ଆଜି ମହାଶିବରାତ୍ରୀ, ରାତି ୧୦ ଟାରେ ମହାଦ୍ୱୀପ ଉଠିବା ନେଇ ନୀତି ନର୍ଘଣ୍ଟ

February 20, 2020, ଓଡ଼ିଶା, , Anupambharat News Bureau


ଆଜି ମହାଶିବରାତ୍ରୀ,   ରାତି ୧୦ ଟାରେ ମହାଦ୍ୱୀପ ଉଠିବା ନେଇ ନୀତି ନର୍ଘଣ୍ଟ
Anupambharat News Bureau
February 20, 2020

ଭୁବନେଶ୍ୱର, ୨୦ ।୨ ।(ଅନୁପମ ମିଡିଆ): ଶୁକ୍ରବାର ଦିନ ମହା ଶିବରାତ୍ରୀ ଉତ୍ସବ ପାଳନ ଉପଲକ୍ଷେ ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରାତି ୧୦ ଟାରେ ମହାଦ୍ୱୀପ ଉଠିବା ନେଇ ନୀତି ନିର୍ଘଂଟ ହୋଇଛି ।
ଏହାସହ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି ଟ୍ରାଫିକ୍‌ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାପାଇଁ ସର୍ବସାଧାରଣଙ୍କ ପାଇଁ ଆଡଭାଇଜରୀ ଜାରୀ କରାଯାଇଛି । ମହାଶିବରାତ୍ରୀ ପାଇଁ ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିନିର୍ଘଂଟ କରାଯାଇଛି । ନୀତି ଅନୁଯାୟୀ ମହାଶିବରାତ୍ରୀ ପ୍ରାତଃ ୩.୦୦ ରୁ ୩.୩୦ ମଧ୍ୟରେ ମଙ୍ଗଳ ଆଳତୀ ଓ ଅବକାଶ ନୀତି ହେବ । ସେହିପରି ଭୋର୍‌ ୩.୩୦ରୁ ଦିନ ୧୧.୦୦ ପର୍ଯ୍ୟନ୍ତ ସାହାଣମେଳା ଦର୍ଶନ ଅନୁଷ୍ଠିତ ହେବ । ଏହାସହ ରୋଷହୋମ ସକାଳ ୬.୩୦ରେ, ଛାମୁ ପରିଷ୍କାର ପୂର୍ବାହ୍ନ ୧୧ଟା ଠାରୁ ୧୨ଟା ପର୍ଯ୍ୟନ୍ତ, ମହାସ୍ନାନ ଓ ବେଶ ୧୨.୦୦ରୁ ୧୨.୪୫, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଶ୍ରୀଜୀଉଙ୍କ ଠାକୁରାଣୀ ବଲ୍ଲଭ ଓ ସକାଳଧୂପ ଅପରାହ୍ନ ୧୨.୪୫ରୁ ୨.୩୦ ମଧ୍ୟରେ ହେବାର କାର୍ଯ୍ୟକ୍ରମ ରହିଛି ।
ଭୁବନେଶ୍ୱରୀଙ୍କ ସକାଳ ଧୂପ ୨.୩୦ ଠାରୁ ୨.୪୫, ଭୋଗମଣ୍ଡପ ଅପରାହ୍ନ ୨.୪୫ ଠାରୁ ୩.୪୫, ସାହାଣମେଲା ଦର୍ଶନ ଅପରାହ୍ନ ୩.୪୫ ଠାରୁ ୪.୪୫, ଛାମୁ ପରିଷ୍କାର ଅପରାହ୍ନ ୪.୪୫ରୁ ୪.୧୫ ମଧ୍ୟରେ, ଶ୍ରୀଜୀଉଙ୍କ ବେଶ ଅପରାହ୍ନ ୫.୧୫ ଠାରୁ ୫.୪୫, ବୀରକିଶେରୀ ବଲ୍ଲଭ, ଦ୍ୱିପ୍ରହର ଧୂପ ଓ ଭୁବନେଶ୍ୱରୀଙ୍କ ଦ୍ୱିପହର ଧୂପ ଅପରାହ୍ନ ୪.୪୫ ଠାରୁ ୭.୦୦, ଶ୍ରୀଜୀଉଙ୍କ ପହୁଡ଼ ସନ୍ଧ୍ୟା ୭.୦୦ରୁ ୭.୧୦, ଶ୍ରୀଜୀଉଙ୍କ ସନ୍ଧ୍ୟା ଆଳତୀ ଓ ଟେରାଫିଟା ସନ୍ଧ୍ୟ ୭.୧୦ ଠାରୁ ୭.୩୦, ଶ୍ରୀଜୀଉଙ୍କ ମାଜଣା ଓ ବେଶ ସନ୍ଧ୍ୟା ୭.୩୦ରୁ ୮.୧୦, ଶ୍ରୀଜୀଉଙ୍କ ଯାତ୍ରା ପୂଜା ଓ ବେଢ଼ା ରାତ୍ରୀ ୮.୧୦ରୁ ୮.୫୫, ଶ୍ରୀଜୀଉଙ୍କ ସନ୍ଧ୍ୟାଧୂପ ଓ ତୀର୍ଥ ଜଳ ଆନୟନ ୮.୫୫ ଠାରୁ ୧୦.୦୦, ମହାଦୀପ ଦର୍ଶନ ରାତ୍ରୀ ୧୦.୦୦ ଟା, ସାହାଣମେଲା ଦର୍ଶନ ରାତ୍ର ୧୦.୦୦ ଠାରୁ ୧୧.୦୦, ଭୁବନେଶ୍ୱରୀଙ୍କ ସନ୍ଧ୍ୟାଧୂପ ଓ ପୂଜା, ଶ୍ରୀଜୀଉଙ୍କ ଛାମୁ ପରିଷ୍କାର ରାତ୍ରୀ ୧୧.୦୦ ଠାରୁ ୧୧.୩୦, ଚାରିପ୍ରହର ପୂଜା ରାତ୍ରୀ ୧୧.୩୦ ଠାରୁ ୩.୩୦, ହରିହର ଭେଟ ଭୋର ୩.୩୦ରୁ ୪.୩୦ ଓ ବଡ଼ସିଂହାର ଓ ପହୁଡ଼ ଭୋର ୪.୩୦ ଠାରୁ ୫.୧୫ ମଧ୍ୟରେ ହେବାର ନୀତିନିଘଂଟ ହୋଇଛି ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଲିଙ୍ଗରାଜ ମନ୍ଦିର ବ୍ୟତୀତ ରାମେଶ୍ୱର ମନ୍ଦିର , ଭାସ୍କରେଶ୍ୱର ମନ୍ଦିର , ବ୍ରହ୍ମେଶ୍ୱର ମନ୍ଦିର , ଗୋସଗୋରେଶ୍ୱର ମନ୍ଦିର ଆଦିରେ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟସଭା ରେସ : ରାଜନୀତି ସରଗରମ

ରାଜ୍ୟସଭା ରେସ : ରାଜନୀତି ସରଗରମ

Read More...

ପଟିଆ ବିଗ୍‌ ବଜାରକୁ ସିଲ୍‌ କଲା ବିଏମସି

ପଟିଆ ବିଗ୍‌ ବଜାରକୁ ସିଲ୍‌ କଲା ବିଏମସି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page