୩୦ତମ କୋଣାର୍କ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

November 17, 2019, ଓଡ଼ିଶା, , Anupambharat News Bureau


୩୦ତମ କୋଣାର୍କ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ
Anupambharat News Bureau
November 17, 2019

କୋଣାର୍କ, ୧୭ା୧୧ (ଅନୁପମ ମିଡିଆ): କୋଣାର୍କସ୍ଥିତ ଯାତ୍ରୀନିବାସ ସମ୍ମେଳନ କକ୍ଷଠାରେ ରବିବାର ଅପରାହ୍ନ ୫ଘଟିକା ସମୟ ରେ ୩୦ତମ କୋଣାର୍କ ଉସ୍‌ିବ ଏବଂ ଆନ୍ତର୍ଜାତିୟ ବାଲୁକା କଳା ମହୋସ୍‌ିବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ବୈଠକରେ ପାର୍କିଂ ବ୍ୟବସ୍ଥା,ଟ୍ରାଫିକ ବ୍ୟବସ୍ଥା,ଆନ୍ତର୍ଜାତୀୟ ବାଲୁକା କଳା ମହୋସ୍‌ିବର ପ୍ରସ୍ତୁତି,ହସ୍ତଶିଳ୍ପ ପ୍ରଦର୍ଶନୀ ମେଳା,ମିନା ବଜାର,ମୁକ୍ତାକାଶ ରଂଗମଂଚର ସୈାନ୍ଦର୍ଯ୍ୟକରଣ,ଆଲୋକ ଓ ପାନିୟଜଳ ବ୍ୟବସ୍ଥା,ସ୍ୱାସ୍ତ୍ୟସେବା,ପରିମଳ ବ୍ୟବସ୍ଥା ସମେତ ବିଭିନ୍ନ ବିଷୟରେ ବିଷଦ ଭାବରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ସଚିବ ଶ୍ରୀ ଦେବ ଚଳିତ ଉସ୍‌ିବକୁ ସରସ ସୁନ୍ଦର ଓ ବର୍ଣ୍ଣାଢ୍ୟ ଭାବରେ ଆୟୋଜନ କରାଯିବା ନେଇ ବିଭାଗ ପକ୍ଷରୁ କାର୍ଯ୍ୟକ୍ରମ ମାନ ପ୍ରସ୍ତୁତ କରାଯାଉଥଇବା ପ୍ରକାଶ କରିଥିଲେ । ଚନ୍ଦ୍ରଭାଗା ଠାରେ ହେବାକୁ ଥିବା ଆନ୍ତର୍ଜାତୀୟ ବାଲୁକା କଳା ମହୋସ୍‌ିବ ନିମନ୍ତେ ୪୦ଟି ଷ୍ଟଲ ନିମନ୍ତେ ଆମେରିକା,ଡେନମାର୍କ,ରସିଆ,କାନେଡା ଓ ଆଫ୍ରିକା ସମେତ ୬ଟି ଦେଶର ବିଦେଶୀ ବାଲୁକା ଶିଳ୍ପୀ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଓଡିଶା ବାହାରର ୧୬ଜଣ ବାଲୁକା ଶୀଳ୍ପୀ ଓ ଓଡିଶାର ୧୨୧ଜଣ ବାଲୁକା ଶୀଳ୍ପୀ ଏହି ମହୋସ୍‌ିବରେ ଭାଗନେବା ପାଇଁ ଆବେଦନ କରିଥିବା ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ ଆମ୍ବାସଡର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏହି ଅବସରରେ ପ୍ରକାଶ କରିଛନ୍ତି । କୋଣାର୍କ ଏନଏସି ପକ୍ଷରୁ ୩୦୦ଟି ଷ୍ଟଲ ପ୍ରଦର୍ଶନ କରାଯାଇ ମିନା ବଜାର ହେଲିପ୍ୟାଡ ପଡିଆରେ ପ୍ରଦର୍ଶିତ ହେବା ପାଇଁ ନିଷ୍ପତି ନିଆଯାଇଥିଲା । ଚଳିତ ଉସ୍‌ିବ ନିମନ୍ତେ ଚନ୍ଦ୍ରଭାଗା ଠାରେ ଅଗ୍ନୀଶମ ବିଭାଗ ପକ୍ଷରୁ ପର୍ଯ୍ୟଟକ ମାନଙ୍କ ସୁରକ୍ଷା ଦୃଷ୍ଠିରୁ ସମୁଦ୍ର କୂଳରେ ୨୦ଜଣ ଲାଇଫ ଗାର୍ଡ ମୁତୟନ କରାଯିବା ସହ ପର୍ଯ୍ୟଟନ ପୋଲିସ ପକ୍ଷରୁ ୨୪ଘଂଟିଆ ପେଟୋ୍ରଲିଂ ବ୍ୟବସ୍ଥା କରାଯିବା ପାଇଁ ବୈଠକରେ ସ୍ଥିର କରାଯାଇଛି । ଏହି ବୈଠକରେ ପୁରୀଜିଲ୍ଲାପାଳ ବଲୱନ୍ତ ସିଂ,ଓଟିଡିସିର ନିର୍ଦ୍ଧେଶକ ହେମକାନ୍ତ ସେଏ,ପୁରୀଜିଲ୍ଲା ପ୍ରକଳ୍ପ ନିର୍ଦ୍ଧେଶକ ବିଶାଲ ସିଂ,ପର୍ଯ୍ୟଟନ ବିଭାଗ ସହକାରୀ ନିର୍ଦ୍ଧେଶକ ବିଜୟ କୁମାର ଯେନା,ଡିଆଇବି ଡିଏସପି ଉମାକାନ୍ତ ମଲ୍ଲିକ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର ?

ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର ?

Read More...

ବଜ୍ରକାପ୍ତା ଉଦ୍ଧାର, ଚାରି ଗିରଫ

ବଜ୍ରକାପ୍ତା ଉଦ୍ଧାର, ଚାରି ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page