ମୋବାଇଲରେ କଥା ହୋଇ ଗାଡ଼ି ଚଳାଇଲେ, ଡିଏଲ୍‌ ବାତିଲ୍‌ ହେବ

January 02, 2020, ଓଡ଼ିଶା, , Anupambharat News Bureau


ମୋବାଇଲରେ  କଥା ହୋଇ ଗାଡ଼ି  ଚଳାଇଲେ,  ଡିଏଲ୍‌ ବାତିଲ୍‌ ହେବ
Anupambharat News Bureau
January 02, 2020

ଭୁବନେଶ୍ୱର,୨ ।୧ (ଅନୁପମ ମିଡିଆ): ସାବଧାନ ! ଆପଣ ଗାଡ଼ି ଚଳାଇବା ବେଳେ ମୋବାଇଲ୍‌ ଫୋନ୍‌ ବ୍ୟବହାର କଲେ ଏଣିିକି କେବଳ ଆପାଣଙ୍କ ଉପରେ ଜୋରିମାନା ନୁହେଁ ବରଂ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ । ସଡ଼କ ନିରାପତ୍ତାକୁ ନେଇ ଗଠିତ ସୁପ୍ରିମକୋର୍ଟ କମିଟି ଏଭଳି ନିର୍ଦ୍ଦେଶ ଦେଇଛି । ଯାହାକୁ କଡ଼ାକଡ଼ି ପାଳନ କରିବା ପାଇଁ ପରିବହନ କମିଶନର ଗୁୁୁରୁବାର ସମସ୍ତ ଆରଟିଓଙ୍କୁ ଚିଠି ଲେଖିଛନ୍ତି । ମୋବାଇଲ ଗପିବା ସହ ନାଲିବତୀ ଡେଇଁବା , ନିର୍ଦ୍ଧାରିତ ବେଗରୁ ଅଧିକ ଜୋରରେ ଗାଡ଼ି ଚଳାଇବା , ଓଭରଲୋଡିଂ , ମାଲବାହୀ ଯାନର ଯାତ୍ରୀ ପରିବହନ କରି ଧରାପଡ଼ିଲେ ଲାଇସେନ୍ସ ବାତିଲ ହେବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ପୂର୍ବରୁ ମଦ୍ୟପ ଗାଡ଼ି ଚାଳକଙ୍କ ଲାଇସେନ୍ସ ବାତିଲ କରିବା ପାଇଁ ନିର୍ଦ୍ଦେଶ ରହିଥିଲା । ତା’ ସହ ଗିରଫ କରିବା ପାଇଁ ମଧ୍ୟ ଆଦେଶ ହୋଇଥିଲା । କିନ୍ତୁ ମଦ୍ୟପ ଚାଳକଙ୍କର ଶତ ପ୍ରତିଶତ ଲାଇସେନ୍ସ ବାତିଲ ହେଉ ନାହିଁ । ସୁପ୍ରିମକୋର୍ଟ କମିଟି ତୈ୍ରମାସିକ ସମୀକ୍ଷା କଲା ବେଳେ ଏହି ପ୍ରମାଣ ପାଇବା ସହ ଘୋର ଉଦ୍‌ବେଗ ପ୍ରକାଶ କରିଛନ୍ତି । ମଦ୍ୟପ ଚାଳକଙ୍କର ଶତ ପ୍ରତିଶତ ଲାଇସେନ୍ସ କିଭଳି ବାତିଲ ହେବ ସେ ଦିଗରେ କଡ଼ା ପଦକ୍ଷେପ ନେବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ମୁତାବକ , ସେପଫମ୍ବର ମାସରେ ଏହାର ସମୀକ୍ଷା ବେଳେ ଜଣାପଡ଼ିଛି ଯେ ଆରଟିଓମାନଙ୍କୁ ଦ୍ୱାରା ୩୩୪ ଜଣ ମଦ୍ୟପ ଚାଳକଙ୍କ ବିରୋଧରେ ଇ- ଚାଲାଣ ଜାରି ହୋଇଥିଲା । କ୍ରାଇମବ୍ରାଞ୍ଚ ତଥ୍ୟ ଅନୁଯାୟୀ ବିଭିନ୍ନ ପୋଲିସ ଜିଲ୍ଳାରୁ ୪୯୬ ମଦ୍ୟପ ଚାଳକଙ୍କ ଲାଇସେନ୍ସ ବାତିଲ ପାଇଁ ପଠାଯାଇଛି । କିନ୍ତୁ ସାରଥୀ ଡାଟାବେସ୍‌ ଅନୁଯାୟୀ ମାତ୍ର ୧୨୬ଟି ଲାଇସେନ୍ସ ବାତିଲ କରାଯାଇଛି । ଏହା ଅତ୍ୟନ୍ତ ନଗଣ୍ୟ ହୋଇଥିବାରୁ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି । ଦୁର୍ଘଟଣା ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନେଇ କୋର୍ଟ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଯେହେତୁ ପ୍ରାୟ ବାଇକ ଏବଂ କାର ଚାଳକ ଗାଡ଼ି ଚଳାଉଥିବା ବେଳେ ମୋବାଇଲରେ କଥାବର୍ତ୍ତା ହେଉଥିବା ପରିଲକ୍ଷିତ ହେବାରେ ଲାଗିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡ଼ିଶାକୁ ପଞ୍ଚମ ଥର  କୃଷି କର୍ମଣ ପୁରସ୍କାର

ଓଡ଼ିଶାକୁ ପଞ୍ଚମ ଥର କୃଷି କର୍ମଣ ପୁରସ୍କାର

Read More...

ପିଏମ କିସାନର ତୃତୀୟ କିସ୍ତି  ଛ’କୋଟି ହିତାଧିକାରୀଙ୍କ ଖାତାକୁ ଗଲା

ପିଏମ କିସାନର ତୃତୀୟ କିସ୍ତି ଛ’କୋଟି ହିତାଧିକାରୀଙ୍କ ଖାତାକୁ ଗଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page