ଆପ୍‌ କବ୍‌ଜାରେ ଦିଲ୍ଲୀ ଏମ୍‌ସିଡି

December 07, 2022, ଦେଶ, , Anupambharat News Bureau


ଆପ୍‌ କବ୍‌ଜାରେ ଦିଲ୍ଲୀ ଏମ୍‌ସିଡି
Anupambharat News Bureau
December 07, 2022


ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ନଗରୀ ନୂଆଦିଲ୍ଲୀରେ ରାଜନୈତିକ ବାତାବରଣ ଅତ୍ୟନ୍ତ ଆକର୍ଷଣର କେନ୍ଦ୍ରକୁ ଆସିଛି । ଦିଲ୍ଲୀ ମହାନଗର ନିଗମ (ଏମ୍‌ସିଡି)ର କ୍ଷମତା ପରିବର୍ତ୍ତନ ହୋଇଯାଇଛି । ଯାହା ଭାରତୀୟ ଜନତା ପାର୍ଟି (ବିଜେପି) ଦୀର୍ଘ ୧୫ ବର୍ଷ ଧରି ନିଜ ଅକ୍ତିଆରରେ ରଖିଥିଲା ତାହା ଏମ୍‌ସିଡି ନିର୍ବାଚନରେ ଆମ୍‌ଆଦ୍‌ମୀ ପାର୍ଟି (ଆପ୍‌) ହାତକୁ ଚାଲିଯାଇଛି । ଫଳରେ ଦେଶବ୍ୟାପୀ ସମସ୍ତ ରାଜନୈତିକ ଦଳଙ୍କ ମଧ୍ୟରେ ଏକ ପ୍ରକାର ଆଲୋଚନାର କେନ୍ଦ୍ରକୁ ଆସିଛି । ସୂଚନାଯେ, ଏମ୍‌ସିଡି ନିର୍ବାଚନରେ ବିଜେପିର ପୂର୍ଣ୍ଣଛେଦ ପଡିଥିବା ବେଳେ ଏଠାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ର ସୁପ୍ରିମୋ ଅରବିନ୍ଦ କେଜରିୱାଲଙ୍କ ହାତକୁ ଆସିଯାଇଛି । ଆପ୍‌ ଏମ୍‌ସିଡି ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଛି । ମ୍ୟାଜିକ ସଂଖ୍ୟା ବା ଏମ୍‌ସିଡିରେ ଶାସନ କରିବା ପାଇଁ ମାତ୍ର ୧୨୬ଟି ଆସନର ଆବଶ୍ୟକତା ଥିବା ବେଳେ ଆପ୍‌ ୧୩୪ ଟି ଆସନରେ ବିଜୟ ଲାଭ କରିଥିବା ଆଜିର ଫଳାଫଳରୁ ଜଣାପଡିଛି । ଏମ୍‌ସିଡିରେ ସମୁଦାୟ ୨୫୦ ଟି ଆସନ ରହିଛି । ଆପ୍‌ର ଦଳୀୟ ଚିହ୍ନ ଝାଡ଼ୁ ବିପୁଳ ପରିମାଣର ଜନମତ ସହ ଏମସିଡିରେ ମେୟର ପଦ ହାତେଇବାକୁ ଯାଉଛି ।ଏମସିଡିର ୨୫୦ଟି ଆସନରୁ ଆପ୍‌ ୧୩୪ଟିରେ ଜିତିଥିବା ବେଳେ ବିଜେପି ୧୦୪ ୱାର୍ଡରେ ବିଜୟୀ ହୋଇଛି । କଂଗ୍ରେସ ମାତ୍ର ୮ଟି ଆସନ ଜିତିବାକୁ ସକ୍ଷମ ହୋଇଥିବା ବେଳେ ଅନ୍ୟାନ୍ୟ ଦଳ ୪ଟି ସ୍ଥାନରେ ବାଜିମାତ କରିଛନ୍ତି । ଆପ୍‌ ଓ ବିଜେପି ମଧ୍ୟରେ ଏମସିଡି ନିର୍ବାଚନ ସମ୍ମାନର ଲଢ଼େଇ ଥିଲା ।
ଏମସିଡିକୁ ୪ର୍ଥ ଥର ପାଇଁ ଦଖଲ କରିବା ଉଦ୍ଦେଶ୍ୟରେ ବିଜେପି ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ବି ବ୍ୟବହାର କରିଥିଲା । ଶତାଧିକ ସାଂସଦ ଓ ୭ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସି ବିଜେପି ପାଇଁ ପ୍ରଚାର କରିଥିଲେ । ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତିକୁ ମଧ୍ୟ ଦଳ ପ୍ରସଙ୍ଗ କରି ଆପ୍‌ ବିରୋଧରେ ପ୍ରଚାର କରିଥିଲା । ହେଲେ ଦିଲ୍ଲୀବାସୀ ବିଜେପିକୁ ଆଉ ଥରେ ଶାସନ କରିବାକୁ କୌଣସି ସୁଯୋଗ ଦେଇ ନାହାନ୍ତି । ଏମସିଡି ନିର୍ବାଚନରେ ବିଜେପି ପରାସ୍ତ ହୋଇଛି । ମ୍ୟାଜିକ ନମ୍ବର ୧୨୬ ଠାରୁ ବିଜେପି ପଛରେ ରହିଥିଲେ ମଧ୍ୟ ମେୟର ପଦ ହାତେଇବ ବୋଲି ଦମ୍ଭୋକ୍ତି କରିବା ନୂଆ ଟ୍ୱିଷ୍ଟ ଆଣିଛି । କାରଣ ଆଜି ନିର୍ବାଚିତ ହୋଇଥିବା କର୍ପୋରେଟରମାନେ ମେୟର ନିର୍ବାଚନରେ ଭୋଟ ଦେବେ । ଏହି ସମୟରେ ସେମାନେ ଦଳ ବଦଳ କରିବାର ଯଥେଷ୍ଟ ସମ୍ଭାବନା ଥିବାରୁ ବିଜେପି ମେୟର ପଦ ହାତେଇବା ଲକ୍ଷ୍ୟରେ ରହିଥିବା ଚର୍ଚ୍ଚା ହେଉଛି । ୨୦୧୭ ଏମସିଡି ନିର୍ବାଚନରେ ବିଜେପି ୨୭୨ଟି ଆସନରୁ ୧୮୧ଟିରେ ଜିତିଥିଲା । ଆପ୍‌ ୪୮ଟି ଓ କଂଗ୍ରେସ ମାତ୍ର ୩୦ଟିରେ
ଜିତିଥିଲା । ୨୦୧୫ରେ ଆପ୍‌ ଦିଲ୍ଲୀ ବିଧାନସଭା ର୍ନିବାଚନରେ ରେକର୍ଡ ୭୦ଟି ଆସନରୁ ୬୭ରେ ଜିତିଥିଲା । ତଥାପି ବିଜେପି ୨୦୧୭ରେ ଏମସିଡି ର୍ନିବାଚନ ଜିତି ଆପ୍‌କୁ ଶକ୍ତ ଝଟକା ଦେଇଥିଲା । ଏମସିଡି ର୍ନିବାଚନରେ ବିଜେପି କ୍ରମାଗତ ଭାବେ ଜିତି ଆସୁଥିଲେ ବି ଏଥର ସ୍ଥିତି ବଦଳିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହକି ଷ୍ଟାଡିୟମ, ବିମାନବନ୍ଦର ଭିତ୍ତିଭୂମି ସମୀକ୍ଷା କଲେ ୫-ଟି ସଚିବ: ଖୁବଶୀଘ୍ର ବିମାନ ସେବା, ୧୩ରେ ଭାରତ-ସ୍ପେନ୍‌ ମ୍ୟାଚ୍‌

ହକି ଷ୍ଟାଡିୟମ, ବିମାନବନ୍ଦର ଭିତ୍ତିଭୂମି ସମୀକ୍ଷା କଲେ ୫-ଟି ସଚିବ: ଖୁବଶୀଘ୍ର ବିମାନ ସେବା, ୧୩ରେ ଭାରତ-ସ୍ପେନ୍‌ ମ୍ୟାଚ୍‌

Read More...

ବିମୁଦ୍ରାୟନ ମାମଲା : ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ

ବିମୁଦ୍ରାୟନ ମାମଲା : ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page