଏହି କାର୍ଯ୍ୟକରାଯାଉଛି । ବନ୍ଦର ଉନ୍ନୟନ କର୍ତୃପକ୍ଷଙ୍କ ସହ ସ୍ୱାକ୍ଷର ହୋଇଥିବା ଚୁକ୍ତିନାମା ଅନୁଯାୟୀ ସମ୍ପୃକ୍ତ ବନ୍ଦରର ଚୁକ୍ତି ଅବଧି ବର୍ଷ , ବନ୍ଦର ନିର୍ମାଣ ପାଇଁ ୪ ବର୍ଷ ଏବଂ ବନ୍ଦର ଚକ୍ତି ଅବଧି ପରବର୍ତୀ ସମୟରେ ୧୦ ବର୍ଷ ଲେଖାଏଁ ୨ ଥର ବୃଦ୍ଧି କରାଯାଇପାରିବ । ରାଜ୍ୟ ସରକାର ବନ୍ଦରର ଉନ୍ନତି କରଣ ପାଇଁ ଜମି ଲିଜ୍‌
ଆକାରରେ ଯୋଗାଇଦେବେ । ଇତିମଧ୍ୟରେ ଓଡିଶା ସରକାର ୧୪ ଟି ସ୍ଥାନରେ ବନ୍ଦର ,ନିର୍ମାଣ ପାଇଁ ବିଜ୍ଞପ୍ତି ଜାରୀ କରିଛନ୍ତି । ଆଇଆଇଟି ଚେନ୍ନାଇ ଦ୍ୱାରା ଓସେନ୍‌ ଇଞ୍ଜିନିୟରିଂ ସେଣ୍ଟରର ବୈଷୟିକ କମିଟି ଦ୍ୱାରା ଓଡିଶା ଉପକୂଳର ବାଲେଶ୍ୱରର ସୁବର୍ଣ୍ଣରେଖା ମୁହାଣ , ଚାନ୍ଦିପୁର ଓ ଇଂଚୁଡି , ଭଦ୍ରକ ଜିଲ୍ଲାର ଚୂଡାମଣି , ପୁରୀ ଜିଲ୍ଲାର ଦେବୀ ନଦୀ, ବାଲିହରଚଣ୍ଡୀ , ଗଞ୍ଜାମର ବାହୁଦା ମୁହାଣ ଠାରେ ବନ୍ଦର ନିର୍ମାଣ ପାଇଁ ଉପଯୁକ୍ତ ବୋଲି ଚିହ୍ନଟ ହୋଇଛି । ଏହା ବ୍ୟତୀତ ଧାମରାଠାରେ ମଧ୍ୟ ବନ୍ଦର ପ୍ରତିଷ୍ଠା ପାଇଁ ମତାମତ ଆସିଥିଲା । ଏଗୁଡିକ ବ୍ୟତୀତ ବାଲେଶ୍ୱର ଜିଲ୍ଲାର ବିଚିତ୍ରପୁର ଓ ବାହାବଳପୁର , ଜଗତସିଂହପୁର ଜିଲ୍ଲାର ଜଟାଧରମୁହାଣ , କେନ୍ଦ୍ରାପଡାର ଆଖଡାଶାଳି, ଗଞ୍ଜାମ ଜିଲ୍ଲାର ଗୋପାଳପୁରଠାରେ ୫ ଟି ବନ୍ଦର ପ୍ରତିଷ୍ଠା ପାଇଁ ସ୍ଥାନ ନିରୂପଣ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କମ ପିଲା ଥିବା ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ବିରୋଧ,  ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ଚେତାବନୀ

କମ ପିଲା ଥିବା ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ବିରୋଧ, ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ଚେତାବନୀ

Read More...

ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ଷ୍ଟେଟ ମାନ୍ୟତା ଦିଆଯାଉ : ନବୀନ

ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ଷ୍ଟେଟ ମାନ୍ୟତା ଦିଆଯାଉ : ନବୀନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page