ଜେଲ୍‌ ଫେରିଲେ ଅର୍ଚ୍ଚନା

December 19, 2022, ଓଡ଼ିଶା, , Anupambharat News Bureau


ଜେଲ୍‌ ଫେରିଲେ ଅର୍ଚ୍ଚନା
Anupambharat News Bureau
December 19, 2022


ଭୁବନେଶ୍ୱର, ୧୯ା୧୨ (ଅନୁପମ ମିଡିଆ): ଜେଲକୁ ଫେରିଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ଇଡି ପକ୍ଷରୁ ଅର୍ଚ୍ଚନାଙ୍କୁ ଆଉ ଦୁଇ ଦିନ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିଲେ ବି କୋର୍ଟ ଏହାକୁ ଗ୍ରହଣ କରିନାହାନ୍ତି । ରିମାଣ୍ଡ ନମିଳିବାରୁ ଝାରପଡା ଜେଲ୍‌କୁ ଫେରିଛନ୍ତି ଅର୍ଚ୍ଚନା । ଅର୍ଚ୍ଚନା ତଦନ୍ତରେ ସହଯୋଗ କରୁନାହାନ୍ତି ଓ ପଚରାଉଚରାବେଳେ ଅର୍ଚ୍ଚନା ଉତ୍ତର ଠିକରେ ଦେଉନଥିବା ଇଡି ପକ୍ଷରୁ କୋର୍ଟଙ୍କ ନିକଟରେ ତଥ୍ୟ ରଖାଯାଇଥିଲା ।
ସୋମବାର ଦିନ ରିମାଣ୍ଡ ସରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅର୍ଚ୍ଚନାଙ୍କୁ ଭୁବନେଶ୍ୱର ଏଡିଜେ କୋର୍ଟରେ ହାଜର କରାଇଥିଲା । ପୂର୍ବରୁ ୨ ଥର ରିମାଣ୍ଡରେ ନେଇ ସାରିଥିବା ବେଳେ ଅର୍ଚ୍ଚନାଙ୍କୁ ପୁଣି ୨ ଦିନ ରିମାଣ୍ଡରେ ନେବାକୁ ଇଡି କୋର୍ଟରେ ଆବେଦନ କରିଥିଲା । ଇଡି ଦ୍ୱିତୀୟ ଦଫାରେ ଅର୍ଚ୍ଚନାଙ୍କୁ ୬ ଦିନ ପାଇଁ ଓ ସ୍ୱାମୀ ଜଗବନ୍ଧୁଙ୍କୁ ୯ ଦିନ ପାଇଁ ରିମାଣ୍ଡରେ ନେଇ ପଚରାଉଚରା କରୁଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସାପ କାମୁଡ଼ା ରୋଗୀଙ୍କ ପାଇଁ ଷ୍ଟ୍ରେଚର

ସାପ କାମୁଡ଼ା ରୋଗୀଙ୍କ ପାଇଁ ଷ୍ଟ୍ରେଚର

Read More...

ଅନୁପସ୍ଥିତ  ୯୬ ଶିକ୍ଷକ ବହିଷ୍କୃତ

ଅନୁପସ୍ଥିତ ୯୬ ଶିକ୍ଷକ ବହିଷ୍କୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page