ଭିମସାର ଓ ଅନ୍ୟ ସରକାରୀ ଡାକ୍ତରଖାନାର ଭିତ୍ତିଭୂମି ସୁଦୃଢ଼ କରିବାକୁ ଡାକ୍ତରଙ୍କ ଦାବି

October 18, 2019, ଓଡ଼ିଶା, , Anupambharat News Bureau


ଭିମସାର ଓ ଅନ୍ୟ ସରକାରୀ ଡାକ୍ତରଖାନାର  ଭିତ୍ତିଭୂମି ସୁଦୃଢ଼ କରିବାକୁ ଡାକ୍ତରଙ୍କ ଦାବି
Anupambharat News Bureau
October 18, 2019

ସମ୍ବଲପୁର, ,୧୮ା୧୦(ଅନୁପମ ମିଡିଆ): ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ୫-ଟି ଯୋଜନା ସ୍ୱାଗତଯୋଗ୍ୟ । ହେଲେ ଏହାକୁ ଲାଗୁ କରିବା ପୂର୍ବରୁ ଡାକ୍ତରଖାନା ଭଳି ସଂସ୍ଥାରେ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ଓ ଅବାଶ୍ୟକ ହେଉଥିବା ସଂସାଧନ ଯୋଗାଇ ଦେବାକୁ ଦାବି ହୋଇଛି । ଏହି ଦାବି ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସକାଶେ ଏବଂ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିଲମ୍ବନ ଆଦେଶର ପ୍ରତ୍ୟାହାର ପ୍ରସଙ୍ଗ ନେଇ ଆଜି ବୁର୍ଲା ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ ଭିମସାରରେ ବିଭିନ୍ନ ଡାକ୍ତର ସଂଘ ପକ୍ଷରୁ ପ୍ରତିକାତ୍ମକ ଭାବେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଓଡ଼ିଶା ମେଡ଼ିକାଲ ଶିକ୍ଷକ ସଂଘ, ଭିମସାରର ଜୁନିୟର ଡାକ୍ତର ସଂଘ, ହାଉସ ସର୍ଜନ ୟୁନିୟନ ଏବଂ ଛାତ୍ର ସଂସଦର ସଭ୍ୟସଭ୍ୟାମାନେ ଏକ ନୀରବ ପଟୁଆର କରିବା ଉତ୍ତାରୁ ସିଡ଼ିଏମଓଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର, ଡାକ୍ତରଖାନାଗୁଡ଼ିକୁ ରୋଗୀସେବା କୈନ୍ଦ୍ରିକ କରାଯିବା ଉତ୍ତାରୁ ତାହାରି ଉପରେ ଉତ୍ତରଦାୟିତ୍ୱ କାର୍ଯ୍ୟକାରୀ କରାଯିବା, ପକ୍ଷ ରଖିବାକୁ ସୁଯୋଗ ନ ଦେଇ ବିନା ଅନୁସନ୍ଧାନରେ ସିଡ଼ିଏମଓଙ୍କୁ ନିଲମ୍ବନ ଆପତ୍ତିଜନକ ଏବଂ ଭିମସାରର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଏଥିରେ ଦାବି କରାଯାଇଛି । ଘରୋଇ କ୍ଲିନିକରେ ବିଭିନ୍ନ ଟେଷ୍ଟକୁ ବନ୍ଦ କରିବା ପାଇର୍ ସରକାରୀ ମେଡ଼ିକାଲ କଲେଜ ଓ ଡାକ୍ତରଖାନା ପାଖରେ କୌଣସି ଘରୋଇ ବ୍ୟବସ୍ଥାକୁ ବନ୍ଦ କରିବା ପାଇଁ ମଧ୍ୟ ଦାବି କରାଯାଇଛି । ଭିମସାରରେ ନିର୍ମାଣ କରାଯାଇଥିିବା ବହୁ କୋଟି ଟଙ୍କାର ଦୁଇ କୋଠାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ଦାବି କରାଯାଇଛି । ଜୁନିୟର ଡାକ୍ତର ସଂଘର ସଭାପତି ଡା. ସିବ କୁମାର ମିଶ୍ର, ଉପସଭାପତି ଡା. ଦୁର୍ଗାଦତ୍ତ ପଟ୍ଟନାୟକ, ୟୁନିୟନ ପ୍ରତିନିଧି ଚିଦାନନ୍ଦ ମିଶ୍ର, କୋଷାଧ୍ୟକ୍ଷ ବିଭୂପଦ ହୋତା, ଛାତ୍ର ସଂସଦର ସଭାପତି ଦେବକୀ ନନ୍ଦନ ସେନାପତି ପ୍ରମୁଖ ଏଥିରେ ଅଂଶଗ୍ରହଣ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଦୁ୍ୟତ ସଂସ୍ପର୍ଶରେ ଆସି ଦୁଇ ମୃତ

ବିଦୁ୍ୟତ ସଂସ୍ପର୍ଶରେ ଆସି ଦୁଇ ମୃତ

Read More...

ଯୁକ୍ତ ୨ ଏକ୍ସ-ରେଗୁଲାର ଫର୍ମ ପୁରଣ ସମୟ ସୀମା ବଢ଼ିଲା

ଯୁକ୍ତ ୨ ଏକ୍ସ-ରେଗୁଲାର ଫର୍ମ ପୁରଣ ସମୟ ସୀମା ବଢ଼ିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page