ରାଜଧାନୀରେ ଗର୍ଜିଲେ ଗାଁସାଥୀ

November 04, 2019, ଓଡ଼ିଶା, , Anupambharat News Bureau


 ରାଜଧାନୀରେ ଗର୍ଜିଲେ ଗାଁସାଥୀ
Anupambharat News Bureau
November 04, 2019

ଭୁବନେଶ୍ୱର,୪ ।୧୧(ଅନୁପମ ମିଡିଆ): ଗାଁସାଥୀ (ମେଟ୍‌) ସଂଘ ମିଳିତ କ୍ର୍ରିୟାନୁଷ୍ଠାନ କମିଟି ତରଫରୁ ସ୍ଥାନୀୟ ରାମମନ୍ଦିର ନିକଟରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଲୋୟର ପିଏମଜି ଠାରେ ବିଭିନ୍ନ ଦାବି ନେଇ ଏକ ଗର୍ଜନ ସମାବେଶ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି ।
ଗାଁସାଥୀ ସଂଗଠକ ଲକ୍ଷ୍ମୀଧର ବିଶ୍ୱାଳ ଓ ସୌଭାଗ୍ୟ ମିଶ୍ରଙ୍କ ନେତୃତ୍ୱରେ ରାଜ୍ୟ ପଂଚାୟତିରାଜ ବିଭାଗରେ ପର୍ଯ୍ୟାୟ କ୍ରମେ ଗାଁସାଥୀ (ମେଟ୍‌) ମାନଙ୍କ ସ୍ଥାୟୀ ନିଯୁକ୍ତି ଓ ମାସିକ ୬ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ପ୍ରୋତ୍ସାହନ ରାଶି ପ୍ରଦାନ ସମେତ ୫ ଦଫା ଦାବି ପୂରଣ ନହେବା ଯାଏ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଉକ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଶ୍ରୀ ବିଶ୍ୱାଳ ଓ ମିଶ୍ର ପ୍ରକାଶ କରିଛନ୍ତି । ସଂଘ ପକ୍ଷରୁ କୁହାଯାଇଛି ଯେ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟର ସମସ୍ତ ଗାଁସାଥୀ (ମେଟ୍‌)ମାନଙ୍କୁ ମାସକୁ ସର୍ବନିମ୍ନ ୧୦ ଦିନରୁ ଅଧିକ ସରକାରୀ ପ୍ରାପ୍ୟ ସହିତ କାର୍ଯ୍ୟ ପ୍ରଦାନ କରାଯିବା ଲାଗି ପଂଚାୟତିରାଜ ବିଭାଗ ନିର୍ଦ୍ଦେଶ ଦେଇଥିଲା । ଏଥି ସହିତ ଏହି ନିୟମାନୁଯାୟୀ କାର୍ଯ୍ୟ ପାଇନଥିବା ସମସ୍ତ ଗାଁସାଥୀ (ମେଟ୍‌)ମାନଙ୍କୁ ଏକ ସ୍ୱତନ୍ତ୍ର କର୍ପସ ପାଣwି ଜରିଆରେ ଏକ ସରକାରୀ ନିୟମ ଆଧାରରେ କ୍ଷତିପୂରଣ ବାବଦକୁ ଅର୍ଥ ପ୍ରଦାନ କରାଯିବ ବୋଲି ବିଧାୟକ ଓ ତତ୍କାଳୀନ ଅର୍ଥମନ୍ତ୍ରୀ ତଥା ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ଅଧ୍ୟକ୍ଷ ସଂଘକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ପ୍ରତିଶ୍ରୁତି ପୂରଣ ହୋଇପାରିଲା ନାହିଁ । ଏଣୁ ବାଧ୍ୟ ହୋଇ ଆଜି ହଜାର ହଜାର ଗାଁସାଥୀ (ମେଟ୍‌)ମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।
ଦାବି ପୂରଣ ଲାଗି ସିଧାସଳଖ ମୁଖ୍ୟମନ୍ତ୍ରୀ ଓ ସଚିବ ୫-ଟି ବିଭାଗ ଆଜ୍ଞାଙ୍କ ସିଧାସଳଖ ହସ୍ତକ୍ଷେପ ଓ ଆଶୁ ସମାଧାନ ଲାଗି ପ୍ରଶାସନିକ ବ୍ୟବସ୍ଥା କରିବା ଦାବିରେ ଅନିର୍ଦ୍ଦିଷ୍ଟ କାଳ ଆନ୍ଦୋଳନ ଜାରି ରହିବ ବୋଲି ସଂଘର ସଂଗଠକ ଶ୍ରୀ ଳକ୍ଷ୍ମୀଧର ବିଶ୍ୱାଳ, ସୌଭାଗ୍ୟ ମିଶ୍ର, ପ୍ରତାପ ମଲ୍ଲିକ ଚେତାବନୀ ଦେଇଛନ୍ତି । ଏହି ସମାବେଶରେ ୧୦ ହଜାରରୁ ଉର୍ଦ୍ଧ୍ୱ ଗାଁସାଥୀ(ମେଟ୍‌)ସଂଘର ରାଜ୍ୟ, ଜିଲ୍ଲା, ବ୍ଲକ ଓ ପଂଚାୟତ ସଂଗଠକମାନେ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଆସୁଛି ‘ବୁଲବୁଲ’ ବାତ୍ୟା   !

ଆସୁଛି ‘ବୁଲବୁଲ’ ବାତ୍ୟା !

Read More...

ଅଫିସରେ ମହିଳା ତହସିଲଦାରଙ୍କୁ ଜୀଅନ୍ତା ଜାଳିଦେଲା

ଅଫିସରେ ମହିଳା ତହସିଲଦାରଙ୍କୁ ଜୀଅନ୍ତା ଜାଳିଦେଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page