ଓଡ଼ିଶାକୁ ପଞ୍ଚମ ଥର କୃଷି କର୍ମଣ ପୁରସ୍କାର

January 02, 2020, ଓଡ଼ିଶା, , Anupambharat News Bureau


ଓଡ଼ିଶାକୁ ପଞ୍ଚମ ଥର  କୃଷି କର୍ମଣ ପୁରସ୍କାର
Anupambharat News Bureau
January 02, 2020

ଭୁବନେଶ୍ୱର,୨ ।୧(ଅନୁପମ ମିଡିଆ): କୃଷି କ୍ଷେତ୍ରରେ ଉତ୍କର୍ଷତା ଲାଗି ଓଡିଶାକୁ ପଂଚମ ଥର ଲାଗି କୃଷି କର୍ମଣ ପୁରସ୍କାର ମିଳିଛି । କର୍ଣ୍ଣାଟକର ତୁମୁକୁର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍‌ କିଷାନ ଯୋଜନାରେ ତୃତୀୟ କିସ୍ତି ପ୍ରଦାନ ସମୟରେ ଏହି ପୁରସ୍କାର ଘୋଷଣା କରିଥିଲେ । ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ପୁରସ୍କାର ବାବଦରେ ଓଡିଶାକୁ ଏକ କୋଟି ଟଙ୍କା ମିଳିଛି ।
ଏହି ଅବସରରେ କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ର ଓ କୃଷି ନିର୍ଦ୍ଦେଶକ ଡ. ଏମ୍‌ ମୁଥୁକୁମାର ମଧ୍ୟ ଉପସ୍ଥିତ ଥିଲେ । ୨୦୧୬-୧୭ ବର୍ଷ ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଖାଦ୍ୟଶସ୍ୟ ଉତ୍ପାଦନରେ ଉଲ୍ଲେଖନୀୟ ସଫଳତା ପାଇଥିବାରୁ କେନ୍ଦ୍ର ସରକାର ଏହି ପୁରସ୍କାର ପ୍ରଦାନ କରିଛନ୍ତି ।
ଦେଶରେ ସାମଗ୍ରୀକ କୃଷି ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ଦ୍ୱିତୀୟ ଶ୍ରେଣୀ ରାଜ୍ୟ ଭାବେ ଚୟନ କରିଛନ୍ତି । ଚାଷୀଙ୍କୁ ଉନ୍ନତମାନର ବିହନ ଯୋଗାଣଠୁଁ ଆରମ୍ଭ କରି ଉତ୍ପାଦନ ପର୍ଯ୍ୟନ୍ତ ଆବଶ୍ୟକ ଭିତ୍ତିଭୂମି ଯୋଗାଇବାରେ ଓଡ଼ିଶା ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ସରକାର ଏହି ପୁରସ୍କାର ପ୍ରଦାନ କରିଛନ୍ତି ।କୃଷି କ୍ଷେତ୍ରରେସଫଳତା ପାଇଁ ଓଡ଼ିଶାକୁ ପୂର୍ବରୁ ୪ ଥର ‘କୃଷି କର୍ମଣ’ ପୁରସ୍କାର ମିଳିସାରିଛି । ବର୍ଷ ୨୦୧୦-୧୧, ୨୦୧୨-୧୩, ୨୦୧୩-୧୪ ଓ ୨୦୧୪-୧୫ ପାଇଁ ଏହି ପୁରସ୍କାର ମିଳିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଆଧାର ଲିଙ୍କ୍‌ ନହେଲେ ଏପ୍ରିଲ୍‌ରୁ ଭତ୍ତା ବନ୍ଦ

ଆଧାର ଲିଙ୍କ୍‌ ନହେଲେ ଏପ୍ରିଲ୍‌ରୁ ଭତ୍ତା ବନ୍ଦ

Read More...

ମୋବାଇଲରେ  କଥା ହୋଇ ଗାଡ଼ି  ଚଳାଇଲେ,  ଡିଏଲ୍‌ ବାତିଲ୍‌ ହେବ

ମୋବାଇଲରେ କଥା ହୋଇ ଗାଡ଼ି ଚଳାଇଲେ, ଡିଏଲ୍‌ ବାତିଲ୍‌ ହେବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page