କର୍ତ୍ତାରପୁର ଯାଉଥିବା ଶ୍ରଦ୍ଧାଳୁ ସାବଧାନ ଗୁରୁଦ୍ୱାର ନିକଟରେ ଆତଙ୍କୀ କ୍ୟାମ୍ପ

November 04, 2019, ଦେଶ, , Anupambharat News Bureau


କର୍ତ୍ତାରପୁର ଯାଉଥିବା ଶ୍ରଦ୍ଧାଳୁ ସାବଧାନ ଗୁରୁଦ୍ୱାର ନିକଟରେ ଆତଙ୍କୀ କ୍ୟାମ୍ପ
Anupambharat News Bureau
November 04, 2019

ନୂଆଦିଲ୍ଲୀ: ଆସନ୍ତା ୯ ତାରିଖରୁ ପାକିସ୍ତାନର କର୍ତ୍ତାରପୁରରେ ଥିବା ଦରବାର ସାହିବ ଗୁରୁଦ୍ୱାରକୁ ଭାରତରୁ ଶ୍ରଦ୍ଧାଳୁମାନେ ଯିବେ । ହେଲେ ଏହା ପୂର୍ବରୁ ଆତଙ୍କୀସ୍ତାନ ପାକିସ୍ତାନ ସମ୍ପର୍କରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି ।
ଗୁରୁଦ୍ୱାର ଥିବା ଜିଲ୍ଲାରେ ଆତଙ୍କବାଦୀ କ୍ୟାମ୍ପ ଗୁଡ଼ିକ ବେଶ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି । ତେଣୁ ସେମାନେ ଗୁରୁଦ୍ୱାରା ଯାଉଥିବା ଶ୍ରଦ୍ଧାଳୁଙ୍କୁ ଆକ୍ରମଣ କରିପାରନ୍ତି ବୋଲି ଆଜି ଗୁଇନ୍ଦା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଗୁଇନ୍ଦା ସୂଚନା ଅନୁଯାୟୀ, ପାକିସ୍ତାନର ପଞ୍ଜାବ ପ୍ରଦେଶର ନରୱାଲ ଜିଲ୍ଲାରେ ଦରବାର ସାହିବ ଗୁରୁଦ୍ୱାର ରହିଛି । ଏହି ଗୁରୁଦ୍ୱାରା ଠାରୁ ଅଳ୍ପ ଦୂରତାରେ ପାକିସ୍ତାନ ସେନା ସହାୟତାରେ ଏକାଧିକ ଆତଙ୍କବାଦୀ ସଂଗଠନ ନିଜର କାର୍ଯ୍ୟକଳାପ ଜାରି ରଖିଛନ୍ତି । ଦରବାର ସାହିବ ଗୁରୁଦ୍ୱାରାକୁ ଯିବା ପାଇଁ ଆସନ୍ତା ୯ ତାରିଖରେ ଉଭୟ ପାକିସ୍ତାନ ଓ ଭାରତ କର୍ତ୍ତାରପୁର କରିଡର ଉଦଘାଟନ କରିବେ । ଏହି କରିଡର ଦେଇ ଭାରତର ପଞ୍ଜାବ ଅନ୍ତର୍ଗତ ଗୁରୁଦାସ ପୁରରୁ ପାକିସ୍ତାନର କର୍ତ୍ତାରପୁରକୁ ଶ୍ରଦ୍ଧାଳୁମାନେ ଯିବେ ।
ତେବେ ନରୱାଲ ଜିଲ୍ଲାର ମୁରିଡିକେ, ଶାଖରଗଡ଼ ଓ ନରୱାଲରେ ଏକାଧିକ ଆତଙ୍କୀ କ୍ୟାମ୍ପ ରହିଥିବା ଜଣାପଡ଼ିଛି । ଏହି କ୍ୟାମ୍ପ ଗୁଡ଼ିକରେ ଉଭୟ ପୁରୁଷ ଓ ମହିଳାମାନଙ୍କୁ ଆତଙ୍କୀ ହମ୍ଲା ପାଇଁ ଟ୍ରେନିଂ ଦିଆଯାଉଛି । ନିକଟରେ ସେଠାକୁ ଯାଉଥିବା ଭାରତୀୟ ଶ୍ରଦ୍ଧାଳୁଙ୍କ ସୁରକ୍ଷା ସମ୍ପର୍କିତ ବ୍ୟବସ୍ଥାକୁ ତର୍ଜମା କରା ଯାଇଥିଲା । ଏହି ବୈଠକରେ ସମସ୍ତ ପ୍ରମୁଖ ତଦନ୍ତକାରୀ ଓ ଗୁଇନ୍ଦା ସଂସ୍ଥା ସାମିଲ ହୋଇଥିଲେ । ଏହି ବୈଠକରେ ହିଁ ପାକିସ୍ତାନର ଦୋମୁହାଁ ନୀତି ସମ୍ପର୍କରେ ତଥ୍ୟ ମିଳିଛି ।
ଗୋଟିଏ ପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାରତୀୟ ଶ୍ରଦ୍ଧାଳୁଙ୍କୁ କର୍ତ୍ତାରପୁର ସାହିବକୁ ନିମନ୍ତ୍ରଣ ପାଇଁ ଆହ୍ୱାନ୍‌ ଦେଇଥିବା ବେଳେ ଅନ୍ୟପଟେ ଏଭଳି ଆତଙ୍କୀ ସଂଗଠନ ଗୁଡ଼ିକ କାର୍ଯ୍ୟ କରିବା ଭାରତ ସରକାରଙ୍କୁ ଚିନ୍ତାରେ ପକାଇଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଦୃଷ୍ଟିରୁ ଶ୍ରଦ୍ଧାଳୁ ମାନେ ଯେମିତି ପାକିସ୍ତାନ ସିମ ବ୍ୟବହାର କରିପାରିବେ ନାହିଁ, ତା’ର ବ୍ୟବସ୍ଥା କରିବାକୁ ପଞ୍ଜାବ ସରକାର ବ୍ୟବସ୍ଥା କର;ୁ ବୋଲି ଗୁଇନ୍ଦା ସଂସ୍ଥା ପରାମର୍ଶ ଦେଇଛି । କାରଣ ଏହି ସିମ ଦ୍ୱାରା କିଛି ଆତଙ୍କୀ ଛଦ୍ମବେଶରେ ଭାରତରେ ପ୍ରବେଶ କରିବାର ଆଶଙ୍କା ରହିଛି । ସେହିପରି ଡ୍ରଗ୍ସ କାରବାର ମଧ୍ୟ ଏହି କର୍ତ୍ତାରପୁର କରିଡର ଦେଇ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୯ ଘଣ୍ଟା ହୋଇପାରେ କାର୍ଯ୍ୟଦିବସ ସମୟ  ମଜୁରି କୋଡ୍‌ରେ ପରିବର୍ତ୍ତନ ଲାଗି ସରକାରଙ୍କ ପ୍ରସ୍ତାବ

୯ ଘଣ୍ଟା ହୋଇପାରେ କାର୍ଯ୍ୟଦିବସ ସମୟ ମଜୁରି କୋଡ୍‌ରେ ପରିବର୍ତ୍ତନ ଲାଗି ସରକାରଙ୍କ ପ୍ରସ୍ତାବ

Read More...

ଦିଲ୍ଲୀର ମାରାତ୍ମକ ପ୍ରଦୂଷଣକୁ ନେଇ ଚିନ୍ତାରେ ସୁପ୍ରିମକୋର୍ଟ

ଦିଲ୍ଲୀର ମାରାତ୍ମକ ପ୍ରଦୂଷଣକୁ ନେଇ ଚିନ୍ତାରେ ସୁପ୍ରିମକୋର୍ଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page