ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର ?

November 17, 2019, ଦେଶ, , Anupambharat News Bureau


ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର ?
Anupambharat News Bureau
November 17, 2019

ମୁମ୍ବାଇ: ମହାରାଷ୍ଟ୍ରରରେ ଚାଲିଥିବା କ୍ଷମତା ଯୁଦ୍ଧରେ ପୁଣିଥରେ ନୂଆ ଟୁଇଟ୍‌ ଆସିଛି । ମହାରାଷ୍ଟ୍ରରରେ କଂଗ୍ରେସ-ଏନ୍‌ସିପିି-ଶିବସେନା ସରକାର ଗଠନ କରିବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି ।
ଏଥିପାଇଁ ଆସନ୍ତାକାଲି ଏନସିପି ମୁଖ୍ୟ ଶରଦ ପାୱାର କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟିବାର ଥିଲା । ହେଲେ ଏହି ବୈଠକକୁ ଗୋଟିଏ ଦିନ ଘୁଞ୍ଚାଇ ଦିଆଯାଇଛି । ଅର୍ଥାତ ଏହି ବୈଠକ ରବିବାର ବଦଳରେ ସୋମବାର ହେବ । ଏଥିପାଇଁ ରବିବାର ସନ୍ଧ୍ୟାରେ ଶରଦ ପାୱାର ମୁମ୍ବାଇରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିବେ ।
ପୂର୍ବରୁ ୩ ଦଳ ମିଳିତ ଭାବେ ସରକାର ଗଠନ କରିବେ ବୋଲି ନିଷ୍ପତ୍ତି ନେଇଥିବା ଜଣା ପଡ଼ିଥିଲା । ହେଲେ ଆଜି ଏହି ସରକାର ଗଠନ ଭିତରେ କଂଗ୍ରେସ କେଁ ପୂରାଇଛି । କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେ କହିଛନ୍ତି, ଏଯାଏ ସରକାର ଗଠନ ପାଇଁ କୌଣସି ନିଷ୍ପତ୍ତି ହୋଇନାହିଁ । କେବଳ ୩ ଦଳ ମିଳିତ ଭାବେ ଆଲୋଚନା କରିଛନ୍ତି । ସୋନିଆ ଓ ଶରଦ ବୈଠକ କରିବା ପରେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ । କଂଗ୍ରେସ ଏକାକୀ କିଛି ବି ନିଷ୍ପତ୍ତି ନେଇ ପାରିବ ନାହିଁ ।
ଏନସିପି ଓ କଂଗ୍ରେସ ମିଳିତ ଭାବେ ଆଲୋଚନା କରି ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବେ । ସୋନିଆ ଓ ଶରଦ ପାୱାର ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ସମସ୍ୟାର ସାମାଧନ କରିବେ । ତେଣୁ ସେ ଯାଏ ସରକାର ଗଠନ ସମ୍ପର୍କରେ କୌଣସି ନିଷ୍ପିତ୍ତି ହୋଇପାରିବ ନାହିଁ ।
ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଏବେ ବି ସସ୍‌ପେନ୍‌ସ୍‌ ବାକି ରହିଛି । ଗୋଟିଏ ପଟେ ଶିବସେନା-ଏନସିପି-କଂଗ୍ରେସ ମିଶି ସରକାର ଗଢ଼ିବାକୁ ଚେଷ୍ଟା କରୁଛନ୍ତି ଅନ୍ୟପଟେ ବିଜେପି ମଧ୍ୟ ସରକାର ଗଢ଼ିବ ବୋଲି କହିଛି । ହେଲେ କେମିତି ସରକାର ଗଢ଼ିବ ଏ ପ୍ରଶ୍ନର ଜବାବ ସ୍ମିତ ହାସ୍ୟ ଦେଇ ଚୁପ୍‌ ରହିଛନ୍ତି ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ୍‌ । ସେହିପରି ରାଜ୍ୟର କଂଗ୍ରେସ ନେତା ଶିବସେନା ସହ ମିଶି ସରକାର ଗଢ଼ିବାକୁ ଗ୍ରହଣ କରିପାରୁ ନାହାନ୍ତି । ତେଣୁ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି ମଧ୍ୟ ନିଜେ ଦୋଛକିରେ ରହୁଛନ୍ତି ।
ବୋଧହୁଏ ସେଥିପାଇଁ ଆଜି ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ସହ ସୋନିଆଙ୍କର ଦିଲ୍ଲୀରେ ବୈଠକ ଥିଲା । ହେଲେ ଏହି ବୈଠକ ଆସନ୍ତାକାଲିକୁ ଘୁଞ୍ଚାଇ ଦିଆଯାଇଛି । ସରକାର ଗଢ଼ିବା ପାଇଁ ତିନି ଦଳ ମଧ୍ୟରେ କମନ ମିନିମମ୍‌ ପ୍ରୋଗ୍ରାମ(ସିଏମପି) ବୈଠକରେ ହୋଇଥିଲା ।
ଆଲୋଚନାରେ କିଛି ପ୍ରସଙ୍ଗ ଉପରେ ଶିବସେନାର ପ୍ରସ୍ତାବ ସହ କିଛି କେନ୍ଦ୍ର କଂଗ୍ରେସ ନେତା ସହମତି ପ୍ରକାଶ କରିପାରୁ ନାହାନ୍ତି । ତେଣୁ ଏବେ ସୋନିଆ ରାଜ୍ୟ କଂଗ୍ରେସ ନେତା ଏବଂ କେନ୍ଦ୍ର କଂଗ୍ରେସ ନେତାଙ୍କୁ ନାଖୁସ କରି ଶିବସେନା ସହ ସରକାରରେ ସାମିଲ୍‌ ହେବାକୁ ନିଷ୍ପତ୍ତି ନେଇ ପାରୁ ନାହାନ୍ତି ବୋଲି ଜଣାପଡ଼ିଛି । ଆସନ୍ତାକାଲି ଶରଦ ପାୱାର ସୋନିଆ ଗାନ୍ଧିଙ୍କୁ ଭେଟିବେ k ଏହା ପୂର୍ବରୁ ଆଜି ପୁଣରେ ଶରଦ ପାୱାର ଦଳୀୟ ନେତାଙ୍କ ସହ ବୈଠକ କରିବେ । ଏହାପରେ ଆଜି ଅପରାହ୍ନରେ ସେ ଦିଲ୍ଲୀ ଗସ୍ତ କରିବେ ବୋଲି ସୂଚନା ରହିଛି । ଆସନ୍ତାକାଲି ସୋନିଆ ଗାନ୍ଧିଙ୍କୁ ଭେଟିବା ଅବସରରେ ଶରଦ ପାୱାର ଶିବସେନା ସହ ସରକାରରେ ସାମିଲ ହେବାକୁ ମନାଇବେ ।
ଯଦି ଆବଶ୍ୟକ ପଡ଼େ ତାହେଲେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ମଧ୍ୟ ସୋନିଆଙ୍କୁ ଭେଟିବେ । ଏହାପରେ ଯେଉଁ କେନ୍ଦ୍ର କଂଗ୍ରେସ ନେତା ଶିବସେନା ସହିତ ସରକାରରେ ସାମିଲ ହେବାକୁ ନେଇ ସହମତି ପ୍ରକାଶ କରିପାରୁ ନାହାନ୍ତି ସେମାନଙ୍କୁ ଶରଦ ପାୱାର ଭେଟିବେ ବୋଲି ଜଣାପଡ଼ିଛି ।
ଯଦି ବୈଠକ ସଫଳ ହେବ ତାହାଲେ ଶିବସେନା ନେତା ସଞ୍ଜୟ ରାଉତ ଏବଂ ଅନୀଲ ଦେସାଇ ମଧ୍ୟ ସୋନିଆଙ୍କୁ ଭେଟିବେ ବୋଲି ଜଣାପଡ଼ିଛି । ଗତକାଲି ରାଜ୍ୟପାଳଙ୍କୁ ଶିବସେନା-ଏନସିପି-କଂଗ୍ରେସ ନେତା ରାଜ୍ୟପାଳ ଭଗତ ସିଂହ କୋଶିଆରିଙ୍କୁ ଭେଟିବାର ଥିଲା । ହେଲେ ମହାରାଷ୍ଟ୍ରର ପ୍ରମୁଖ କଂଗ୍ରେସ ନେତା ଉପସ୍ଥିତ ନଥିବାରୁ ରାଜ୍ୟପାଳଙ୍କୁ ଭେଟିବା କାର୍ଯ୍ୟକ୍ରମ ବାତିଲ୍‌ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିଲ୍ଲୀ ବାୟୁମଣ୍ଡଳରେ ସୁଧାର

ଦିଲ୍ଲୀ ବାୟୁମଣ୍ଡଳରେ ସୁଧାର

Read More...

୩୦ତମ କୋଣାର୍କ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

୩୦ତମ କୋଣାର୍କ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page