ଆଧାର ଲିଙ୍କ୍‌ ନହେଲେ ଏପ୍ରିଲ୍‌ରୁ ଭତ୍ତା ବନ୍ଦ

January 02, 2020, ଓଡ଼ିଶା, , Anupambharat News Bureau


 ଆଧାର ଲିଙ୍କ୍‌ ନହେଲେ ଏପ୍ରିଲ୍‌ରୁ ଭତ୍ତା ବନ୍ଦ
Anupambharat News Bureau
January 02, 2020

ଭୁବନେଶ୍ୱର,୨ ।୧ (ଅନୁପମ ମିଡିଆ): ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀଙ୍କ ଆଧାର ଲିଙ୍କ୍‌ ବାଧ୍ୟତାମୂଳକ । ସରକାର ଏଥି ପାଇଁ ପୂର୍ବରୁ ଜିଲ୍ଲାପାଳମାନଙ୍କୁ ଅବଗତ କରାଇଥିଲେ । କିନ୍ତୁ ଆଧାର ଲିଙ୍କ୍‌ ଶତ ପ୍ରତିଶତ ହୋଇ ନଥିବାରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଗୁରୁବାର ଉଦ୍‌ବେଗ ପ୍ରକାଶ କରିଛି ।
ବିଭାଗୀୟ ସଚିବ ଭାସ୍କର ଜ୍ୟୋତି ଶର୍ମା ଗୁୁରୁବାର ସବୁ ଜିଲ୍ଲାପାଳଙ୍କୁ ଚିିଠି ଲେଖି ତାଗିଦ କରିଛନ୍ତି । ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ନ କଲେ ଏପ୍ରିଲ୍‌ ଭତ୍ତା ମିଳିବ ନାହିଁ ବୋଲି ଜଣାଇ ଦେଇଛନ୍ତି । ସଚିବ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଓ ମଧୁବାବୁ ପେନ୍‌ସନ୍‌ ଯୋଜନାର ହିତାଧିକାରୀମାନଙ୍କୁ ଆଧାର ଲିଙ୍କ୍‌୨୦୦୯ ଅକେଫାବର ସୁଦ୍ଧା ଶେଷ କରିବା ପାଇଁ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ପୂର୍ବରୁ କୁହାଯାଇଥିଲା । ଏବେ ସୁଦ୍ଧା ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ୯୧ ପ୍ରତିଶତ ଓ ମଧୁବାବୁ ପେନସନ ଯୋଜନାରେ ୭୩ପ୍ରତିଶତ ହିତାଧିକାରୀଙ୍କ ଆଧାର ଲିଙ୍କ୍‌ ହୋଇଛି । ଉଭୟ ଯୋଜନାରେ ଏହା ଶତ ପ୍ରତିଶତ ହେବାର ଆବଶ୍ୟକତା ରହିଛି । ଏ ଦିଗରେ ଜିଲ୍ଲାପାଳମାନେ ତପିରତା ପ୍ରକାଶ କରିବା ଉଚିତ । ଆସନ୍ତା ୧୫ ତାରିଖରେ ମାସିକ ଭତ୍ତା ନେବାକୁ ଆସୁଥିବା ହିତାଧିକାରୀଙ୍କୁ ସେମାନଙ୍କର ଆଧାର ଲିଙ୍କ ଦସ୍ତାବିଜ୍‌ ନକଲ ସାଙ୍ଗରେ ଆଣିବାକୁ କୁହାଯିବ । ଯଦି ସେମାନେ
ନ ଆଣନ୍ତି, ତାଙ୍କୁ ଫେବ୍ରୁଆରି ୧ ତାରିଖରେ ଆଉ ଗୋଟିଏ ସୁଯୋଗ ଦିଆଯିବ । ସେହିପରି ଯେଉଁ ହିତାଧିକାରୀମାନଙ୍କ ଆଧାର କାର୍ଡ ନଥିବ ସେମାନଙ୍କୁ ଜାନୁୟାରୀ ୧୫ ତାରିଖରେ ନିକଟସ୍ଥ ବ୍ଲକ୍‌ କାର୍ଯ୍ୟାଳୟ ନିଆଯାଇ ସେଠାରେ ତାଙ୍କର ଆଧାର କାର୍ଡ ପ୍ରସ୍ତୁତ କରିବା ପାଇଁ ପ୍ରଶାସନ ପଦକ୍ଷେପ ନେବ । ଜାନୁଆରୀ ୩୧ ତାରିଖ ସୁଦ୍ଧା ସମ୍ପୃକ୍ତ ହିତାଧିକାରୀଙ୍କୁ ଆଧାର କାର୍ଡ ଯୋଗାଇବାର ବନ୍ଦୋବସ୍ତ କରାଯିବା ମାର୍ଚ୍ଚ ୧୫ ତାରିଖ ଭିତରେ ଆଧାର ଲିଙ୍କ୍‌ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଯଦି କୌଣସି ହିତାଧିକାରୀଙ୍କ ଆଧାର ଲିଙ୍କ୍‌ ବିଫଳ ହୁଏଏ ତେବେ ଏପ୍ରିଲ ମାସରୁ ଭତ୍ତା ବନ୍ଦ କରିଦିଆଯିବ ବୋଲି ଶର୍ମା ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକମ ଓ ମଧୁବାବୁ ପେନସନ ଯୋଜନାରେ ଏବେ ରାଜ୍ୟର ପ୍ରାୟ ୪୮ ଲକ୍ଷ ହିତାଧିକାରୀ ଅଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭଦ୍ରକରେ ବସ୍‌-ଟ୍ରକ୍‌ ମୁହାମୁହିଁ ଧMା, ଦୁଇ ମୃତ, ୧୦ ଗୁରୁତର

ଭଦ୍ରକରେ ବସ୍‌-ଟ୍ରକ୍‌ ମୁହାମୁହିଁ ଧMା, ଦୁଇ ମୃତ, ୧୦ ଗୁରୁତର

Read More...

ଓଡ଼ିଶାକୁ ପଞ୍ଚମ ଥର  କୃଷି କର୍ମଣ ପୁରସ୍କାର

ଓଡ଼ିଶାକୁ ପଞ୍ଚମ ଥର କୃଷି କର୍ମଣ ପୁରସ୍କାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page