ଆଜି ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଅଜିତ ହେବେ ଉପମୁଖ୍ୟମନ୍ତ୍ରୀ !

December 29, 2019, ଦେଶ, , Anupambharat News Bureau


ଆଜି ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଅଜିତ ହେବେ ଉପମୁଖ୍ୟମନ୍ତ୍ରୀ !
Anupambharat News Bureau
December 29, 2019

ମୁମ୍ବାଇ,୨୯ା୧୨: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୩୨ ଦିନ ପରେ ଆସନ୍ତାକାଲି ଉଦ୍ଧବ ଠାକ୍‌ରେ ବହୁ ପ୍ରତିକ୍ଷିତ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବେ । ପ୍ରକାଶ ଥାଉକି ଗତ ୨୮ ନଭେମ୍ବରରେ ଶିବାସେନା ମୁଖ୍ୟ ଉଦ୍ଧବ ଏନ୍‌ସିପି ଏବଂ କଂଗ୍ରେସର ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ।
କ୍ୟାବିନେଟ୍‌ ସମ୍ପ୍ରସାରଣ ଚୂଡାନ୍ତ ପାଇଁ ଗତ ଏକ ସପ୍ତାହ ଧରି ମହା ବିକଶା ଅଘାଡ଼ି ମେଣ୍ଟ ଶିବସେନା, ଏନ୍‌ସିପି ଏବଂ କଂଗ୍ରେସ ନେତାଙ୍କ ମଧ୍ୟରେ ସିରିଜ୍‌ ବୈଠକ ଅନୁଷ୍ଠିତ ହୋଇଛି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ସମେତ ଛ’ଜଣ ମନ୍ତ୍ରୀ ରହିଛନ୍ତି । ତିନି ଦଳରୁ ପ୍ରତ୍ୟେକ ଦୁଇ ଜଣ ଲେଖାଏଁ ଏଥିରେ ସାମିଲ ହୋଇଛନ୍ତି । ଆସନ୍ତାକାଲି ୩୬ମନ୍ତ୍ରୀ କ୍ୟାବିନେଟ ସହ ରାଷ୍ଟ୍ରମନ୍ତ୍ରୀ ଶପଥ ନେବା କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ମଧ୍ୟାହ୍ନାରେ ମହାରାଷ୍ଟ୍ର ରାଜ୍ୟପାଳ ବିଏସ୍‌ କୋଶରିୟା ନୂଆ ମନ୍ତ୍ରୀଙ୍କୁ ଶପ୍‌ ପାଠ କରାଇବେ । ତେବେ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ପୁତୁରା ଅଜିତଙ୍କୁ ପୁର୍ନବାର ଉପମୁଖ୍ୟମନ୍ତ୍ରୀ ପଦ ମିଳିପାରେ । କଂଗ୍ରେସର ଅଶୋକ ଚୌହ୍ୱାନଙ୍କୁ କ୍ୟାବିନେଟ୍‌ ପାହ୍ୟା ମନ୍ତ୍ରୀ ପଦ ମିଳିପାରେ । ସେଭଳି ପୃଥ୍ୱୀରାଜ ଚୌହ୍ୱାନଙ୍କୁ ପିସିସ ସଭାପତି ପଦ ମିଳିବ । ଯେହେତୁ ବର୍ତ୍ତମାନର ପିସିସ ସଭାପତି ବାଲସାହେବ ଥ୍ରୋଟ ମନ୍ତ୍ରୀ ରହିଛନ୍ତି । ପ୍ରାଥମିକ ବୁଝାମଣା ପ୍ରକାରେ ଶିବସେନା ପାଖରେ ମୁଖ୍ୟମନ୍ତ୍ରୀ ପଦ ସହ ୧୫ ମନ୍ତ୍ରୀ ପଦ ରହିବ । ସେହିଭଳି
ଏନ୍‌ସିପିକୁ ୧୪ ଏବଂ କଂଗ୍ରେସକୁ ୧୨ ମନ୍ତ୍ରୀ ପଦ ରହିବ । ମହାରାଷ୍ଟ୍ର ସରକାର ଗଠନରେ ନାଟକୀୟ ମୋଡ଼ ନେଇଥିଲା ଯେତେବେଳେ ଅଜିତ ପାୱାର ବିଜେପିକୁ ସମର୍ଥନ କରିଥିଲେ । ତେବେ ଏହି ସରକାର ମାତ୍ର ୮୦ ଘଣ୍ଟା ତିଷ୍ଠି ରହିଥିଲା ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆସିଷ୍ଟାଣ୍ଟ କମିଶନରଙ୍କ  ଝୁଲନ୍ତା ମୃତଦେହ ମିଳିଲା

ଆସିଷ୍ଟାଣ୍ଟ କମିଶନରଙ୍କ ଝୁଲନ୍ତା ମୃତଦେହ ମିଳିଲା

Read More...

ଡରାଉଛି ଶୀତ, ଆହୁରି ଦୁଇ ଦିନ ଫସୋନପୁରର ସର୍ବନିମ୍ନ ଫ୧୫ ସ୍ଥାନରେ ୧୦ ଡିଗ୍ରୀ ତଳକୁ ତାପମାତ୍ରା

ଡରାଉଛି ଶୀତ, ଆହୁରି ଦୁଇ ଦିନ ଫସୋନପୁରର ସର୍ବନିମ୍ନ ଫ୧୫ ସ୍ଥାନରେ ୧୦ ଡିଗ୍ରୀ ତଳକୁ ତାପମାତ୍ରା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page