ବିରଳ ଅସ୍ତ୍ରୋପଚାର: ବ୍ୟକ୍ତିଙ୍କ ପେଟରୁ ବାହାରିଲା ୧୧୬ କଣ୍ଟା

May 16, 2019, ଦେଶ, , Anupambharat News Bureau


ବିରଳ ଅସ୍ତ୍ରୋପଚାର: ବ୍ୟକ୍ତିଙ୍କ ପେଟରୁ ବାହାରିଲା ୧୧୬ କଣ୍ଟା
Anupambharat News Bureau
May 16, 2019

ଜୟପୁର : ରାଜସ୍ଥାନର ବୁନ୍ଦୀରେ ଡାକ୍ତରୀ ଟିମ୍‌ ଏକ ବିରଳ ଅସ୍ତ୍ରୋପଚାର କରିଛନ୍ତି । ଜଣେ ମଧ୍ୟ ବୟସ୍କ ବ୍ୟକ୍ତିଙ୍କ ଅସ୍ତ୍ରୋପଚାର ପରେ ଡାକ୍ତର ମଧ୍ୟ ଚମକି ପଡ଼ିଛନ୍ତି । କାରଣ ବ୍ୟକ୍ତିଙ୍କ ପେଟରୁ ୧୧୬ଟି ଲୁହା କଣ୍ଟା ଏବଂ ତାର ବାହାରିଛି । ସ୍କାନିଂ ସମୟରେ ମଧ୍ୟ ଡାକ୍ତର ଅଭିଭୂତ ହୋଇ ଯାଇଥିଲେ । ଏହି ଅସ୍ତ୍ରୋପଚାର ସୋମବାର କରାଯାଇଛି, ଯେଉଁଥିରେ କି ଭୋଳା ଶଙ୍କର (୪୨) ନାମରେ ଜଣେ ବ୍ୟକ୍ତିଙ୍କ ପେଟରୁ କଣ୍ଟାଗୁଡ଼ିକ ବାହାରିଛି ।
ହସ୍ପିଟାଲର ସର୍ଜନ ଡାକ୍ତର ଅନିଲ ସୈନୀ କହିଛନ୍ତି, ଭୋଲା ଶଙ୍କର ଲୁହା କଣ୍ଟା ଖାଇବାକୁ ବହୁତ ପସନ୍ଦ କରେ । ସେ ଖାଇଥିବା ଅଧିକାଂଶ କଣ୍ଟାର ଲମ୍ବ ୬.୫ ସେଣ୍ଟିମିଟର । ସବୁତକ କଣ୍ଟା ବାହାର କରିବା ପାଇଁ ଦେଢ ଘଣ୍ଟା ଲାଗିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତୀୟ ଦଳରେ ହାର୍ଦ୍ଦିକଙ୍କ ସହ କେହି ତୁଳନୀୟ ନୁହଁନ୍ତି: ସେହ୍ୱାଗ୍‌

ଭାରତୀୟ ଦଳରେ ହାର୍ଦ୍ଦିକଙ୍କ ସହ କେହି ତୁଳନୀୟ ନୁହଁନ୍ତି: ସେହ୍ୱାଗ୍‌

Read More...

ସୈଫ ପଦ୍ମ ପୁରସ୍କାର ଫେରାଇବାକୁ ଚାହିଁଥିଲେ

ସୈଫ ପଦ୍ମ ପୁରସ୍କାର ଫେରାଇବାକୁ ଚାହିଁଥିଲେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page