ବିଜେପିର ‘ହନୁମାନ’ ପ୍ରଚାରକଙ୍କ ଆତ୍ମହତ୍ୟା

October 05, 2019, ଦେଶ, , Anupambharat News Bureau


ବିଜେପିର ‘ହନୁମାନ’ ପ୍ରଚାରକଙ୍କ ଆତ୍ମହତ୍ୟା
Anupambharat News Bureau
October 05, 2019

କୋଲକାତା: ଲୋକସଭା ନିର୍ବାଚନ ବେଳେ ପଶ୍ଚିମବଙ୍ଗ ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଥିବା ନିଭାସ ସରକାରଙ୍କ ମୃତ୍ୟୁ ଘଟିଛି । ବିଷ ପିଇ ସେ ଆତ୍ମହତ୍ୟା କରିଛନ୍ତି ।
ବିଷ ପିଇବାର କାରଣ ଅସ୍ପଷ୍ଟ ରହିଛି । ଲୋକସଭା ନିର୍ବାଚନ ବେଳେ ହନୁମାନ ବେଶରେ ସେ ରାଣାଘାଟ ବିଜେପି ସାସଂଦ ଜଗନ୍ନାଥ ସରକାରଙ୍କ ପାଇଁ ପ୍ରଚାର କରିଥିଲେ । ନିଭାସଙ୍କ ଏହି ପ୍ରଚାର ଶୈଳୀ ସେତେବେଳେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ।
ବିଜେପି ନେତା ଏବଂ କର୍ମୀମାନେ ମଧ୍ୟ ନିଭାସଙ୍କ ପ୍ରଚାର ଶୈଳୀକୁ ସୋଶାଲ ମିଡିଆରେ ମିଳିମିଶି ସେୟାର କରୁଥିଲେ । ଏହାପରେ ନିଭାସଙ୍କୁ ବହୁତ ଲୋକ ଜାଣିବାକୁ ପାଇଥିଲେ । ନିଭାସ ସରକାରର ଜଣେ ଆରଏସଏସ କର୍ମୀ ଏଥିସହ ଯାତ୍ରା କଳାକାର
ରାଜସ୍ଥାନ ଉଦୟପୁରରେ ତାଙ୍କ ପୁଅ ଡାକ୍ତର ଅଛନ୍ତି । ତେଣୁ ସେ ନିକଟରେ ପଶ୍ଚିମବଙ୍ଗରୁ ଉଦୟପୁରକୁ ସ୍ଥାନାନ୍ତରିତ ହୋଇଯାଇଥିଲେ । ନିଭାସଙ୍କ ବଡ଼ ଭାଇ ପାଖରୁ ନିଭାସଙ୍କ ମୃତ୍ୟୁ ବାବଦରେ ସୂଚନା ମିଳିଥିଲା ବୋଲି ବାଗୁଲା ମଣ୍ଡଳ ସଭାପତି ତାପସ ଘୋଷ କହିଛନ୍ତି ।
ତାପସ ଘୋଷ କହିଛନ୍ତି ଗୁରୁବାର ନିଭାସ ଗାଧୁଆ ଘର ଭିତରକୁ ଯାଇଥିଲେ । ଏହାପରେ ଏକ କାଚ ବୋତଲ ଧରି ଆସି ତାଙ୍କ ଭାଇ ପ୍ରଲବଙ୍କୁ କହିଥିଲେ ସେ ବିଷ ପିଇଦେଇଛନ୍ତି । ଏହାପରେ ନିଭାସଙ୍କୁ ଡାକ୍ତରଖାନା ନେବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ପାରିବାରିକ ଅସନ୍ତୋଷ ପାଇଁ ନିଭାସ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ନିଭାସଙ୍କ ଭାଇ କହିଛନ୍ତି ।
ନିଭାସଙ୍କ ମୃତ୍ୟୁରେ ରାଣାଘାଟର ବିଜେପି ସାଂସଦ ଜଗନ୍ନାଥ ସରକାର ଶୋକ ପ୍ରକାଶ କରିଛନ୍ତି । ସେ ତାଙ୍କର ଜଣେ ବଡ଼ ସମର୍ଥକଙ୍କୁ ସବୁଦିନ ପାଇଁ ହରାଇଲେ ବୋଲି ସେ କହିଛନ୍ତି ।
ପଶ୍ଚିମବଙ୍ଗର ଏନଆରସି ନିୟମ ଲାଗୁ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଏହା ଉପରେ ଅସନ୍ତୋଷ ପ୍ରକାଶ କରି ନିଭାସ ଆତ୍ମହତ୍ୟା କରିଛନ୍ତି ବୋଲି ସୋଶାଲ ମିଡିଆରେ ମତ ପ୍ରକାଶ ପାଇଛି । ଯାହାକୁ ଉଭୟ ନିଭାସଙ୍କ ପରିବାର ଓ ଦଳ ଖଣ୍ଡନ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୋଦି-ହସିନା ଭେଟ, ୩ଟି ପ୍ରକଳ୍ପର ହେଲା ଶୁଭାରମ୍ଭ

ମୋଦି-ହସିନା ଭେଟ, ୩ଟି ପ୍ରକଳ୍ପର ହେଲା ଶୁଭାରମ୍ଭ

Read More...

 ମହିଳାଙ୍କଠାରୁ ଝାମ୍ପି ନେଲେ ୨ଲକ୍ଷ ଟଙ୍କା

ମହିଳାଙ୍କଠାରୁ ଝାମ୍ପି ନେଲେ ୨ଲକ୍ଷ ଟଙ୍କା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page