ଅଫିସରେ ମହିଳା ତହସିଲଦାରଙ୍କୁ ଜୀଅନ୍ତା ଜାଳିଦେଲା

November 04, 2019, ଦେଶ, , Anupambharat News Bureau


ଅଫିସରେ ମହିଳା ତହସିଲଦାରଙ୍କୁ ଜୀଅନ୍ତା ଜାଳିଦେଲା
Anupambharat News Bureau
November 04, 2019

ବିଶାଖାପଟନମ, ୪ା୧୧: ଅଫିସରେ କାର୍ଯ୍ୟ କରୁଥିବା ବେଳେ ମହିଳା ତହସିଲଦାରୁ ଜଣେ ଦୁର୍ବୃତ୍ତ ଜୀଅନ୍ତା ଜାଳି ହତ୍ୟା କରିଛି । ହାଇଦ୍ରାବାଦ ଉପକଣ୍ଠରେ ଥିବା ରଙ୍ଗାରେzୀ ଜିଲ୍ଲା ଅବଦୁଲ୍ଲାପୁରମେଟ୍‌ ତହସିଲଦାର ଅଫିସରେ ଏହି ଘଟଣା ଘଟିଛି । କିଛି ସମୟ ପରେ ଦୁର୍ବୃତ୍ତ ଜଣଙ୍କ ନିଜ ସହ ଆଣିଥିବା ପେଟ୍ରୋଲକୁ ବିଜୟାଙ୍କ ଉପରକୁ ଫୋପାଡ଼ି ନିଆଁ ଲଗାଇ ଦେଇଥିଲା । ବିଜୟାଙ୍କ ଡ୍ରାଇଭର ଓ ଅନ୍ୟ ଜଣେ ବ୍ୟକ୍ତି ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ହେଁ ଏଥିରେ ସଫଳ ହୋଇ ପାରି ନଥିଲା । ଏହି
ଘଟଣାରେ ଦୁଇ ଜଣ ଯାକ ଆହତ ହୋଇଛନ୍ତି । ସେହିପରି ଘଟଣାସ୍ଥଳରେ ହିଁ ବିଜୟାଙ୍କ ମୃତୁ୍ୟ ଘଟିଥିଲା । ଆକ୍ରମଣକାରୀ ଜଣଙ୍କ ମଧ୍ୟ ଅଫିସ ବାହାରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା । ତେବେ ତାକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣକାରୀର ନାଁ ସୁରେଶ । ତା’ ଘର ହାୟତନଗର ବ୍ଲକ ଅନ୍ତର୍ଗତ ଗୌରେଲ୍ଲି ଗାଁରେ ବୋଲି ଜଣାପଡ଼ିଛି । ତେବେ ଆକ୍ରମଣ ପଛର କାରଣ ଜଣାପଡ଼ି ନାହିଁ । ୨ ବର୍ଷ ହେଲା ବିଜୟା ଏଠାରେ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ରାଜଧାନୀରେ ଗର୍ଜିଲେ ଗାଁସାଥୀ

ରାଜଧାନୀରେ ଗର୍ଜିଲେ ଗାଁସାଥୀ

Read More...

ଏୟାରଟେଲ୍‌ର ବଡ଼ ଘୋଷଣା ପ୍ରିପେଡ୍‌ ରିଚାର୍ଜରେ ମିଳିବ ୪ ଲକ୍ଷ ଟଙ୍କାର ଇନ୍‌ସୁ୍ୟରାନ୍ସ

ଏୟାରଟେଲ୍‌ର ବଡ଼ ଘୋଷଣା ପ୍ରିପେଡ୍‌ ରିଚାର୍ଜରେ ମିଳିବ ୪ ଲକ୍ଷ ଟଙ୍କାର ଇନ୍‌ସୁ୍ୟରାନ୍ସ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page