ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି

February 14, 2020, ଓଡ଼ିଶା, , Anupambharat News Bureau


ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି
Anupambharat News Bureau
February 14, 2020

ଭୁବନେଶ୍ୱର, ୧୪ ।୨(ଅନୁପମ ମିଡିଆ): ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ପ୍ରତିଶତ ବୃଦ୍ଧି କରାଯାଇଛି । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ୨୦୨୦ ଜାନୁଆରୀ ୧ରୁ ପିଛିଲା ଭାବେ ଏହାକୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ସପ୍ତମ ବେତନ କମିଶନ ଆଧାରରେ ବକେୟା ୧୦% ବେତନ ପ୍ରଦାନ ନେଇ ଘୋଷଣା କରିଥିଲେ ସରକାର । ଅନ୍ୟପକ୍ଷରେ କର୍ମଚାରୀମାନେ ଏଥିନେଇ ଖୁସି ହେବା ପରିବର୍ତ୍ତେ ଅସନ୍ତୋଷ ପ୍ରକାଶ କରିବାର ପରିଲକ୍ଷିତ ହୋଇଛି । ୨୦୧୯ ଜୁଲାଇ ମାସଠାରୁ ଡି.ଏ ପାଇବା କଥା । ୬ ମାସର ଡିଏ ସରକାର ଦେଇନାହାନ୍ତି । ଏହା ହେଉଛି ନୂଆ ଘଟଣା ବୋଲି ସେମାନଙ୍କ ପକ୍ଷରୁ କୁହାଯାଇଛି । କୌଣସି ସରକାର ଏଭଳି କରିନଥିଲେ ବୋଲି ସେମାନଙ୍କ ପକ୍ଷରୁ କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଡବଲ ମର୍ଡ଼ର ଖୁଲାସା  ପତ୍ନୀ ମାନ୍ୟତା ମାଗିବାରୁ ହତ୍ୟା

ଡବଲ ମର୍ଡ଼ର ଖୁଲାସା ପତ୍ନୀ ମାନ୍ୟତା ମାଗିବାରୁ ହତ୍ୟା

Read More...

୧୧ କେଭି ଲାଇନ୍‌ ମରାମତି   ନିଯୁକ୍ତି ହେବେ ସେଫଟି ଅଫିସର

୧୧ କେଭି ଲାଇନ୍‌ ମରାମତି ନିଯୁକ୍ତି ହେବେ ସେଫଟି ଅଫିସର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page