ଆସିଷ୍ଟାଣ୍ଟ କମିଶନରଙ୍କ ଝୁଲନ୍ତା ମୃତଦେହ ମିଳିଲା

December 29, 2019, ଓଡ଼ିଶା, , Anupambharat News Bureau


ଆସିଷ୍ଟାଣ୍ଟ କମିଶନରଙ୍କ  ଝୁଲନ୍ତା ମୃତଦେହ ମିଳିଲା
Anupambharat News Bureau
December 29, 2019

ଭୁବନେଶ୍ୱର,୨୯ ।୧୨(ଅନୁପମ ମିଡିଆ): କେନ୍ଦ୍ରୀୟ ଅବକାରୀ ବିଭାଗର ଆସିଷ୍ଟାଣ୍ଟ କମିଶନର ଅର୍ଜ୍ଜୁନ କୁମାର ଧଳଙ୍କ ଝୁଲନ୍ତା ମୃତଦେହ ରବିବାର ସକାଳେ ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଛି । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ସେ ପ୍ରାୟ ୬ ମାସ ପରେ ଚାକିରିରୁ ଅବସର ନେଇଥାନ୍ତେ । ହେଲେ ଏଥି ପୂର୍ବରୁ ଏଭଳି ଏକ ଅଘଟଣରେ ଭାଙ୍ଗିପଡିଛନ୍ତି ତାଙ୍କ ପରିବାର ଲୋକେ ଓ ଆତ୍ମୀୟ । ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଏ ସଂକ୍ରାନ୍ତରେ ଏକ ଅପମୃତୁ୍ୟ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି । କାର୍ଯ୍ୟରେ ଚାପ ଅଥବା ଅନ୍ୟ କିଛି ନେଇ ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି । ତେବେ ଚାକିରିରୁ ଅବସର ନେବାକୁ ଆଉ ମାତ୍ର ଛ’ମାସ ରହିଥିବାରୁ ସେ ଆତ୍ମହତ୍ୟା କରିଥିବା ବିଷୟକୁ ତାଙ୍କ ପରିବାର ଲୋକେ ସହଜରେ ଗ୍ରହଣ କରି ପାରି ନାହାନ୍ତି । ପୋଲିସର ତଦନ୍ତ ପରେ ଏନେଇ କିଛି ସ୍ପଷ୍ଟ ହେବ ବୋଲି କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶପଥ ନେଲେ ହେମନ୍ତ,  ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ

ଶପଥ ନେଲେ ହେମନ୍ତ, ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ

Read More...

ଆଜି ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଅଜିତ ହେବେ ଉପମୁଖ୍ୟମନ୍ତ୍ରୀ !

ଆଜି ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଅଜିତ ହେବେ ଉପମୁଖ୍ୟମନ୍ତ୍ରୀ !

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page