ନାବାଳିକା ଝିଅକୁ ପିତା ବିକ୍ରି କଲା, ୨ ଅଟକ

October 05, 2019, ଓଡ଼ିଶା, , Anupambharat News Bureau


ନାବାଳିକା ଝିଅକୁ ପିତା ବିକ୍ରି କଲା, ୨ ଅଟକ
Anupambharat News Bureau
October 05, 2019

ଭଦ୍ରକ,୫ା୧୦(ଅନୁପମ ମିଡିଆ): ଶେଷରେ ଜନ୍ମକଲା ପିତା ମାତ୍ର ୧୫ ହଜାର ଟଙ୍କାରେ ନିଜ ନାବାଳିକା କନ୍ୟାକୁ ଉତ୍ତରପ୍ରଦେଶର ଦୁଇଜଣ ଯୁବକଙ୍କୁ ବିକ୍ରି କରିଥିବାର ଅଭିଯୋଗ ହୋଇଛି । ତେବେ ଏହି ଘଟଣାରେ ଭଦ୍ରକରୁ ଯାଇଥିବା ଏହି କନ୍ୟା ସୋରୋ ରେଳଷ୍ଟେସନରୁ ଚମ୍ପଟ ମାରିଥିବାବେଳେ ତା ସହ ଥିବା ଉତ୍ତରପ୍ରଦେଶର ଦୁଇଜଣ ଯୁବକକୁ ପୁଲିସ୍‌ ଅଟକାଇ ତଦନ୍ତ କରୁଥିବାର ଜଣାପଡିଛି । ପ୍ରାପ୍ତ ଖବରରୁ ଯାହା ଜଣାପଡେ ସୋରୋ ଲେବୁଲ କ୍ରସିଂ ଠାରେ ସନ୍ଦେହ ଜନକ ଭାବେ ଦୁଇଜଣ ଯୁବକ ଜଣେ ନାବାଳିକାକୁ ଧରି ଛିଡା ହୋଇଥିବାର ଦେଖି ସ୍ଥାନୀୟ ଲୋକେ ପଚରା ଉଚରା କରିଥିଲେ । ଏହି ଘଟଣାରେ ନାବାଳିକାଟି ଖସି ଯାଇଥିବାବେଳେ ଲୋକେ ଦୁଇ ଯୁବକଙ୍କୁ ସନ୍ଦେହରେ ଅଟକ ରଖି ପଚରା ଉଚୁରା କରିବାରୁ ସେମାନେ ଉତ୍ତରପ୍ରଦେଶର କାନପୁର ବାସିନ୍ଦା ବୋଲି କହିଥିଲେ । ଗତ ୩ ଦିନ ତଳେ ସେମାନେ ଭଦ୍ରକ ଆନନ୍ଦବଜାର ଆସିଥିଲେ । ସେଠାରୁ ଜଣେ ମଧ୍ୟସ୍ଥି ଜରିଆରେ ନାବାଳିକାକୁ ଭଦ୍ରକ ଷ୍ଟେସନରୁ ଚାର ପିତାକୁ ୧୫ ହଜାର ଟଙ୍କା ଦେଇ କିଣିଥିଲେ । ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ଯୁବକ ନାବାଳିକାକୁ ଉତ୍ତରପ୍ରଦେଶ କାନପୁରରେ ବିବାହ କରିବାକୁ କହିଥିଲେ । ସ୍ଥାନୀୟ ଲୋକେ ଦୁଇ ଯୁବକକୁ ଅଟକ ରଖି ପୁଲିସ୍‌କୁ ହସ୍ତାନ୍ତର କରିଥିବାବେଳେ ନାବାଳିକାର ଖୋଜଖବର ମିଳିନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ମହିଳାଙ୍କଠାରୁ ଝାମ୍ପି ନେଲେ ୨ଲକ୍ଷ ଟଙ୍କା

ମହିଳାଙ୍କଠାରୁ ଝାମ୍ପି ନେଲେ ୨ଲକ୍ଷ ଟଙ୍କା

Read More...

ନମସ୍କାର ମୁଁ ନବୀନ ପଟ୍ଟନାୟକ କହୁଛି,  ମତାମତ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ନମସ୍କାର ମୁଁ ନବୀନ ପଟ୍ଟନାୟକ କହୁଛି, ମତାମତ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page