ପିଏମ କିସାନର ତୃତୀୟ କିସ୍ତି ଛ’କୋଟି ହିତାଧିକାରୀଙ୍କ ଖାତାକୁ ଗଲା

January 02, 2020, ଦେଶ, , Anupambharat News Bureau


ପିଏମ କିସାନର ତୃତୀୟ କିସ୍ତି  ଛ’କୋଟି ହିତାଧିକାରୀଙ୍କ ଖାତାକୁ ଗଲା
Anupambharat News Bureau
January 02, 2020

ବାଙ୍ଗାଲୁରୁ,୨ ।୧(ଅନୁପମ ମିଡିଆ): କର୍ଣ୍ଣାଟକର ତୁମକୁରଠାରେ ଗୁରୁବାର ଆୟୋଜିତ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଗତିଶୀଳ ଚାଷୀମାନଙ୍କୁ କୃଷିମନ୍ତ୍ରୀଙ୍କ କୃଷି କର୍ମଣ ପୁରସ୍କାର ଏବଂ ବିଭିନ୍ନ ରାଜ୍ୟକୁ ପ୍ରଶଂସାମୂଳକ ପୁରସ୍କାର ପ୍ରଦାନ କରିଛନ୍ତି । ସେ
ମଧ୍ୟ ଡିସେମ୍ବର ୨୦୧୯ରୁ ମାର୍ଚ୍ଚ ୨୦୨୦ ଅବଧି ଲାଗି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (ପିଏମ-କିସାନ)ର ତୃତୀୟ କିସ୍ତି ଆକାରରେ ହିତାଧିକାରୀମାନଙ୍କୁ ୨ ହଜାର ଟଙ୍କା ଲେଖାଏଁ ସହାୟତା ଜାରି କରିଛନ୍ତି । ଏହାଦ୍ୱାରା ଦେଶର ୬ କୋଟି ହିତାଧିକାରୀ ଲାଭାନ୍ୱିତ ହୋଇପାରିବେ । ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର କୃଷକମାନଙ୍କୁ କିଷନ କ୍ରେଡିଟ କାର୍ଡ (କେସିସି) ବଣ୍ଟନ କରିଥିଲେ । ପ୍ରଧାନମନ୍ତ୍ରୀ ୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପିଏମ କିସାନ ହିତାଧିକାରୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନ୍ନଦାତା-ଆମର କୃଷକ ଭାଇ ଓ ଭଉଣୀମାନଙ୍କୁ ଏହି ନୂଆ ବର୍ଷରେ, ନୂଆ ଦଶନ୍ଧିର ଆରମ୍ଭରେ ଦେଖିବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ । ୧୩୦ କୋଟି ଦେଶବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ କଠିନ ପରିଶ୍ରମ ଲାଗି ଦେଶର କୃଷକମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।
କର୍ଣ୍ଣାଟକର ଏ ମାଟି ସେହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେଉଛି, ଯେତେବେଳେ ଦେଶର ପାଖାପାଖି ଛ’ କୋଟି କୃଷକଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଖାତାକୁ ପ୍ରଧାନମନ୍ତ୍ରୀ କିସାନ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଏହି ଯୋଜନାର ତୃତୀୟ କିସ୍ତିରେ ମୋଟ ୧୨ ହଜାର କୋଟି ଟଙ୍କା ଜମା କରାଯାଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ଏପରି ଏକ ସମୟ ଥିଲା ଯେତେବେଳେ ଦେଶରେ ଗରିବଙ୍କ ପାଖକୁ ପଠାଯାଇଥିବା ୧ ଟଙ୍କାରୁ ମାତ୍ର ୧୫ ପଇସା ପ୍ରକୃତ ହିତାଧିକାରୀ ନିକଟରେ ପହଞ୍ଚିଥିଲା । ହେଲେ ବର୍ତ୍ତମାନ ଦଲାଲଙ୍କ ବିନା ହସ୍ତକ୍ଷେପରେ ସିଧାସଳଖ ଗରିବଙ୍କ ନିକଟରେ ଟଙ୍କା ପହଁଚିପାରୁଛି । ପ୍ରଧାନମନ୍ତ୍ରୀ କହିଥିଲେ, ଦେଶରେ ଡାଲି ଉପିାଦନ ବୃଦ୍ଧି ଲାଗି ବିହନ କେନ୍ଦ୍ର ନିର୍ମାଣ କରାଯାଉଛି ।
ଏଥିମଧ୍ୟରୁ ୩୦ଟି କେନ୍ଦ୍ର କେବଳ କର୍ଣ୍ଣାଟକ, ଆନ୍ଧ୍ର, କେରଳ, ତାମିଲନାଡ଼ୁ ଓ ତେଲଙ୍ଗାନାରେ ରହିଛି । ମତ୍ସ୍ୟପାଳନ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ବିଷୟରେ ଉଲ୍ଲେଖ କରି ଏହି କ୍ଷେତ୍ରକୁ ସୁଦୃଢ଼ କରିବା ଲାଗି ତିନୋଟି ସ୍ତରରେ କାର୍ଯ୍ୟ କରାଯାଉଛି । ପ୍ରଥମତଃ ମତ୍ସ୍ୟଜୀବୀମାନଙ୍କୁ ଆର୍ଥିକ ସହାୟତା ଜରିଆରେ ଗ୍ରାମାଂଚଳରେ ମତ୍ସ୍ୟ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି । ଦେଶର ପୁଷ୍ଟିସାଧନ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଷ୍ଟିକର ଶସ୍ୟ, ଉଦ୍ୟାନ କୃଷି ଓ ଜୈବିକ କୃଷି ପାଇଁ କୃଷି କର୍ମଣ
ପୁରସ୍କାରର ଏକ ନୂତନ ବର୍ଗ ସୃଷ୍ଟି କରିବା ଲାଗି ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ । ଯଦ୍ଦ୍ୱାରା ଏହି କ୍ଷେତ୍ରରେ ଭଲ କାର୍ଯ୍ୟ କରିବା ଲାଗି ଲୋକମାନଙ୍କୁ ଓ ରାଜ୍ୟଗୁଡ଼ିକୁ ପ୍ରୋତ୍ସାହନ ମିଳିପାରିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୋବାଇଲରେ  କଥା ହୋଇ ଗାଡ଼ି  ଚଳାଇଲେ,  ଡିଏଲ୍‌ ବାତିଲ୍‌ ହେବ

ମୋବାଇଲରେ କଥା ହୋଇ ଗାଡ଼ି ଚଳାଇଲେ, ଡିଏଲ୍‌ ବାତିଲ୍‌ ହେବ

Read More...

ସୁନ୍ଦରୀକୁ ଫେରାଇ ନିଅ

ସୁନ୍ଦରୀକୁ ଫେରାଇ ନିଅ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page