ଏକ୍ସପାରି କୃମି ଔଷଧ ଖାଇ ଶିଶୁ ଅସୁସ୍ଥ ଘଟଣା, ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍‌

October 17, 2019, ଓଡ଼ିଶା, , Anupambharat News Bureau


ଏକ୍ସପାରି କୃମି ଔଷଧ ଖାଇ ଶିଶୁ ଅସୁସ୍ଥ ଘଟଣା, ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍‌
Anupambharat News Bureau
October 17, 2019

ଭୁବନେଶ୍ୱର,୧୭ ।୧୦ ।(ଅନୁପମ ମିଡିଆ):କେନ୍ଦ୍ରପଡା ଜିଲ୍ଲାରେ ଏକ୍ସପାରି କୃମି ଔଷଧ ଖାଇ ୩୬ଜଣ ଶିଶୁ ଅସୁସ୍ଥ ହେବା ଘଟଣାରେ ସ୍ୱାସ୍ଥ୍ୟ ବିଭାଗର ଅହେତକୁ ଅବହେଳା ପ୍ରମାଣ ହୋଇଛି ।
ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କର ଦାୟିତ୍ୱହୀନତାରୁ ଶିଶୁମାନେ ଅସୁସ୍ଥ ହୋଇଥିବା ଜଣାପଡିବା ପରେ ରାଜ୍ୟ ସରକାରଙ୍କ ଉପରେ ବହୁ ପରିମାଣର କ୍ଷତିପୁରଣ ବୋଝ ଲଦି ଦେଇଛନ୍ତି ଜାତୀୟ ମାନବ ଅଧୀକାର କମିଶନ ।
୩୬ଜଣ ଶିଶୁଙ୍କୁ ୧୦ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୁରଣ କାହିଁକି ଦିଆନଯିବ, ସେ ନେଇ ରାଜ୍ୟ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଅର୍ଥାତ୍‌ ରାଜ୍ୟ ସରକାରଙ୍କୁ ମୋଟ ୩କୋଟି୬୦ଲକ୍ଷ ଟଙ୍କା କ୍ଷତିପୁରଣ ଦେବାକୁ ପଡିବ ।
ଏଥିସହିତ ଏହି ଘଟଣାରେ ଦୋଷୀ ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।
୨୦୧୪ମସିହା ନଭେମ୍ବର୫ ତାରିଖରେ ଗରଦପୁର ବ୍ଲକର ଟିକନପୁର ସ୍କୁଲରେ ଆଶା କର୍ମୀ ଓ ଏଏନ୍‌ଏମ୍‌ ମାନେ ପିଲାମାନଙ୍କୁ କୃମି ନାଶକ ସିରାପ ଦେଇଥିଲେ । ଏହାକୁ ଖାଇବାପରେ ବେହୁଳ ଗାଁର ୧ବର୍ଷ ବୟସରୁ ୧୦ବର୍ଷ ବୟସର ୩୬ଜଣ ଅସୁସ୍ଥ ହୋଇ ପଡିଥିବଲେ ।
ସେମାନଙ୍କର ବାନ୍ତି ହେବାସହ ମୁଣ୍ଡବିନ୍ଧା, ପେଟରେ ଯନ୍ତ୍ରଣା ଓ ଜ୍ୱର ଆଦି ଲକ୍ଷଣ ଦେଖାଦେଇଥିଲା । ପରେ ଜଣାପଡିଲା ଶିଶୁମାନଙ୍କୁ ଦିଆଯାଇଥିବା କୃମିନାଶକ ସିରପର ବୈଧ ତାରିଖ ସମାପ୍ତ ହୋଇସାରିଛି ।
ବିଭାଗୀୟ କର୍ମଚାରିଙ୍କ ଅବହେଳିତ ମନୋଭାବ ଯୋଗୁଁ ଏଭଳି ଘଟିଥିବା ଦର୍ଶର୍ାଯାଇଛି ମାନବଧିକାର କର୍ମୀ ଶ୍ରୀ ଅଖଣ୍ଡ ଜାତୀୟ ମାନବଧିକାର କମିଶନଙ୍କ ନିକଟରେ ପିଟିସନ୍‌ ଦାୟର କରିଥିଲେ । ଦୋଷୀ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଶିଶୁମାନଙ୍କୁ କ୍ଷତିପୁରଣ ରାଶି ଦେବାପାଇଁ କମିଶନରଙ୍କ ନିକଟରେ ପ୍ରାର୍ଥନା କରିଥିଲେ । କମିଶନ ଏହାର ବିଚାର କରି ସ୍ୱାସ୍ଥ୍ୟ ବିଭାଗ ସଚିବଙ୍କୁ ନୋଟିସ ଜାରି କରିବାସହ ଏହିଘଟଣା ସମ୍ପର୍କରେ ବିଭାଗ କି ପଦକ୍ଷେପ ଗ୍ରହଣ କରିବ ତାହା ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ ।
ବିଭାଗୀୟ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଥିଲାଯେ ପିଲାମାନଙ୍କୁ ଦିଆଯାଇଥିବା ଆଲବେଣ୍ଡାଜୋଲ୍‌ ସିରାପର ବୈଧ ତାରିଖ ସମାପ୍ତ ହୋଇଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଯୁକ୍ତ ୨ ଏକ୍ସ-ରେଗୁଲାର ଫର୍ମ ପୁରଣ ସମୟ ସୀମା ବଢ଼ିଲା

ଯୁକ୍ତ ୨ ଏକ୍ସ-ରେଗୁଲାର ଫର୍ମ ପୁରଣ ସମୟ ସୀମା ବଢ଼ିଲା

Read More...

ଦୈନନ୍ଦିନ ଭୋଜନ ତାଲିକାର ଯୋଜନା

ଦୈନନ୍ଦିନ ଭୋଜନ ତାଲିକାର ଯୋଜନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page