ଆଜି ଦିଲ୍ଲୀ ଭୋଟ

February 07, 2020, ଦେଶ, , Anupambharat News Bureau


ଆଜି ଦିଲ୍ଲୀ ଭୋଟ
Anupambharat News Bureau
February 07, 2020

ନୂଆଦିଲ୍ଲୀ,୭ା୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର ମତଦାନ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୭୦ ସଦସ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଥିଲା । ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ । ଚଳିତ ନିର୍ବାଚନରେ ମୋଟ ୬୭୨ ଜଣ ପ୍ରାର୍ଥୀ ନର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ନୂଆଦିଲ୍ଲୀ ଆସନରେ ସର୍ବାଧିକ ୨୮ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ପଟେଲନଗର ଆସନରେ ସର୍ବନିମ୍ନ ୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ୧ କୋଟି ୪୭ ଲକ୍ଷ ମତଦାତା ଆସନ୍ତାକାଲି ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ସର୍ବମୋଟ୍‌ ୭୫୦ଟି ଭୋଟ ଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଇଛି । ଚଳିତ ବର୍ଷ ଭୋଟର ତାଲିକାରେ ପ୍ରଥମଥର ପାଇଁ ସର୍ବାଧିକ ୨ଲକ୍ଷ ୩୨ ହଜାରରୁ ଊର୍ଦ୍ଧ୍ୱ ସଂଖ୍ୟକ ଭୋଟରଙ୍କ ନାମ ସଂଯୋଗ ହୋଇଛି । ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ ଡକଫର ରଣବୀର ସିଂହ କହିଛନ୍ତି ଅବାଧ ଓ ନିରପେକ୍ଷ ଭୋଟ୍‌ ଗ୍ରହଣ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରାୟ ୪୦ ହଜାର ପୋଲିସ କର୍ମଚାରୀ ଓ ଅନେକ କମ୍ପାନି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍‌ ବାହିନୀ ଯବାନଙ୍କୁ ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକରେ ମୁତୟନ କରାଯାଇଛି । ଦିଲ୍ଲୀ ପୋଲିସର ଜଣେ ଉଚ୍ଚପଦସ୍ଥ ଅଧିକାରୀ କହିଛନ୍ତି, ସମ୍ବେଦନଶୀଳ ଭୋଟ ଗ୍ରହଣ କେନ୍ଦ୍ର ଓ ଭୋଟଗଣତି କେନ୍ଦ୍ରଗୁଡ଼ିକରେ ଇଲେକେଫ୍ରାନିକ୍‌ ଭୋଟିଂ ମେସିନ୍‌ଗୁଡ଼ିକର ସୁରକ୍ଷା ପାଇଁ ଅତିରିକ୍ତ
ଯବାନମାନଙ୍କୁ ମୁତୟନ କରାଯାଇଛି । ଭୋଟ୍‌ ଗ୍ରହଣ କେନ୍ଦ୍ରଗୁଡ଼ିକରେ ପର୍ଯ୍ୟବେକ୍ଷକ ଦଳଗୁଡ଼ିକୁ ମୁତୟନ କରାଯାଇଥିବା ବେଳେ ଫ୍ଲାଇଙ୍ଗ୍‌ ସ୍କ୍‌ୱାର୍ଡମାନଙ୍କୁ ମଧ୍ୟ କାର୍ଯ୍ୟରେ ନିୟୋଜିତ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅନୁପ ସାଏ ଗିରଫ

ଅନୁପ ସାଏ ଗିରଫ

Read More...

ଓଡ଼ିଶା ସିଭିଲ ସର୍ଭିସ ନିୟମରେ ସଂଶୋଧନ  କର୍ମଚାରୀଙ୍କ ମୃତୁ୍ୟ ପରେ ପରିବାରର ଜଣଙ୍କୁ ଚାକିରି

ଓଡ଼ିଶା ସିଭିଲ ସର୍ଭିସ ନିୟମରେ ସଂଶୋଧନ କର୍ମଚାରୀଙ୍କ ମୃତୁ୍ୟ ପରେ ପରିବାରର ଜଣଙ୍କୁ ଚାକିରି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page