ଦୁର୍ନୀତିରେ କର୍ଣ୍ଣାଟକ ଭାରତରେ ନଂ.୧

October 29, 2019, ଦେଶ, , Anupambharat News Bureau


ଦୁର୍ନୀତିରେ କର୍ଣ୍ଣାଟକ ଭାରତରେ ନଂ.୧
Anupambharat News Bureau
October 29, 2019

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ଦିନକୁ ଦିନ ଲାଞ୍ଚ କାରବାର ଠାରୁ ବିଭିନ୍ନ ଦୁର୍ନୀତି ମାମଲା ବିବାରେ ଲାଗିଛି । ବିଶେଷ କରି ୨୦୧୬ ତୁଳନାରେ ୨୦୧୭ରେ କର୍ଣ୍ଣାଟକାରେ ୧୦୦୦% ଦୁର୍ନୀତି ମାମଲା ବୃଦ୍ଧି ପାଇଛି । ସମଗ୍ର ଭାରତ ବର୍ଷରେ ଏଭଳି ଦୁର୍ନୀତି ବୃଦ୍ଧିରେ କର୍ଣ୍ଣାଟକା ନଂ ୧ ସ୍ଥାନରେ ରହିଛି । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ(ଏନସିଆରବି) ପକ୍ଷରୁ ୨୦୧୭ ପାଇଁ ପ୍ରକାଶ ପାଇଥିବା ରିପୋର୍ଟରେ ଏଭଳି ତଥ୍ୟ ରହିଛି । ରିପୋର୍ଟ ଅନୁଯାୟୀ, ୨୦୧୬ରେ କର୍ଣ୍ଣାଟକାରେ ମାତ୍ର ୨୫ଟି ଦୁର୍ନୀତି ମାମଲା ରୁଜୁ ହୋଇଥିଲା । ହେଲେ ୨୦୧୭ରେ ଏହି ସଂଖ୍ୟା ୨୮୯ରେ ପହଞ୍ଚିଛି । ଏଥିରେ ଅଧିକାଂଶ ମାମଲା ଲାଞ୍ଚ କାରବାର ପାଇଁ ରୁଜୁ ହୋଇଛି । କିଛି ଲୋକ ଏଥିପାଇଁ ସରକାରୀ କଳକୁ ଦାୟୀ କରୁଥିବା ବେଳେ ଆଉ କିଛି ଲୋକ ୨୦୧୫ରେ ସମଗ୍ର ରାଜ୍ୟରେ ୨୫୯ଟି ମାମଲା ରୁଜୁ ହୋଇଥିବା କହିଛନ୍ତି । କର୍ଣ୍ଣାଟକା ସମେତ ଦେଶର ୧୧ଟି ରାଜ୍ୟରେ ଦୁର୍ନୀତି ମାମଲା ବୃଦ୍ଧି ପାଇଛି । ସେହିପରି କିଛି କେନ୍ଦ୍ର ଶାସିତ ଅଞ୍ଚଳ ଓ ରାଜ୍ୟରେ ସବୁଠାରୁ କମ ସଂଖ୍ୟକ ଦୁର୍ନୀତି ମାମଲା ଘଟିଥିବାରୁ ଜାତୀୟ ସ୍ତରରେ ଦୁର୍ନୀତି ସଂଖ୍ୟା ହ୍ରାସ ପାଇଛି । ୨୦୧୬ରେ ସମଗ୍ର ଦେଶରେ ଦୁର୍ନୀତି ଜନିତ ମାମଲା ୪,୪୩୯ ଥିବା ବେଳେ ୨୦୧୭ରେ ଏହା ୪,୦୬୨କୁ ହ୍ରାସ ପାଇଛି । ଅନ୍ୟପକ୍ଷରେ କେରଳରେ ଦୁର୍ନୀତି ମାମଲା ୬୭% ହ୍ରାସ ପାଇଛି । ସେହିପରି ଦକ୍ଷିଣ ପ୍ରାନ୍ତରେ ଥିବା ୫ ରାଜ୍ୟ କର୍ଣ୍ଣାଟକା, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, କେରଳ ଓ ତେଲେଙ୍ଗାନାରେ ଦୁର୍ନୀତି ମାମଲା ବୃଦ୍ଧି ଘଟିଛି । ଏହି ୫ ରାଜ୍ୟରେ ୮୭୮ଟି ମାମଲା ଘଟିଥିବା ବେଳେ ୨୦୧୭ରେ ଏହି ସଂଖ୍ୟା ୯୪୨ଟି ମାମଲା ରୁଜୁ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶାଢ଼ୀ ପିନ୍ଧିବାରୁ ଆସିଲା ବିବାହ ପ୍ରସ୍ତାବ

ଶାଢ଼ୀ ପିନ୍ଧିବାରୁ ଆସିଲା ବିବାହ ପ୍ରସ୍ତାବ

Read More...

ସମୁଦ୍ରରେ ଫିଙ୍ଗିଦେଲା ବାଗ୍‌ଦାଦିର ମୃତଦେହ

ସମୁଦ୍ରରେ ଫିଙ୍ଗିଦେଲା ବାଗ୍‌ଦାଦିର ମୃତଦେହ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page