ମାର୍ଚ୍ଚ ୩ରେ ଚାରି ଦୋଷୀଙ୍କୁ ଫାଶୀ

February 18, 2020, ଦେଶ, , Anupambharat News Bureau


ମାର୍ଚ୍ଚ ୩ରେ ଚାରି ଦୋଷୀଙ୍କୁ ଫାଶୀ
Anupambharat News Bureau
February 18, 2020

ନୂଆଦିଲ୍ଲୀ,୧୭ା୨: ନିର୍ଭୟା ଗଣବଳାତ୍କାର ମାମଲାର ଚାରି ଦୋଷୀଙ୍କୁ ଫାଶୀ ଦେବା ଲାଗି ସୋମବାର ନୂଆ ଡେଥ୍‌ ୱାରେଣ୍ଟ ଜାରି କରାଯାଇଛି । ଏହି ଡେଥ୍‌ ୱାରେଣ୍ଟ ଅନୁଯାୟୀ ମାର୍ଚ୍ଚ ୩ ସକାଳ ୬ଟାରେ ମାମଲାର ଚାରି ଦୋଷୀଙ୍କୁ ଫାଶୀ ଦିଆଯିବ । ପଟିଆଲା ହାଉସ୍‌ କୋର୍ଟରେ ପାଖାପାଖି ଏକ ଘଣ୍ଟାର ଶୁଣାଣି ପରେ ଏହି ଡେଥ୍‌ ୱାରେଣ୍ଟ ଜାରି କରିଛି । ଆଜି ଦିନ ପ୍ରାୟ ୨ଟାରୁ ନିର୍ଭୟା ଗଣବଳାତ୍କାର ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । ଏଥିରେ ପ୍ରଥମେ ତିନି ଦୋଷୀ ଅକ୍ଷୟ, ବିନୟ, ମୁକେଶଙ୍କ କ୍ଷମା ପ୍ରାର୍ଥନା ଆବେଦନ ଖାରଜ ହୋଇଯିବା ସହ ପବନି ଆବେଦନ ବାକିଥିବା ଦର୍ଶାଯାଇଥିଲାା ଏନେଇ ସରକାରୀ ଓକିଲ କହିଥିଲେ ଏଥିପାଇଁ ହାଇକୋର୍ଟ ପକ୍ଷରୁ ଏକ ସପ୍ତାହ ସମୟ ଦିଆଯାଇଥିବା ବେଳେ ଏହା ଗତ ୧୧ ତାରିଖରୁ ଶେଷ ହୋଇଯାଇଛି । ତେଣୁ ଏବେ ଏହି ମାମଲାର ନୂଆ ଡେଥ୍‌ ୱାରେଣ୍ଟ ଜାରି କରାଯାଉ । ଏହାପରେ ବି ଦୋଷୀଙ୍କ ପକ୍ଷର ଲଢୁଥିବା ଓକିଲ ଏପି ସିଂ ଜଣେ ଦୋଷୀଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ନଥିବା ଦର୍ଶାଇଥିଲେ । ସମସ୍ତ ତର୍କ ବିତର୍କ ପରେ କି;ୁ ଶେଷରେ କୋର୍ଟ ଏହି ମାମଲାର ନୂଆ ଡେଥ୍‌ ୱାରେଣ୍ଟ ଜାରି କରିଥିଲେ । ସୂଚନା
ଯୋଗ୍ୟ, ୨୦୧୨ରେ ଦିଲ୍ଲୀରେ ଜଣେ ପାରାମେଡିକାଲ ଛାତ୍ରୀ(ନିର୍ଭୟା)ଙ୍କୁ ଗଣବଳାତ୍କାର କରାଯିବା ପରେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଦୀର୍ଘ ୭ ବର୍ଷ ପରେ ଏହି ମାମଲାର ରାୟ ପ୍ରକାଶ ପାଇଥିଲା । ଏଥିରେ ୪ ଦୋଷୀଙ୍କୁ କୋର୍ଟ ଫାଶୀ ଦଣ୍ଡାଦେଶ ଦେଇଥିଲେ । ହେଲେ ଏହାକୁ ଚ୍ୟାଲେଞ୍ଜ କରି ସମସ୍ତ ଦୋଷୀ ଆଇନର ଆଶ୍ରୟ ନେଇଥିଲେ । ଫଳରେ ଚାରି ଦୋଷୀଙ୍କ ଫାଶୀ ପାଇଁ ୨ ଥର ଡେଥ୍‌ ୱାରେଣ୍ଟ ଜାରି କରାଯାଇଥିଲେ ବି ଘୁଞ୍ଚି ଯାଇଥିଲା କୋର୍ଟଙ୍କ ନିିଷ୍ପତ୍ତିରେ ନିର୍ଭୟା ମା’ ଆଶା ଦେବୀ ଖୁସି ପ୍ରକାଶ କରିଛନ୍ତି । । ତେବେ ଦୁଇ ଥର ଏଭଳି ନିର୍ଦ୍ଦେଶ ପରେ ମଧ୍ୟ ସ୍ଥଗିତ ରହିଥିବାରୁ ବହୁତ ଖୁସି ନୁହେଁ ବୋଲି ସେ କହିଛନ୍ତି ।
ଗତ ବୁଧବାର ନୂଆ ଡେଥ୍‌ ୱାରେଣ୍ଟ ଜାରି ପାଇଁ ଆଗତ ମାମଲାର ଶୁଣାଣିକୁ ଆଜି ଅଦାଲତ ଶେଷ ସହ ରାୟକୁ ସଂରକ୍ଷିତ ରଖିଥିଲେ । ତେବେ ଆଜି ଅପରାହ@ରେ ବିଚାରପତି ଏହି ସଂରକ୍ଷିତ ରାୟକୁ ଘୋଷଣା କରିବା ସହ ସାନି ଡେଥ୍‌ ୱାରେଣ୍ଟ ଜାରି କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଢୁଛି ତାପମାତ୍ରା

ବଢୁଛି ତାପମାତ୍ରା

Read More...

  ପଛୁଆବର୍ଗ କମିଶନ ବିଲ୍‌ ପାରିତ,  ଐତିହାସିକ ନିଷ୍ପତ୍ତି : ମୁଖ୍ୟମନ୍ତ୍ରୀ

ପଛୁଆବର୍ଗ କମିଶନ ବିଲ୍‌ ପାରିତ, ଐତିହାସିକ ନିଷ୍ପତ୍ତି : ମୁଖ୍ୟମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page