ଦିଲ୍ଲୀ ବାୟୁମଣ୍ଡଳରେ ସୁଧାର

November 17, 2019, ଦେଶ, , Anupambharat News Bureau


ଦିଲ୍ଲୀ ବାୟୁମଣ୍ଡଳରେ ସୁଧାର
Anupambharat News Bureau
November 17, 2019

ନୂଆଦିଲ୍ଲୀ: ଆସନ୍ତାକାଲି ଦିଲ୍ଲୀର ପ୍ରଦୂଷଣ ଓ ବାୟୁମଣ୍ଡଳ ବାବଦରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ । ଏହା ପୂର୍ବରୁ ଆଜି ଦିଲ୍ଲୀର ପ୍ରଦୂଷଣକୁ ନେଇ ଟୁଇଟ୍‌ କରିଛନ୍ତି କେଜ୍ରିୱାଲ । ସେ କହିଛନ୍ତି, ପଡ଼ୋଶୀ ରାଜ୍ୟରେ ନଡ଼ା ପୋଡ଼ିବା କମ୍‌ ହୋଇଛିଛ ତେଣୁ ଏବେ ବାୟୁମଣ୍ଡଳର ଗଣବତ୍ତା ବୃଦ୍ଧି ପାଉଛି ବୋଲି କେଜ୍ରିୱାଲ୍‌ କହିଛନ୍ତି ।
ତେବେ ଆଜି ମଧ୍ୟ ଦିଲ୍ଲୀର ବାୟୁମଣ୍ଡଳ ‘ଅତ୍ୟଧିକ ଖରାପ’ ଶ୍ରେଣୀର ରହିଛି । ଆଗାମୀ ଦିନରେ ଏହାର ସୁଧାର ଆସିବ ବୋଲି ଜଣାପଡ଼ିଛି । ଆଜି ଦିଲ୍ଲୀରେ ବାୟୁର ଗୁଣବତ୍ତା ୨.୫ ଏମଏମ ରହିଛି । ଯାହାକି ‘ଅତ୍ୟଧିକ ଖରାପ’ ଶ୍ରେଣୀର । ସେହିପରି ଏକ୍ୟୁଆଇ ୩୬୫ ରହିଛି ।
ଦିଲ୍ଲୀ ସରକାରଙ୍କ ଉନ୍ନୟନ କମିଶନର ଉପାଧ୍ୟକ୍ଷ ଜସ୍ମିନ୍‌ ଶାହ ଟୁଇଟ୍‌ କରି ଏ ବାବଦରେ ମଧ୍ୟ ସୂଚନା ଦେଇଛନ୍ତି । ଆଜି ସକାଳ ୧୦ଟା ସୁଦ୍ଧା ଦିଲ୍ଲୀର ଅନେକ ସ୍ଥାନରେ ବାୟୁମଣ୍ଡଳର ଗୁଣବତ୍ତା ୨୦୦ ଏମଏମ ରହିଥିବା ଜଣାପଡ଼ିଛି । ପଡ଼ୋଶୀ ରାଜ୍ୟ ଉତ୍ତର ପ୍ରଦେଶ, ହରିଆନା ଏବଂ ପଞ୍ଜାବରେ ଚାଷୀ ନଡ଼ା ପୋଡ଼ିବା କମିବା ପରେ ଦିଲ୍ଲୀ ବାୟୁମଣ୍ଡଳରେ ପରିବର୍ତ୍ତନ ହୋଇଛି ବୋଲି ଜସ୍ମିନ୍‌ କହିଛନ୍ତି । ସୂଚନାଯୋଗ୍ୟ, ଅକେଫାବର ମାସ ଆରମ୍ଭ ହେବା ମାତ୍ରେ ପଡ଼ୋଶୀ ରାଜ୍ୟର ଚାଷୀ ନଡ଼ା ପୋଡ଼ିଥିଲେ । ଫଳରେ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢ଼ିଯାଇଥିଲା ।
ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢ଼ିବା ପରେ ନଭେମ୍‌ୱର ୪ରୁ ୧୫ ଯାଏ ଲାଗୁ କରିଥିଲେ ଦିଲ୍ଲୀ ସରକାର । ସୋମବାର ସମସ୍ତ ରିପୋର୍ଟର ସମୀକ୍ଷା କରିବା ପରେ ଯୁଗ୍ମ-ଅଯୁଗ୍ମ ନିୟମ ନିୟମ ଆଉ ଥରେ ଲାଗୁ କରାଯିବ କି ନାହିଁ ନିଷ୍ପତ୍ତି ନିଆଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ।
ବାୟୁମଣ୍ଡଳରେ ଥିବା ପ୍ରଦୂଷଣ ପାଇଁ ଦିଲ୍ଲୀବାସୀ ଏବେ କାଶ, ଚର୍ମ ରୋଗ, ଗଳାରେ ସଂକ୍ରମଣ, ଆଖି କୁଣ୍ଡେଇ ହେବା, ନିଃଶ୍ୱାସ-ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଥିବା ସୂଚନା ରହିଛି । ସୁପ୍ରିମକୋର୍ଟ ମଧ୍ୟ ଦିଲ୍ଲୀ ସରକାରଙ୍କ ଏହି ନିୟମକୁ ନେଇ ଜବାବ ତଲବ କରିସାରିଛନ୍ତି । ଯୁଗ୍ମ-ଅଯୁଗ୍ମ ନିୟମ କରିବା ପରେ କେତେ ପ୍ରଦୂଷଣ ମାତ୍ରା କମିଛି ସେ ବାବଦରେ ତଥ୍ୟ ଦେବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଇୟୁସି ଚାର୍ଜ ଉଠାଇବା ଓ ହ୍ରାସ କରିବା ଟ୍ରାଇ ନିଷ୍ପତ୍ତିକୁ ଜିଓର ଆପତ୍ତି

ଆଇୟୁସି ଚାର୍ଜ ଉଠାଇବା ଓ ହ୍ରାସ କରିବା ଟ୍ରାଇ ନିଷ୍ପତ୍ତିକୁ ଜିଓର ଆପତ୍ତି

Read More...

ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର ?

ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର ?

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page