ଭାରତୀୟଙ୍କ ମସ୍ତିଷ୍କ ଅନ୍ୟ ଦେଶ ତୁଳନାରେ ଛୋଟ, ଗବେଷଣାରୁ ହେଲା ସ୍ପଷ୍ଟ

October 29, 2019, ଦେଶ, , Anupambharat News Bureau


ଭାରତୀୟଙ୍କ ମସ୍ତିଷ୍କ ଅନ୍ୟ ଦେଶ ତୁଳନାରେ ଛୋଟ, ଗବେଷଣାରୁ ହେଲା ସ୍ପଷ୍ଟ
Anupambharat News Bureau
October 29, 2019

ନୂଆଦିଲ୍ଲୀ : ଭାରତୀୟଙ୍କ ମସ୍ତିଷ୍କ ଅନ୍ୟ ଦେଶର ବ୍ୟକ୍ତିଙ୍କଠାରୁ ଛୋଟଛ ଉଚ୍ଚତା, ଚଉଡ଼ା ଓ ଆୟତନରେ ମଧ୍ୟ ଭାରତୀୟଙ୍କ ମସ୍ତିଷ୍କ ଛୋଟ ବୋଲି ଗବେଷଣାରୁ ସ୍ପଷ୍ଟ ହୋଇଛି । ହାଇଦ୍ରାବାଦ୍‌ ସ୍ଥିତ ଇଣ୍ଟର୍ନ୍ୟାସ୍ନାଲ୍‌ ଇନ୍‌ଷଫିଟ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ପକ୍ଷରୁ ପ୍ରଥମଥର ପାଇଁ ଭାରତୀୟଙ୍କ ବ୍ରେନ୍‌ ଆଟଲାସ୍‌ ପ୍ରସ୍ତୁତ କରାଯାଇଛି ।
ଏହି ବ୍ରେନ୍‌ ଆଟଲାସ୍‌ ଦ୍ୱାରା ଆଲ୍‌ଜାଇମର୍‌ ଓ ଡିମେନ୍ସିଆ ପରି ଅନ୍ୟ ମସ୍ତିଷ୍କଜନିତ ରୋଗ ଚିହ୍ନଟ କରିବା ସହଜ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଗବେଷଣାରେ ପ୍ରକାଶ ପାଇଥିବା ଏହି ତଥ୍ୟ ନ୍ୟୁରୋଲୋଜି ଇଣ୍ଡିଆ ନାମରେ ଏକ ମେଡିକାଲ୍‌ ଜର୍ଣ୍ଣାଲ୍‌ରେ ପ୍ରକାଶ ପାଇଛି ।
ଏହି ଗବେଷଣାରେ କାମ କରୁଥିବା ଜୟନ୍ତୀ ଶିବସ୍ୱାମୀଙ୍କ କହିବା ଅନୁସାରେ ମସ୍ତିଷ୍କ ସହିତ ଜଡ଼ିତ ରୋଗକୁ ମନିଟର୍‌ କରିବା ପାଇଁ ‘ମଣ୍ଟ୍ରିଲ ନ୍ୟୁରୋଲୋଜିକାଲ୍‌ ଇନ୍‌ଷଫିଟ୍ୟୁଟ୍‌’ ପକ୍ଷରୁ ୧୯୯୩ ମସିହାରେ ପ୍ରଥମ ବ୍ରେନ୍‌ ଆଟଲାସ୍‌ ପ୍ରସ୍ତୁତ କରାଯାଇଥିଲା । ଏହି ଆଟଲାସ୍‌କୁ ସାରା ବିଶ୍ୱରେ ମାନକ ଭାବରେ ବ୍ୟବହାର କରାଯାଉଛି । ଏହି ଆଟଲାସ୍କୁ ମସ୍ତିଷ୍କର କୋଷକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି । ଜୟନ୍ତୀ ଆହୁରି ମଧ୍ୟ କହିଛନ୍ତି, ଏହି ଗବେଷଣା ସହିତ ଜଡ଼ିତ ପ୍ରାମାଣ ଆମ ପାଖରେ ରହିଛି । ଯେଉଁଥିରୁ ପ୍ରମାଣିତ ହୋଇଛି ଯେ ବ୍ରେନ୍‌ ଷ୍ଟ୍ରକଚର୍‌ ଓ ଏହା ସହିତ ଜଡ଼ିତ ଥିବା ରୋଗକୁ ଗବେଷଣା କରିବା ପାଇଁ ଏକ ବଡ଼ ଆଟ୍‌ଲାସ୍‌ର ଆବଶ୍ୟକତା ରହିଛି ।
ଏହି ଆଟଲାସ୍‌ ଯୋଗେ ମସ୍ତିଷ୍କର ଅଲଗା ଅଲଗା ସାଇଜ୍‌ ମଧ୍ୟରୁ କେଉଁ ଭାଗକୁ ନେଇ ଗବେଷଣା କରାଯିବ, ତାହା ଜଣାପଡ଼ିବ । ମସ୍ତିଷ୍କ ସାଇଜ୍‌କୁ ନେଇ ଏପର୍ଯ୍ୟନ୍ତ ଯେତେ ବି ଟେମ୍ପଲେଟ୍‌ ପ୍ରସ୍ତୁତ କରାଯାଇଛି, ସେଥିରେ ଚୀନୀ ଓ କୋରିଆନ୍‌ ଟେମ୍ପଲେଟ୍‌ ମଧ୍ୟ ସାମିଲ ରହିଛି । କି;ୁ ଭାରତୀୟଙ୍କ ପାଇଁ କୌଣସି ଟେମ୍ପଲେଟ୍‌ ପ୍ରସ୍ତୁତ କରାଯାଇନଥିଲା । ଯେଉଁ ଟେମ୍ପଲେଟକୁ ତିଆରି କରିବା ପାଇଁ ହାଇଦ୍ରାବାଦ୍‌ର ଆଇଆଇଟି ପ୍ରଥମ ପ୍ରୟାସ କରିଛି ।
ଏମ୍‌ଏନ୍‌ଆଇ ଆଟଲାସ୍‌ ଅନୁସାରେ ଅନ୍ୟ ଦେଶ ବ୍ୟକ୍ତିଙ୍କର ମସ୍ତିଷ୍କର ଲମ୍ବ ୧୮୧ ମିଲିମିଟର ରହିଥିବା ବେଳେ ଆଇବିଏ ଆଟଲାସ୍‌ ଅନୁସାରେ ଭାରତୀୟଙ୍କ ମସ୍ତିଷ୍କର ଲମ୍ବ୧୬୦ ମିଲିମିଟର ରହିଛି । ସେହିପରି ଚାଇନିଜ୍‌ ଓ କୋରିଆନ୍‌ ବ୍ୟକ୍ତିଙ୍କର ମସ୍ତିଷ୍କର ଲମ୍ବ ୧୭୫ ଓ ୧୬୦ ମିଲିମିଟର ଥିବା ଜଣାପଡ଼ିଛି । ଠିକ୍‌ ସେହିପରି ଏମ୍‌ଏନ୍‌ଆଇ ଆଟଲାସେର ମସ୍ତିଷ୍କର ଉଚ୍ଚତା ୧୪୨ ରହିଥିବା ବେଳେ ଭାରତୀୟ ଆଟଲାସ୍‌ (ଆଇବିଏ)ରେ ମସ୍ତିଷ୍କର ଉଚ୍ଚତା ୧୩୦ ମିଲିମିଟର ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସମୁଦ୍ରରେ ଫିଙ୍ଗିଦେଲା ବାଗ୍‌ଦାଦିର ମୃତଦେହ

ସମୁଦ୍ରରେ ଫିଙ୍ଗିଦେଲା ବାଗ୍‌ଦାଦିର ମୃତଦେହ

Read More...

 କାରଖାନାରେ ଶ୍ରମିକଙ୍କ ରହସ୍ୟଜନକ ମୃତୁ୍ୟକୁ ନେଇ ଉତ୍ତେଜନା, ଧାରଣା ଚେତାବନୀ

କାରଖାନାରେ ଶ୍ରମିକଙ୍କ ରହସ୍ୟଜନକ ମୃତୁ୍ୟକୁ ନେଇ ଉତ୍ତେଜନା, ଧାରଣା ଚେତାବନୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page