ସମୁଦ୍ରରେ ଫିଙ୍ଗିଦେଲା ବାଗ୍‌ଦାଦିର ମୃତଦେହ

October 29, 2019, ବିଦେଶ, , Anupambharat News Bureau


ସମୁଦ୍ରରେ ଫିଙ୍ଗିଦେଲା ବାଗ୍‌ଦାଦିର ମୃତଦେହ
Anupambharat News Bureau
October 29, 2019

ୱାଶିଂଟନ୍‌: ଅଲ କାଏଦା ମୁଖ୍ୟ ଓସାମା ବିନ୍‌ ଲାଡେନ୍‌ ଭଳି ଆଇଏସ୍‌ ମୁଖ୍ୟ ଅବୁ ବକର ଅଲ ବାଗଦାଦିକୁ ମଧ୍ୟ ଆମେରିକା ସର୍ଜିକାଲ ଷ୍ଟ୍ରାଇକ କରି ଖତମ କରିଦେଇଛି । ରାତି ୧ଟାରେ ଆମେରିକା ପକ୍ଷରୁ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ଡରି ଯାଇ ବାଗଦାଦି ନିଜକୁ ବିସ୍ପୋରଣ କରି ଉଡ଼ାଇ ଦେଇଥିଲା ।
ଏହାପରେ ଓସାମା ଭଳି ବାଗଦାଦିର ମୃତଦେହକୁ ମଧ୍ୟ ଆମେରିକା ପକ୍ଷରୁ ସମୁଦ୍ରରେ ଫୋପାଡ଼ି ଦିଆଯାଇଛି । ତେବେ କେଉଁ ସ୍ଥାନରେ ଓ କେତେବେଳେ ଆମେରିକା ସେନା ବାଗଦାଦିର ମୃତଦେହକୁ ସମୁଦ୍ରରେ ଫିଙ୍ଗିଲା ସେ ସମ୍ପର୍କରେ ପେଣ୍ଟାଗନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।
୩ ସେନାର ମୁଖ୍ୟ ଜେନେରାଲ ଜେନେରାଲ ମାର୍କ ମିଲେ କହିଛନ୍ତି, ବାଗଦାଦି ଶନିବାର ରାତିର କାର୍ଯ୍ୟାନୁଷ୍ଠାନ ବେଳେ ନିଜକୁ ବିସ୍ପୋରଣ ଦ୍ୱାରା ଉଡ଼ାଇ ଦେଇଥିଲା । ଏହାପରେ ତା’ର ଡିଏନ୍‌ଏ ପରୀକ୍ଷା ହୋଇଥିଲା ।
ଏଥିସହ ଅପରେସନରେ ସାମିଲ ଥିବା ଯବାନମାନେ ତା’ର ଖଣ୍ଡବିଖଣ୍ଡିତ ମୃତଦେହକୁ ଆଣିଥିଲେ । ଏବେ ଏହାକୁ ଡିସପୋଜ କରିଦିଆଯାଇଛି । ଆମେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାରର କାର୍ଯ୍ୟ କରୁଛୁ । ଆମେରିକା ମିଲିଟାରୀ ପ୍ରକ୍ରିୟା ଅନୁସାରେ ବାଗଦାଦିର ମୃତଦେହକୁ ଫୋପାଡ଼ା ଯାଇଛି । ତେଣୁ ଆମେ ଆଇନ୍‌ ଅନୁସାରେ କାର୍ଯ୍ୟ କରୁଛୁ । ଅନ୍ୟପକ୍ଷରେ ଅପରେସନ ବେଳର ସମସ୍ତ ଦୃଶ୍ୟକୁ ରେକର୍ଡିଂ କରାଯାଇଥିବା ଜଣାପଡ଼ିଛି ।
ହେଲେ ଏବେ ଆମେରିକା ଏହାକୁ ସାର୍ବଜନୀନ କରିବ ନାହିଁ ବୋଲି କହିଛି । ସୂଚନାଯୋଗ୍ୟ, ୨୦୧୧ରେ ପାକିସ୍ତାନର ଆବୋଟ୍ଟାବାଦରେ ଲୁଚି ଥିବା ଓସାମାକୁ ମଧ୍ୟ ଆମେରିକା ଏଭଳି ସର୍ଜିକାଲ ଷ୍ଟ୍ରାଇକ୍‌ କରି ଖତମ କରିଥିଲା । ଏହାପରେ ତା’ ମୃତଦେହକୁ ସମୁଦ୍ରରେ ଭସାଇ ଦେଇଥିଲା । ଉଲ୍ଲେଖଥାଉକି ମୃତ୍ୟୁର ସୌଦାଗର ଅବୁ ବକର ଅଲ ବାଗଦାଦିର ମୃତ୍ୟୁ ପୂର୍ବରୁ ଘଟିଥିବା ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଆମେରିକାର କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଜଣେ ସିରିଆନ କୁର୍ଦ୍ଦ ଅଣ୍ଡରକଭର ଏଜେଣ୍ଟ ବାଗଦାଦି ରହୁଥିବା କୋଠାରେ ପହଞ୍ଚି ଥିଲେ ।
ମୃତ୍ୟୁ ପରେ ତା’ର ଡିଏନ୍‌ଏ ପରୀକ୍ଷା ହେବାର ଥିବାରୁ ସେ ବାଗଦାଦି ବ୍ୟବହାର କରୁଥିବା କିଛି ଅନ୍ତଃବସ୍ତ୍ରକୁ ଚୋରି କରି ନେଇ ଆସିଥିଲେ । ଏଥିପାଇଁ ବାଗଦାଦି ବିସ୍ପୋରଣରେ ନିଜକୁ ଉଡ଼ାଇବା ବେଳେ ଅନ୍ତଃବସ୍ତ୍ର ଜରିଆରେ ହିଁ ତା’ର ଡିଏନ୍‌ଏ ପରୀକ୍ଷା କରିବାରେ ଆମେରିକା ସଫଳ ହୋଇପାରିଥିଲା । ଏହାପରେ ଯାଇ ସାରା ବିଶ୍ୱକୁ ବାଗଦାଦିର ମୃତ୍ୟୁ ସମ୍ପର୍କରେ ଘୋଷଣା କରିଥିଲା । ଅନ୍ତଃବସ୍ତ୍ର ହିଁ ବାଗଦାଦିର ପରିଚୟ ଦେଇଥିଲା । କୁର୍ଦ୍ଦ ନେତୃତ୍ୱରେ ଗଠିତ ସିଆରନ୍‌ ଡେମୋକ୍ରାଟିକ୍‌ ଫୋର୍ସ(ଏସïିଏଫ୍‌) ବରିଷ୍ଠ ପରାମର୍ଶଦା ପୋଲାଟ କାନ୍‌ ଏବେ ଏହି ଗୁପ୍ତ କାର୍ଯ୍ୟ ସମ୍ପର୍କରେ କହିଛନ୍ତି ।
ସେ କହିଛନ୍ତି, ମେ’ ୧୫ରୁ ସିଆଇଏ ଏବଂ ଆମେ ମିଳିତ ଭାବେ ବାଗଦାଦିର ଗତିବିଧି ଉପରେ ନଜର ରଖି ଆସିଥିଲୁ । ବାଗଦାଦି ପ୍ରାୟ ସବୁ ବେଳେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଚାଲିଯାଏ । ଏହି ସମୟରେ ଆମେ ଗୋଟିଏ ସୂତ୍ରରୁ ବାଗଦାଦି ଯେଉଁ ଘରେ ଲୁଚି ଥିଲା, ତା’ର ଖବର ପାଇଥିଲୁ । ଇଡଲିବରୁ ସେ ଜେରାବ୍ଲୁସକୁ ଯିବାର ଥିଲା । ହେଲେ ଏହା ପୂର୍ବରୁ ହିଁ ଆମେରିକା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସଫଳ ହୋଇଥିଲା ।
କାର୍ଯ୍ୟାନୁଷ୍ଠାନ ପୂର୍ବରୁ ବାଗଦାଦିର ମୃତ୍ୟୁ ପ୍ରକୃତରେ ହୋଇଛି କି ନାହିଁ, ତାହା ଜାଣିବା ସବୁଠାରୁ ଚ୍ୟାଲେଞ୍ଜ ଥିଲା । ଏଥିପାଇଁ ଆମ ଏଜେଣ୍ଟ ବାଗଦାଦି ବ୍ୟବହାର କରୁଥିବା କିଛି ଅନ୍ତଃବସ୍ତ୍ରକୁ ଚୋରି କରି ଆଣି ଦେଇଥିଲେ । ଏଥିରୁ ହିଁ ଡିଏନଏ ପରୀକ୍ଷା କରି ମୃତବ୍ୟକ୍ତି ଜଣଙ୍କ ବାଗଦାଦି ବୋଲି ପ୍ରମାଣିତ ହୋଇଥିଲା ।
ଇଦଲିବର୍‌ରେ କୁର୍ଦ୍ଦକୁ ସେନାକୁ ନେଇ ଗଠିତ ଏସ୍‌ଡ଼ିଏଫ୍‌ ଗୁଇନ୍ଦା କାର୍ଯ୍ୟ ଯୋଗୁ ଆମେରିକା ଏଠାରେ ଅପରେସନ କରିପାରିଥିଲା । ଏହା ବହୁ ପୂର୍ବରୁ ହେବାର ଥିଲା । କି;ୁ ତୁର୍କୀ ଅକେଫାବର ୯ରୁ କୁର୍ଦ୍ଦ ସେନା ଉପରେ ଆକ୍ରମଣ କରୁଥିବାରୁ ଏହା ବିଳମ୍ବିତ ହୋଇଥିଲା ।
ଅପରେସନ ପାଇଁ ଆମେ ଆମେରିକାକୁ ଏୟାର ଡ୍ରପିଂ ଠାରୁ ଆରମ୍ଭ କରି ଘଟଣା ସ୍ଥଳର ସମସ୍ତ ତଥ୍ୟ ଦେଇଥିଲୁ । ଅପରେସନ ଶେଷ ହେବା ଯାଏ ଆମର ନଜର ସେଠାରେ ଥିଲା ବୋଲି ସେ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୁର୍ନୀତିରେ କର୍ଣ୍ଣାଟକ ଭାରତରେ ନଂ.୧

ଦୁର୍ନୀତିରେ କର୍ଣ୍ଣାଟକ ଭାରତରେ ନଂ.୧

Read More...

ଭାରତୀୟଙ୍କ ମସ୍ତିଷ୍କ ଅନ୍ୟ ଦେଶ ତୁଳନାରେ ଛୋଟ, ଗବେଷଣାରୁ ହେଲା ସ୍ପଷ୍ଟ

ଭାରତୀୟଙ୍କ ମସ୍ତିଷ୍କ ଅନ୍ୟ ଦେଶ ତୁଳନାରେ ଛୋଟ, ଗବେଷଣାରୁ ହେଲା ସ୍ପଷ୍ଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page