ମାଟି୍ରକ୍‌ ପରୀକ୍ଷା ପ୍ରସଙ୍ଗ ଭଙ୍ଗାଯାଉଛି ସିସିଟିଭି

February 20, 2020, ଓଡ଼ିଶା, , Anupambharat News Bureau


ମାଟି୍ରକ୍‌ ପରୀକ୍ଷା ପ୍ରସଙ୍ଗ ଭଙ୍ଗାଯାଉଛି ସିସିଟିଭି
Anupambharat News Bureau
February 20, 2020

କଟକ/ଭୁବନେଶ୍ୱର,୨୦ ।୨ । (ଅନୁପମ ମିଡିଆ): ମାଟ୍ରିକ ପରୀକ୍ଷା ସମୟରେ ଲାଗିଥିବା ସିସିଟିିଭି କ୍ୟାମେରାକୁ ଜାଣିଶୁଣି ଭଙ୍ଗାଯାଉଛି । ଆଗାମୀ ଦିନରେ ଅନ୍ୟ ପରୀକ୍ଷା କେନ୍ଦ୍ରରେ ଲାଗିଥିବା ସିସିଟିଭିକୁ ନଷ୍ଟ କରାଯିବାର ଆଶଙ୍କା କରାଯାଉଥିବାରୁ ବୋର୍ଡ ପରୀକ୍ଷା ନିୟନ୍ତ୍ରକ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଗୁରୁବାର ଦିନ ନୋଟିସ ଜାରି କରିଛନ୍ତି । କେବଳ ଏତିକି ନୁହେଁ ସିସିଟିଭି ନଷ୍ଟ ହୋଇଥିବା ଉପକରଣର ସମସ୍ତ ଅର୍ଥ କ୍ଷତିପୂରଣ ଆକାରରେ ସ୍କୁଲ କର୍ତ୍ତୃପକ୍ଷଙ୍କଠାରୁ ଆଦାୟ କରାଯିବ । ଯେକୌଣସି ମତେ ସିସିଟିଭି ସୁଇଚ୍‌ ଅଫ କରାଯିବ ନାହିଁ ବୋଲି ଚିଠି ମଧ୍ୟରେ କୁହାଯାଇଛି । ଅନ୍ୟପଟେ ପରୀକ୍ଷାର୍ଥୀ ଯଦି ଏ ଘଟଣାରେ ସମ୍ପୃକ୍ତ ଥାଆନ୍ତି ,ତେବେ ସେମାନଙ୍କ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ କରାଯିବ ନାହିଁ । ମାଟ୍ରିକ ପରୀକ୍ଷାକୁ ସ୍ୱଚ୍ଚ ଓ ଶୃଙ୍ଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ଚାରିସ୍ତରୀୟ ସ୍କାର୍ଡ ବ୍ୟବସ୍ଥା କରାଯାଇଛି । ଉତ୍ତେଜନା ପ୍ରବଣ କେନ୍ଦ୍ରଗୁଡ଼ିକରେ ଅଧିକ ପୁଲିସ ମୁତୟନ ସହ ପରୀକ୍ଷା କେନ୍ଦ୍ର ଚାରିପାଖରେ ଲୋକଙ୍କ ଭିଡ଼ ରୋକିବା ନିମନ୍ତେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପରୀକ୍ଷା କେନ୍ଦ୍ର, ନୋଡାଲ ସେଣ୍ଟର ଓ ମୂଲ୍ୟାୟନ କେନ୍ଦ୍ରଗୁଡ଼ିକୁ ଶିକ୍ଷକମାନେ ମୋବାଇଲ୍‌
ନେଇପାରିବେ ନାହିଁ ବ୍ୟବସ୍ଥା କରାଯାଇଛି । ୧୦୦୦ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇଛି । ଆଉ ଏଥିପାଇଁ ବୋର୍ଡ ପରୀକ୍ଷା ନିୟନ୍ତ୍ରକ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନୋଟିସ ଜାରି କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପଟିଆ ବିଗ୍‌ ବଜାରକୁ ସିଲ୍‌ କଲା ବିଏମସି

ପଟିଆ ବିଗ୍‌ ବଜାରକୁ ସିଲ୍‌ କଲା ବିଏମସି

Read More...

ଟ୍ରକ-ବସ୍‌ ମୁହାଁମୁହିଁ ଧMା, ୨୦ ମୃତ

ଟ୍ରକ-ବସ୍‌ ମୁହାଁମୁହିଁ ଧMା, ୨୦ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page