ଆଜିଠୁ ବିଧାନସଭା ଫ୧୮ରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଫ୩୧ଟି କାର୍ଯ୍ୟ ଦିବସ

February 14, 2020, ଓଡ଼ିଶା, , Anupambharat News Bureau


ଆଜିଠୁ ବିଧାନସଭା  ଫ୧୮ରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଫ୩୧ଟି କାର୍ଯ୍ୟ ଦିବସ
Anupambharat News Bureau
February 14, 2020

ଭୁବନେଶ୍ୱର,୧୩ ।୨ ।(ଅନୁପମ ମିଡିଆ): ଶୁକ୍ରବାରଠାରୁ ବିଧାନସଭାର ବଜେଟ୍‌ ଅଧିବେଶନ ଆରମ୍ଭ ହେବ । ୨ ଟି ପର୍ଯ୍ୟାୟରେ ଏପ୍ରିଲ ୯ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ । ଅଧିବେଶନର ପ୍ରଥମ ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୃହରେ ଅଭିଭାଷଣ ରଖିବେ । ସେହିପରି ୧୮ତାରିଖରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ । ଚଳିତ ଅଧିବେଶନରେ ମୋଟ୍‌ ୩୧ଟି କାର୍ଯ୍ୟ ଦିବସ ରହିଛି । ପ୍ରଥମ ପର୍ଯ୍ୟାୟରେ ଫେବୃଆରୀ ୧୪ ତାରିଖରୁ ୨୬ ତାରିଖ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ମାର୍ଚ୍ଚ ୧୧ ତାରିଖରୁ ଏପ୍ରିଲ୍‌ ୯ ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ ।
ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସୂଚନା ଅନୁଯାୟୀ ପ୍ରଥମ ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଭିଭାଷଣ ଦେବେ । ଏହାସହ ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିବଙ୍ଗତ ପୂର୍ବତନ ମନ୍ତ୍ରୀ ଓ ବିଧାୟକ ମାନଙ୍କ ଉଦ୍ଦେଶ୍ୟରେ ଗୃହରେ ଶୋକ ପ୍ରସ୍ତାବ ଆଗତ କରିବେ । ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତି, ପୂର୍ବତନ ରାଷ୍ଟ୍ରମନ୍ତ୍ରୀ ଜଗନ୍ନାଥ ରାଉତ, ପୂର୍ବତନ ସଦସ୍ୟ ଭାଗିରଥୀ ଦାସ , ନାକା ଲଛମାୟା, ସଚିଦାନନ୍ଦ ଦେଓ, ଦୈତାରୀ ବେହେରା, ଗୌରହରି ନାଏକ ଏବଂ ରାଧା ଗୋବିନ୍ଦ ସାହୁଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଣିବେ । ଫେବୃଆରୀ ୧୫ ଓ ୧୭ତାରିଖ ଦୁଇଦିନ ଧରି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ହେବ । ୧୬ତାରିଖ ଦିନ ଗୃହ କାର୍ଯ୍ୟ ବନ୍ଦ ରହିବ । ୧୮ତାରିଖରେ ରାଜ୍ୟ ଅର୍ଥମନ୍ତ୍ରୀ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ । ୧୯ତାରିଖ ସରକାରୀ କାର୍ଯ୍ୟଦିବସ ଥିବାବେଳେ ୨୦ତାରିଖ ବେସରକାରୀ କାର୍ଯ୍ୟଦିବସ ଏବଂ ୨୧ରୁ ୨୩ତାରିଖ ମହାଶିବରାତ୍ରୀ , ଚତୁର୍ଥ ଶନିବାର ଓ ରବିବାର ଲାଗି ଛୁଟି ରହିଛି । ଫେବୃଆରୀ ୨୪ରୁ ୨୬ତାରିଖ ଦିନ ଧରି ବଜେଟ୍‌ ଉପରେ ଆଲୋଚନା ପରେ ଗୃହ କାର୍ଯ୍ୟ ମାର୍ଚ୍ଚ ୧୦ତାରିଖ ପର୍ଯ୍ୟନ୍ତ ମୁଲତବୀ ରହିବ । ମାର୍ଚ୍ଚ୧୧ତାରିଖରେ ଗୃହର ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଆରମ୍ଭ ହେବ ଏବଂ ଏହି ଦିନ
ବିଭାଗୀୟ ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପିତ ହେବ । ମାର୍ଚ୍ଚ ୧୨ ତାରିଖରୁ ବିଭାଗୱାରି ବଜେଟ୍‌ ଅନୁଦାନ ଉପରେ ଆଲୋଚନା ହେବ । ମାର୍ଚ୍ଚ ୧୪, ୧୫, ୨୨, ୨୮ ଓ ୨୯ ଏବଂ ଏପ୍ରିଲ ପହିଲା ଓ ୨ ଓ ୫ତାରିଖ ଦ୍ୱିତୀୟ ଓ ଚତୁର୍ଥ ଶନିବାର, ରବିବାର , ଉତ୍କଳ ଦିବସ ଓ ରାମ ନବମୀ ପାଇଁ ଛୁଟି ରହିବ ବୋଲି ବିଜ୍ଞପ୍ତିରୁ ଜଣାଯାଇଛି ।
ସେହିପରି ମାର୍ଚ୍ଚ ୩୧ରେ ୨୦୨୦-୨୧ ବର୍ଷ ପାଇଁ ବିନିୟୋଗ ବିଲ୍‌ ଉପସ୍ଥାପିତ ହେବ । ଏପ୍ରିଲ୍‌ ୩, ୭ ଓ ୯ ତାରିଖ ବେସରକାରୀ କାର୍ଯ୍ୟ ଦିବସ ରହିଥିବା ବେଳେ ଏପ୍ରିଲ୍‌ ୪,୬ ଓ ୮ ତାରିଖ ସରକାରୀ ଦିବସ ରଖାଯାଇଛି ।
ବିଧାନସଭା ଅଧିବେଶନର କାର୍ଯ୍ୟକ୍ରମ ନେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅନୁମୋଦନ ପରେ ଗତ ଜାନୁଆରୀ ୨୧ ତାରିଖରେ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରୀ କରାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୧ କେଭି ଲାଇନ୍‌ ମରାମତି   ନିଯୁକ୍ତି ହେବେ ସେଫଟି ଅଫିସର

୧୧ କେଭି ଲାଇନ୍‌ ମରାମତି ନିଯୁକ୍ତି ହେବେ ସେଫଟି ଅଫିସର

Read More...

ମିନାକ୍ଷୀଙ୍କ ଅବସ୍ଥା ସଙ୍କଟାପନ୍ନ

ମିନାକ୍ଷୀଙ୍କ ଅବସ୍ଥା ସଙ୍କଟାପନ୍ନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page