ସୁନ୍ଦରୀକୁ ଫେରାଇ ନିଅ

January 02, 2020, ଓଡ଼ିଶା, , Anupambharat News Bureau


ସୁନ୍ଦରୀକୁ ଫେରାଇ ନିଅ
Anupambharat News Bureau
January 02, 2020

ଭୁବନେଶ୍ୱର,୨ ।୧(ଅନୁପମ ମିଡିଆ): ବାନ୍ଧବଗଡ ଜଙ୍ଗଲରୁ ଅଣାଯାଇଥିବା ବାଘୁଣୀ ସୁନ୍ଦରୀକୁ ଓଡିଶାରୁ ଫେରାଇ ନେବାପାଇଁ ରାଜ୍ୟ ସରକାର ମଧ୍ୟପ୍ରଦେଶ ସରକାରଙ୍କୁ ଚିଠି ଲେଖିଛନ୍ତି । ଚିଫ୍‌ ୱାଇଲï ଲାଇଫ୍‌ ୱାଡେନ୍‌ ହରିଶଙ୍କର ଉପାଧ୍ୟାୟ ଏସମ୍ପର୍କରେ ଗୁରୁବାର ସୂଚନା ଦେଇ କହିଛନ୍ତି ଯେ, ଏନଟିସିଏର ନିର୍ଦ୍ଦେଶ ପରେସୁନ୍ଦରୀକୁ ଯେକୌଣସି ସମୟରେ ମଧ୍ୟପ୍ରଦେଶକୁ ପଠାଯିବ । ସେ ଆହୁରି କହିଛନ୍ତି ଯେ ହାତୀ-ମଣିଷ ଲଢେଇକୁ ରୋକିବା ସମ୍ପର୍କରେ ବନ ବିଭାଗ କର୍ମଚାରୀ ମାନେ ପଶ୍ଚିମବଙ୍ଗ ଯାଇ ତାଲିମ୍‌ ନେବେ । ହାତୀ ଉପଦ୍ରପର ମୁକାବିଲା ପାଇଁ ପଶ୍ଚିମବଙ୍ଗରୁ ସ୍ୱତନ୍ତ୍ର ଗାଡି ଅଣାଯିବ । ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ଗାଇଡ୍‌ ଲାଇନ୍‌ ପୂରଣ କରିପାରିନଥିବାରୁ ସୁନ୍ଦରୀକୁ ଫେରାଇ ଦେବା ପାଇଁ ଏନଟିସିଏ କିଛି ଦିନ ପୂର୍ବେ ଓଡିଶା ସରକାରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଥିଲେ । ବାଘ ବଂଶ ବିସ୍ତାର ପାଇଁ ମଧ୍ୟପ୍ରଦେଶର ବାନ୍ଧବଗଡ ଅଭୟାରଣ୍ୟରୁ ସୁନ୍ଦରୀକୁ ଅଣାଯାଇ ସାତକୋଶିଆରେ ଛଡାଯାଇଥିଲା । ମାତ୍ର ସୁନ୍ଦରୀ ଅଭୟାରଣ୍ୟର ଆଖପାଖ ଅଞ୍ଚଳରେ ଘୁରିବୁଲୁଥିଲା । ଏପରିକି ଗୃହ ପାଳିତ ପଶୁ ଓ ମଣିଷଙ୍କୁ ଆକ୍ରମଣ କରିଥିଲା । ଫଳରେ ଗାଁ ଲୋକମାନେ ସୁନ୍ଦରୀକୁ ସ୍ଥାନାନ୍ତର ପାଇଁ ଦାବି କରିଥିଲେ । ପରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରି କାବୁ କରିଥିଲେ । ସେବେଠାରୁ ସୁନ୍ଦରୀ ସାତକୋଶିଆରେ ଏନକ୍ଲୋଜରରେ ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପିଏମ କିସାନର ତୃତୀୟ କିସ୍ତି  ଛ’କୋଟି ହିତାଧିକାରୀଙ୍କ ଖାତାକୁ ଗଲା

ପିଏମ କିସାନର ତୃତୀୟ କିସ୍ତି ଛ’କୋଟି ହିତାଧିକାରୀଙ୍କ ଖାତାକୁ ଗଲା

Read More...

ଆଇଏଏସ୍‌ ସ୍ତରରେ ଅଦଳବଦଳ

ଆଇଏଏସ୍‌ ସ୍ତରରେ ଅଦଳବଦଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page