ଶାଢ଼ୀ ପିନ୍ଧିବାରୁ ଆସିଲା ବିବାହ ପ୍ରସ୍ତାବ

October 29, 2019, ଦେଶ, , Anupambharat News Bureau


ଶାଢ଼ୀ ପିନ୍ଧିବାରୁ ଆସିଲା ବିବାହ ପ୍ରସ୍ତାବ
Anupambharat News Bureau
October 29, 2019

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ଆପଣ ହଟ୍‌ ଫ୍ୟାଣ୍ଟ୍‌ ଓ ଜିମ୍‌ ଡ୍ରେସ୍‌ରେ ଅନେକ ଥର ଦେଖିଥିବେ । ଅନେକ ସମୟରେ ତାଙ୍କର ଏଭଳି ଫଟୋ ଇଣ୍ଟରନେଟ୍‌ରେ ଭାଇରାଲ୍‌ ହୋଇଥାଏ । ତେବେ ନିକଟରେ ତାଙ୍କର ଯେଉଁ ଫଟୋ ଭାଇରାଲ୍‌ ହେଉଛି, ତାହା ଟିକେ ଭିନ୍ନ । କାରଣ ଏଥିରେ ତାଙ୍କୁ ପାରମ୍ପରିକ ଲୁକ୍ରେ ଦେଖିବାକୁ ମିଳିଛିଛ ଏଥିରେ ସେ ଏକ ଧଳା ଶାଢ଼ୀ ପିନ୍ଧିଛନ୍ତି । ତା’ସହିତ ଡିପ୍‌ ବ୍ୟାକ୍ର ଷ୍ଟାଇଲିଶ୍‌ ବ୍ଲାଉଜ୍‌ ପିନ୍ଧିଛନ୍ତିଛ ଏହି ଗେଟ୍‌ ଅପ୍ରେ ସେ ବେଶ୍‌ ସୁନ୍ଦର ଓ ହଟ୍‌ ଦେଖାଯାଉଛନ୍ତି । ଫଟୋଟି ଭାଇରାଲ୍‌ ହେବା ସହିତ ତାଙ୍କ ପାଖକୁ ଅନେକ ବାହାଘର ପ୍ରସ୍ତାବ ବି ଆସିଛି । କାରଣ ବହୁତ ଲୋକ ତାଙ୍କର ଏହି ଫଟୋରେ ଫିଦା ହୋଇଯାଇଛନ୍ତି । ଏ ଫଟୋଟିକୁ ଜାହ୍ନବୀ ତାଙ୍କ ଇନ୍‌ଷଫାଗ୍ରାମ୍‌ ଆକାଉଣ୍ଟରେ ପୋଷ୍ଟ୍‌ କରିଥିବା ବେଳେ ଏଥିରେ ପ୍ରତିକ୍ରିୟା ଦେଇ ଜଣେ ୟୁଜର ଲେଖିଛନ୍ତି, ଆପଣ ଧଳା ଶାଢ଼ୀରେ ଖୁବ୍‌ ଭଲ ଦେଖାଯାଉଛନ୍ତି । ଆଉ ଜଣେ ଏ ଫଟୋ ଦେଖି ତାଙ୍କୁ ବାହା ହେବାକୁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି । ସେ ଲେଖିଛନ୍ତି, ଜାହ୍ନବୀ ଆପଣ ମୋତେ ବାହା ହେବ କି । କେହି କେହି ଏହି ଫଟୋକୁ ଦେଖି ଜାହ୍ନବୀଙ୍କ ମା’ ତଥା ଅଭିନେତ୍ରୀ ଶ୍ରୀଦେବୀଙ୍କୁ ମନେ ପକାଇଛନ୍ତି । ‘ଚାନ୍ଦ୍‌ନୀ’ ଫିଲ୍ମରେ ଶ୍ରୀଦେବୀ ଧଳା ଶାଢ଼ୀ ପିନ୍ଧି ଖୁବ୍‌ ସୁନ୍ଦର ଦେଖା ଯାଉଥିଲେ । ଦୀପାବଳି ପର ଦିନ ଜାହ୍ନବୀଙ୍କ ପରିବାର ପକ୍ଷରୁ ଏକ ପାର୍ଟିର ଆୟୋଜନ କରାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କ୍ରୀଡ଼ାବିତ୍‌ଙ୍କ ଭତ୍ତା ବଢ଼ିଲା

କ୍ରୀଡ଼ାବିତ୍‌ଙ୍କ ଭତ୍ତା ବଢ଼ିଲା

Read More...

ଦୁର୍ନୀତିରେ କର୍ଣ୍ଣାଟକ ଭାରତରେ ନଂ.୧

ଦୁର୍ନୀତିରେ କର୍ଣ୍ଣାଟକ ଭାରତରେ ନଂ.୧

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page