ଡରାଉଛି ଶୀତ, ଆହୁରି ଦୁଇ ଦିନ ଫସୋନପୁରର ସର୍ବନିମ୍ନ ଫ୧୫ ସ୍ଥାନରେ ୧୦ ଡିଗ୍ରୀ ତଳକୁ ତାପମାତ୍ରା

December 29, 2019, ଓଡ଼ିଶା, , Anupambharat News Bureau


ଡରାଉଛି ଶୀତ, ଆହୁରି ଦୁଇ ଦିନ ଫସୋନପୁରର ସର୍ବନିମ୍ନ ଫ୧୫ ସ୍ଥାନରେ ୧୦ ଡିଗ୍ରୀ ତଳକୁ ତାପମାତ୍ରା
Anupambharat News Bureau
December 29, 2019

ଭୁବନେଶ୍ୱର,୨୯ ।୧୨ (ଅନୁପମ ମିଡିଆ): ଡରାଉଛି ଶୀତ । ସନ୍ଧ୍ୟା ନଇଁଲା ପରେ ଏବଂ ସକାଳ୮ଟା ସୁଦ୍ଧା ସେଭଳି ଜରୁରୀ କାର୍ଯ୍ୟ ନଥିଲେ କେହି କେହି ପଦାକୁ ବାହାରୁ ନଥିବା ପରିଲକ୍ଷିତ ହୋଇଛି । ଗ୍ରାମାଞ୍ଚଳରେ ଆହୁରି ବିଶମ ସ୍ଥିତି । ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଏଭଳି ଶୀତ ଆହୁରି ଦୁଇ ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ରବିବାର ସୂଚନା ଦିଆଯାଛି ।
ଶନିବାର ଓ ରବିବାର ମଧ୍ୟ ରାଜ୍ୟର ସୋନପୁର ଜିଲ୍ଲାରେ ସବୁଠାରୁ ଅଧିକ ଥଣ୍ଡା ଅନୁଭୂତ ହେଉଛି । ରବିବାର ସକାଳ ସାଢ଼େ ୮ଟା ବେଳକୁ ସର୍ବନିମ୍ନ ତାପମାତ୍ରା ଥିଲା ୩.୪ ଡିଗ୍ରି ସେଲସିଅସ୍‌ । ଗତ ଦୁଇ ଦିନ ହେଲା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହୋଇଛି । ପ୍ରବଳ ଥଣ୍ଡା ଯୋଗୁ ସାଧାରଣ ଜୀବନ ଯାତ୍ରା ଏକ ପ୍ରକାର ବ୍ୟାହତ ହୋଇଛିା ଶୀତ ଯୋଗୁ ଲୋକଙ୍କ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇପଡ଼ିଛି । ସନ୍ଧ୍ୟା ହେବା ମାତ୍ରେ ଲୋକେ ଘରେ ରହିବାକୁ ପସନ୍ଦ କରିବାରେ ଲାଗିଛନ୍ତି । ସକାଳୁ ମଧ୍ୟ ପ୍ରାୟ ରାସ୍ତାଘାଟ ଖାଁଖାଁ ରହୁଛି । ରବିବାର ରାଜ୍ୟର କେତେକ ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି । ପ୍ରାପ୍ତ ସୂଚନା ଅନୁଯାୟୀ କେନ୍ଦୁଝରରେ ୬.୬ ଡିଗ୍ରି ସେଲସିୟସ୍‌ , ଝାରସୁଗୁଡ଼ାରେ ୭.୩ ଡିଗ୍ରି ସେଲସିଅସ୍‌, ଦାରିଙ୍ଗବାଡ଼ିରେ ୫.୫ ଡିଗ୍ରି ସେଲସିୟସ୍‌ , ସମ୍ବଲପୁରରେ ୭.୪ ଡିଗ୍ରି ସେଲସିୟସ୍‌, ବାଲେଶ୍ୱରରେ ୮.୬ ଡିଗ୍ରି ସେଲସିୟସ୍‌, କଟକରେ ୧୦.୨ ଡିଗ୍ରି ଡିଗ୍ରି ସେଲସିୟସ୍‌, ହୀରାକୁଦରେ ୧୦.୧ ଡିିଗ୍ରି ସେଲସିୟସ୍‌ , ଟିଟିଲାଗଡ଼ର ୬.୧, ଅନୁଗୁଳରେ ୪.୬,ବାରିପଦାରେ ୯ ସୁନ୍ଦରଗଡ଼ରେ ୯, ପୁରୀର ୧୨ ଓ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୧୦.୨ଡିଗ୍ରି ସେଲସିୟସ୍‌ ତାପମାତ୍ରା ରହିଛି ।
ରବିବାର ପାଣିପାଗ ବିଭାଗ ପକ୍ଷରୁ ୧୮ଟି ଜିଲ୍ଲାକୁ ଅରେ ୱାର୍ଣ୍ଣିଂ ଜାରି କରିଥିଲା । ଜିଲ୍ଲାଗୁଡ଼ିକ ହେଉଛି ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ, ଝାରସୁଗୁଡ଼ା , ସମ୍ବଲପୁର, ବରଗଡ଼, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, କଟକ ଖୋର୍ଦ୍ଧା, ପୁରୀ, ନୟାଗଡ଼, ବୌଦ୍ଧ , ସୋନପୁର, ବଲାଙ୍ଗୀର । ଅପରପକ୍ଷରେ ଆଜି ରାଜ୍ୟର କେତେକ ସ୍ଥାନରେ ତୁଷାରପାତ ହୋଇଥିବାର ଖବର ମିଳିଛି । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା , ଦାରିଙ୍ଗବାଡ଼ି ଓ ସିମନବାଡ଼ିରେ ତୁଷାରପାତ ହୋଇଛି ।
ଅନ୍ୟପକ୍ଷେ ଶୀତୁଆ ପାଗ ଏବଂ ରବିବାର ଛୁଟି ଥିବାରୁ ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଅଜିତ ହେବେ ଉପମୁଖ୍ୟମନ୍ତ୍ରୀ !

ଆଜି ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଅଜିତ ହେବେ ଉପମୁଖ୍ୟମନ୍ତ୍ରୀ !

Read More...

ଅନିୟମିତତା ଅଭିଯୋଗରେ ପିଇଓ ନିଲମ୍ବିତ

ଅନିୟମିତତା ଅଭିଯୋଗରେ ପିଇଓ ନିଲମ୍ବିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page