୯ ଘଣ୍ଟା ହୋଇପାରେ କାର୍ଯ୍ୟଦିବସ ସମୟ ମଜୁରି କୋଡ୍‌ରେ ପରିବର୍ତ୍ତନ ଲାଗି ସରକାରଙ୍କ ପ୍ରସ୍ତାବ

November 04, 2019, ଶିଳ୍ପ ବାଣିଜ୍ୟ, , Anupambharat News Bureau


୯ ଘଣ୍ଟା ହୋଇପାରେ କାର୍ଯ୍ୟଦିବସ ସମୟ  ମଜୁରି କୋଡ୍‌ରେ ପରିବର୍ତ୍ତନ ଲାଗି ସରକାରଙ୍କ ପ୍ରସ୍ତାବ
Anupambharat News Bureau
November 04, 2019

ନୂଆଦିଲ୍ଲୀ : କାର୍ଯ୍ୟ ଦିବସର ସମୟ କେତେ ଘଣ୍ଟା ହେବା ଦରକାର ? ଦେଶରେ ୯ ଘଣ୍ଟିଆ କାର୍ଯ୍ୟ ଦିବସ ଲାଗୁ କରିବାକୁ ସରକାର ଚାହୁଛନ୍ତି । ସରକାରଙ୍କ ତରଫରୁ ପ୍ରସ୍ତୁତ କରାଯାଇଥିବା ଚିଠା ମଜୁରି କୋଡ୍‌ରେ ଏଭଳି ପ୍ରସ୍ତାବ ଦିଆଯାଇଛି । ଏହା ଉପରେ ଜନ ସାଧାରଣ ଓ ଅଂଶୀଦାରଙ୍କ ମତାମତ ଲୋଡ଼ାଯାଇଛି ।
ଏବେ ୮ ଘଣ୍ଟିଆ କାର୍ଯ୍ୟଦିବସ ପ୍ରଚଳନରେ ରହିଛି । ସେହି ଅନୁସାରେ ମାସକର ବେତନ ହିସାବ କରିବା ଲାଗି ୨୬ ଦିନର କାର୍ଯ୍ୟକୁ ବିଚାରକୁ ନିଆଯାଉଛି । କାର୍ଯ୍ୟ ଦିବସର ସମୟକୁ ୯ ଘଣ୍ଟା କରିବା ଲାଗି ସରକାର ପ୍ରସ୍ତାବ ଦେଇଥିବା ବେଳେ ମଜୁରି ହିସାବକୁ ସେହି ୨୬ ଦିନ ରଖିଛନ୍ତି । ଏହାକୁ ଶ୍ରମିକ ସଂଗଠନଗୁଡ଼ିକ ବିରୋଧ କରୁଛନ୍ତି ।
ସିଟୁର ଉପସଭାପତି ଏ କେ ପଦ୍ମନାଭନ କହିଛନ୍ତି ଯେ, କିଛି କାରଖାନାରେ କର୍ମଚାରୀମାନେ ଦିନକୁ ୯ ଘଣ୍ଟା କାମ କରୁଛନ୍ତି । ସରକାର ଯେଉଁ ଚିଠା ମଜୁରି କୋଡ୍‌ ଆଣିଛନ୍ତି, ତାହା ଜରିଆରେ ୯ ଘଣ୍ଟିଆ କାର୍ଯ୍ୟ ଦିବସକୁ ସ୍ୱୀକୃତି ପ୍ରଦାନ କରିବାର ପ୍ରୟାସ କରାଯାଉଛି । ଏଥିରେ କର୍ମଚାରୀଙ୍କ କଲ୍ୟାଣ ପ୍ରତି ଗୁରୁତ୍ୱ ଦିଆଯାଇନାହିଁ । ସେଥିପାଇଁ ଆମେ ଏହାକୁ ବିରୋଧ କରିବୁ ବୋଲି ପଦ୍ମନାଭନ କହିଛନ୍ତି ।
ଚିଠା ମଜୁରି କୋଡ୍‌ରେ ସର୍ବନିମ୍ନ ମଜୁରିକୁ ନେଇ କେଣସି ପ୍ରସ୍ତାବ ନାହିଁ । ଭବିଷ୍ୟତରେ ଏକ କମିଟି ଏ ବିଷୟରେ ସରକାରଙ୍କୁ ପ୍ରସ୍ତାବ ଦେଇପାରେ ବୋଲି କୁହାଯାଇଛି । ସର୍ବନିମ୍ନ ମଜୁରି ନିର୍ଦ୍ଧାରଣ କରିବାକୁ ନେଇ ଶ୍ରମ ମନ୍ତ୍ରଣାଳୟ ତରଫରୁ ଏକ କମିଟି ଗଠନ କରାଯାଇଥିଲା ।
ଗତ ଜାନୁଆରୀରେ କମିଟି ଦେଇଥିବା ରିପୋର୍ଟରେ ଜଣାଇଥିଲା ଯେ, ଦେନିକ ମଜୁରି ୩୭୫ ଟଙ୍କା, ସର୍ବନିମ୍ନ ମାସିକ ବେତନ ୯୭୫୦ ଟଙ୍କା ହେବା ଦରକାର । ଏହା ବ୍ୟତୀତ ସହରାଞ୍ଚଳର କର୍ମଚାରୀମାନଙ୍କୁ ୧୪୩୦ ଟଙ୍କାର ଘର ବାବଦ ଭତ୍ତା ପ୍ରଦାନ କରାଯାଉ ବୋଲି କମିଟି ପ୍ରସ୍ତାବ ଦେଇଥିଲା ।
ସର୍ବନିମ୍ନ ମଜୁରି ନିର୍ଦ୍ଧାରଣ ପାଇଁ ଦେଶକୁ ତିନିଟି ଭେଗୋଳିକ ବର୍ଗରେ ବିଭାଜନ କରାଯିବ । ତାହା ହେଉଛି (କ) ୪୦ ଲକ୍ଷରୁ ଅଧିକ ଲୋକ ବସବାସ କରୁଥିବା ମେଟ୍ରୋ ଅଞ୍ଚଳ, (ଖ) ୧୦ ଲକ୍ଷରୁ ୪୦ ଲକ୍ଷ ଲୋକ ବସବାସ କରୁଥିବା ଅଣ-ମେଟ୍ରୋ ଅଞ୍ଚଳ ଓ (ଗ) ଗ୍ରାମାଞ୍ଚଳ ।
ସର୍ବନିମ୍ନ ମଜୁରିରେ ଘର ଭଡ଼ାର ଭାଗ ୧୦% ରହିବ । ଇନ୍ଧନ, ବିଦୁ୍ୟତ୍‌ ଓ ଅନ୍ୟାନ୍ୟ ଖର୍ଚ୍ଚର ଭାଗ ୨୦% ରହିବ ।
ମଜୁରି ହିସାବ ବେଳେ ଦେନିକ ୨୭୦୦ କ୍ୟାଲୋରି ଗ୍ରହଣ କରିବା ଓ ଏକ ସାଧାରଣ ପରିବାର ଲାଗି ବର୍ଷକୁ ୬୬ ମିଟର କପଡ଼ା ବିଚାରକୁ ନିଆଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏୟାରଟେଲ୍‌ର ବଡ଼ ଘୋଷଣା ପ୍ରିପେଡ୍‌ ରିଚାର୍ଜରେ ମିଳିବ ୪ ଲକ୍ଷ ଟଙ୍କାର ଇନ୍‌ସୁ୍ୟରାନ୍ସ

ଏୟାରଟେଲ୍‌ର ବଡ଼ ଘୋଷଣା ପ୍ରିପେଡ୍‌ ରିଚାର୍ଜରେ ମିଳିବ ୪ ଲକ୍ଷ ଟଙ୍କାର ଇନ୍‌ସୁ୍ୟରାନ୍ସ

Read More...

କର୍ତ୍ତାରପୁର ଯାଉଥିବା ଶ୍ରଦ୍ଧାଳୁ ସାବଧାନ ଗୁରୁଦ୍ୱାର ନିକଟରେ ଆତଙ୍କୀ କ୍ୟାମ୍ପ

କର୍ତ୍ତାରପୁର ଯାଉଥିବା ଶ୍ରଦ୍ଧାଳୁ ସାବଧାନ ଗୁରୁଦ୍ୱାର ନିକଟରେ ଆତଙ୍କୀ କ୍ୟାମ୍ପ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page