ଯୁକ୍ତ ୨ ଏକ୍ସ-ରେଗୁଲାର ଫର୍ମ ପୁରଣ ସମୟ ସୀମା ବଢ଼ିଲା

October 17, 2019, ଓଡ଼ିଶା, , Anupambharat News Bureau


ଯୁକ୍ତ ୨ ଏକ୍ସ-ରେଗୁଲାର ଫର୍ମ ପୁରଣ ସମୟ ସୀମା ବଢ଼ିଲା
Anupambharat News Bureau
October 17, 2019

ଭୁବନେଶ୍ୱର,୧୭ ।୧୦ ।(ଅନୁପମ ମିଡିଆ): ମାର୍ଚ୍ଚ ପ୍ରଥମ ସପ୍ତାହରୁ ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଅନୁଷ୍ଟିତ ହେବ । ଏହା ପୁର୍ବରୁ ଏକ୍ସ-ରେଗୁଲାର ଛାଛ୍ରଛାତ୍ରୀଙ୍କ ଫର୍ମ ପୂରଣ ଆରମ୍ଭ ହୋଇଛି । ଗତ ମାସ ଠାରୁ ଆରମ୍ଭ ହୋଇଥିବା ଫର୍ମ ପୂରଣ ସମୟ ସୀମାକୁ ଏବେ ବୃଦ୍ଧି କରାଯାଇଛି ।
ସେପେଫମ୍ବର ୨୪ରୁ ୩୦ ମଧ୍ୟରେ ବିନା ଜରିମନାରେ ଫର୍ମ ପୂରଣ ଶେଷ ହୋଇଛି । ତେବେ ଗତ ୧୪ତାରିଖଠାରୁ ୫୦ ଟଙ୍କା ଜରିମନାଦେଇ ଚାଲିଥିବା ଫର୍ମ ପୂରଣ ୧୮ତାରିଖରେ ଶେଷ ହେବ ବୋଲି ସେପେଫମ୍ବର ୨୧ ତାରିଖରେ ବିଜ୍ଞପ୍ତିରେ କୁହାଯାଇଥିଲା । ଏବେ ଏହାକୁ ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଫି’ ଦାଖଲର ସମୟ ସୀମା ଗତ ୧୫ରୁ ୨୩ ତାରିଖ ପର୍ଯ୍ୟନ୍ତ ରଖାଯାଇଛି ।
ସେହିପରି ୩୫୦ଟଙ୍କା ଜରିମନାରେ ଅକେଫାବର ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ କରାଯିବ ବୋଲି ସ୍ଥିର କରାଯାଇଛି । ୨୪ରୁ ୨୮ ତାରିଖ ମଧ୍ୟରେ ଫି’ ଦାଖଲ କରିହେବ ବୋଲି ଉଚ୍ଚ ଶିକ୍ଷା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗୁରୁବାର ଦିନ ପ୍ରକାଶି ବିଜ୍ଞପ୍ତିରେ କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭିମସାର ଓ ଅନ୍ୟ ସରକାରୀ ଡାକ୍ତରଖାନାର  ଭିତ୍ତିଭୂମି ସୁଦୃଢ଼ କରିବାକୁ ଡାକ୍ତରଙ୍କ ଦାବି

ଭିମସାର ଓ ଅନ୍ୟ ସରକାରୀ ଡାକ୍ତରଖାନାର ଭିତ୍ତିଭୂମି ସୁଦୃଢ଼ କରିବାକୁ ଡାକ୍ତରଙ୍କ ଦାବି

Read More...

ଏକ୍ସପାରି କୃମି ଔଷଧ ଖାଇ ଶିଶୁ ଅସୁସ୍ଥ ଘଟଣା, ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଏକ୍ସପାରି କୃମି ଔଷଧ ଖାଇ ଶିଶୁ ଅସୁସ୍ଥ ଘଟଣା, ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page