ଏୟାରଟେଲ୍‌ର ବଡ଼ ଘୋଷଣା ପ୍ରିପେଡ୍‌ ରିଚାର୍ଜରେ ମିଳିବ ୪ ଲକ୍ଷ ଟଙ୍କାର ଇନ୍‌ସୁ୍ୟରାନ୍ସ

November 04, 2019, ଶିଳ୍ପ ବାଣିଜ୍ୟ, , Anupambharat News Bureau


ଏୟାରଟେଲ୍‌ର ବଡ଼ ଘୋଷଣା ପ୍ରିପେଡ୍‌ ରିଚାର୍ଜରେ ମିଳିବ ୪ ଲକ୍ଷ ଟଙ୍କାର ଇନ୍‌ସୁ୍ୟରାନ୍ସ
Anupambharat News Bureau
November 04, 2019

ନୂଆଦିଲ୍ଲୀ, : ଭାରତୀୟ ଟେଲିକମ୍‌ କମ୍ପାନୀ ଭାରତୀ ଏୟାରଟେଲ ଏକ ବଡ଼ ଘୋଷଣା କରିଛି । ଏଣିକି ଏୟାରଟେଲ ପ୍ରିପେଡ ପ୍ଲାନ୍‌ରେ ଲାଇଫ୍‌ ଇନ୍‌ସୁ୍ୟରାନ୍ସ ଦିଆଯିବ । ଏଥିପାଇଁ ଇନ୍‌ସୁ୍ୟରାାନ୍ସ କମ୍ପାନୀ ଭାରତୀ ଏକ୍ସା (ଇhଚ୍ଚrଟ୍ଟi ଅXଅ) ସହ ହାତ ମିଳାଇଛି ।
ଏୟାରଟେଲର ନୂଆ ୫୯୯ ଟଙ୍କା ପ୍ରିପେଡ୍‌ ପ୍ଲାନ ରିଚାର୍ଜ କଲେ ଆପଣଙ୍କୁ ପ୍ରତିଦିନ ୨ ଜିବି ଡାଟା ସହିତ ୧୦୦ ଏସ୍‌ଏମ୍‌ଏସ୍‌ ଦିଆଯିବ । ଏହି ପ୍ଲାନ୍‌ରେ ଲୋକାଲ ଏବଂ ଏସ୍‌ଟିଡି କଲ୍‌ ମଧ୍ୟ ମାଗଣା ରହିଛି । ୮୪ ଦିନ ପାଇଁ ଏହି ପ୍ଲାନ୍‌ର ବୈଧତା ରହିଛି ।
ତେବେ ଏହି ୫୯୯ ଟଙ୍କା ପ୍ରିପେଡ୍‌ ପ୍ଲାନ ରିଚାର୍ଜ କଲେ ଆପଣଙ୍କୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୀବନ ବୀମା ଦିଆଯିବ । କମ୍ପାନୀ ପକ୍ଷରୁ ସୋମବାର ଏ ନେଇ ଘୋଷଣା କରାଯାଇଛି । ଏହି ବୀମା ଭାରତୀ ଏକ୍ସା ଲାଇଫ୍‌ ଇନ୍‌ସୁ୍ୟରାନ୍ସ କମ୍ପାନୀ ପକ୍ଷରୁ ଗ୍ରାହକଙ୍କୁ ଦିଆଯିବ ।
ଏ ନେଇ ଏୟାରଟେଲ କହିଛି, ଏହା ମୁତାବକ, ବର୍ତ୍ତମାନ ସୁଦ୍ଧା ଭାରତରେ ୪ ପ୍ରତିଶତରୁ କମ ଲୋକ ବୀମା କମ୍ପାନୀ ସହ ଯୋଡ଼ିହୋଇ ଅଛନ୍ତି । ହେଲେ ମୋବାଇଲ ଉପଭୋକ୍ତା ସାରା ଦେଶରେ ୯୦ ପ୍ରତିଶତ ଅଛନ୍ତି । ଅଧିକରୁ ଅଧିକ ଲୋକଙ୍କୁ ଜୀବନ ବୀମାରେ ସହ ଯୋଡ଼ିବା ପାଇଁ କମ୍ପାନୀ ପକ୍ଷରୁ ଏହି ବ୍ୟବସ୍ଥା ଅଣାଯାଇଛି ।
୧୮-୫୪ ବର୍ଷୀୟ ଏୟାରଟେଲ୍‌ ଗ୍ରାହକଙ୍କ ପାଇଁ ଏହି ଜୀବନ ବୀମା ଲାଗୁ ହୋଇପାରିବ । ଏଥିପାଇଁ କୌଣସି କାଗଜପତ୍ର କାର୍ଯ୍ୟ କିମ୍ବା ମେଡିକାଲ ଯାଞ୍ଚ କରିବାକୁ ପଡ଼ିବ ନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଫିସରେ ମହିଳା ତହସିଲଦାରଙ୍କୁ ଜୀଅନ୍ତା ଜାଳିଦେଲା

ଅଫିସରେ ମହିଳା ତହସିଲଦାରଙ୍କୁ ଜୀଅନ୍ତା ଜାଳିଦେଲା

Read More...

୯ ଘଣ୍ଟା ହୋଇପାରେ କାର୍ଯ୍ୟଦିବସ ସମୟ  ମଜୁରି କୋଡ୍‌ରେ ପରିବର୍ତ୍ତନ ଲାଗି ସରକାରଙ୍କ ପ୍ରସ୍ତାବ

୯ ଘଣ୍ଟା ହୋଇପାରେ କାର୍ଯ୍ୟଦିବସ ସମୟ ମଜୁରି କୋଡ୍‌ରେ ପରିବର୍ତ୍ତନ ଲାଗି ସରକାରଙ୍କ ପ୍ରସ୍ତାବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page