ମହିଳାଙ୍କଠାରୁ ଝାମ୍ପି ନେଲେ ୨ଲକ୍ଷ ଟଙ୍କା

October 05, 2019, ଓଡ଼ିଶା, , Anupambharat News Bureau


 ମହିଳାଙ୍କଠାରୁ ଝାମ୍ପି ନେଲେ ୨ଲକ୍ଷ ଟଙ୍କା
Anupambharat News Bureau
October 05, 2019

କେନ୍ଦୁଝର, ୫ା୧୦ (ଅନୁପମ ମିଡିଆ): କେନ୍ଦୁଝରରେ କଳା ପଲସର ଆତଙ୍କ । ଟାଉନ ଥାନାଠାରୁ ମାତ୍ର ୫୦୦ ମିଟର ଦୂର ରୁ ସ୍ପଷ୍ଟ ଦିବାଲୋକରେ ପୋଲିସକୁ ଖୋଲା ଚ୍ୟାଲେ କରି ଦୁଇଜଣ ଦୁର୍ବୃତ୍ତ ଏକ କଳା ପଲସରରେ ଆସି ମହିଳାଙ୍କଠାରୁ ଝାମ୍ପି ନେଲେ ଦୁଇ ଲକ୍ଷ ଟଙ୍କା ଭର୍ତି ବ୍ୟାଗ ।
ଶନିବାର ଦିନ ପ୍ରାୟ ୧୨ ଟା ୩୦ ମିନିଟ ସମୟରେ ସହର ସ୍ଥିତ ଭାଲକିପାତଳା ସାହିର ଦିପାଞ୍ଜଳୀ ମହାପାତ୍ର ଷ୍ଟେଟ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆରୁ ଦୁଇ ଲକ୍ଷ ଟଙ୍କା ଉଠାଇ ନିଜ ସ୍କୁଟିରେ ନିଜ ଘରକୁ ଯାଉଥିଲେ । ଘରଠାରୁ ମାତ୍ର କିଛି ଦୂରରେ ପହଞ୍ଚିଥିବାବେଳେ ହଠାତ ଏକ କଳା ପଲସରରେ ଦୁଇ ଜଣ ଦୁର୍ବୃତ୍ତ ଆସି ସ୍କୁଟି ଆଗରେ ପଲସର ରଖି ଗୀତାଳୀଙ୍କଠାରୁ ୨ଲକ୍ଷ ଟଙ୍କା ଥିବା ବ୍ୟାଗଟିକୁ ଝାମ୍ପି ନେଇ ଆଖି ପିଛୁଳାକେ ଉଭାନ ହୋଇ ଯାଇଥିଲେ । ଦିପାଞ୍ଜଳୀ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଗତ କିଛି ଦିନ ହେବ କେନ୍ଦୁଝର ସହରରେ ଲୁଟ , ଛିନତାଇ ଓ ଚୋରୀ ପ୍ରବଳ ମାତ୍ରାରେ ବଢି ଯାଇଥିବାବେଳେ ପୋଲିସ ଚୋରଙ୍କୁ ଧରିବାରେ ବିଫଳ ହୋଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଗତ ଦୁଇ ଦିନ ତଳେ କୃଷକ ବଜାରରୁ ଜଣେ ଅଣ୍ଡା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ସନ୍ଧ୍ୟା ସମୟରେ ଭୂଜାଲି ଦେଖାଇ ୧ ଲକ୍ଷ ୪୦ ହଜାର ଟଙ୍କା ଲୁଟି ନେଇଥିଲେ । ସେହିପରି ଅନେକ ଦୋକାନରୁ ଚୋରୀ ହୋଇଥିଲେ ସୁଦ୍ଧା ପୋଲିସ ହାତରେ ହାତ ବାନ୍ଧି ବସିଛି ।
ସେପଟେ ଚୋର ପୋଲିସକୁ ଖୋଲା ଚ୍ୟାଲେ କରି ଗୋଟିଏ ପରେ ଗୋଟେ ଚୋରୀ ଓ ଲୁଟ କରୁଥିଲେ ସୁଦ୍ଧା ପୋଲିସ ଚୋରକୁ ଧରିବାରେ ବିଫଳ ହେବା ସହ ଅସହାୟ ହୋଇପଡିଥିବା ସହରବାସୀ ଅଭିଯୋଗ କରୁଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜେପିର ‘ହନୁମାନ’ ପ୍ରଚାରକଙ୍କ ଆତ୍ମହତ୍ୟା

ବିଜେପିର ‘ହନୁମାନ’ ପ୍ରଚାରକଙ୍କ ଆତ୍ମହତ୍ୟା

Read More...

ନାବାଳିକା ଝିଅକୁ ପିତା ବିକ୍ରି କଲା, ୨ ଅଟକ

ନାବାଳିକା ଝିଅକୁ ପିତା ବିକ୍ରି କଲା, ୨ ଅଟକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page