କଣ ହେବ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଭାଗ୍ୟ?

May 13, 2019, ଓଡ଼ିଶା, ଅନୁଗୁଳ, Anupambharat News Bureau


କଣ ହେବ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଭାଗ୍ୟ?
Anupambharat News Bureau
May 13, 2019

ଅନୁଗୋଳ ,୧୩ା୫ (ଅନୁପମ ମିଡିଆ):ଦେଶରେ ପ୍ରଥମ ଅନ୍ତଃରାଜ୍ୟ ବ୍ୟାଘ୍ର ସଂପ୍ରସାରଣ ପ୍ରକଳ୍ପ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଭବିଷ୍ୟତ ଏବେ ଅନିଶ୍ଚିତତାରେ ଗତି କରୁଛି । ମହାବଳ ମହାବୀରର ଆକସ୍ମିକ ମୃତ୍ୟୁ ଓ ଅନ୍ୟପଟେ ବାଘୁଣୀ ସୁନ୍ଦରୀର ଉପିାତ ପାଇଁ ବନ ବିଭାଗ ଆଉ ପ୍ରଶାସନର ପରିଚାଳନାଗତ ତୃଟି ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବ୍ୟାଘ୍ର ବଂଶ ସଂପ୍ରାସରଣ ନିମନ୍ତେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ୧୮ କୋଟି ଟଙ୍କା ମଞ୍ଜୁର ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାର ୬୦ ୪୦ ହାରରେ ଅର୍ଥ ଯୋଗାଇବା ବ୍ୟବସ୍ଥା ହୋଇଥିଲା । ଏହି ପ୍ରକଳ୍ପରେ ୩ ଯୋଡ଼ା ଛଡ଼ା ଯିବାର ଯୋଜନା ରହିଥିଲା । ଗତ ୨୦୧୮ ଜୁନ ମାସରେ ପ୍ରଥମ ପର୍ଯ୍ୟାୟରେ ମାତ୍ର ଏକ ସପ୍ତାହ ବ୍ୟବଧାନରେ ମଧ୍ୟପ୍ରଦେଶରୁ ମହାବଳ ମହାବୀର ଓ ବାଘୁଣୀ ସୁନ୍ଦରୀକୁ ଅଣାଯାଇଥିଲା । ବାଘ ବାଘୁଣୀର ଆଗମନ ପରେ ଅଞ୍ଚଳରେ ଉସିାହ ଦେଖା ଦେଇଥିଲା । ମାତ୍ର ମହାବୀର ଏବଂ ସୁନ୍ଦରୀକୁ କୋର ଏରିଆ ମଧ୍ୟରେ ଛଡ଼ାଯିବା ବେଳେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ) ଗାଇଡ଼୍‌ ଲାଇନ ପାଳନ ହୋଇଥିଲେ ମହାବୀରକୁ ମୃତ୍ୟୁ ହୋଇନଥାନ୍ତା କି ସୁନ୍ଦରୀ କାଣ୍ଡରେ ୩ ଜଣଙ୍କ ଜୀବନ ଯାଇନଥାନ୍ତା । ସୁନ୍ଦରୀ ୨ ଜଣଙ୍କୁ ମାରିଥିବା ବେଳେ ତାକୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ଆସିଥିବା ହାତୀ ଆକ୍ରମଣରେ ପୁଣି ଜଣଙ୍କର ଜୀବନ ଯାଇଥିଲା । ପ୍ରଶାସନିକ ଅବହେଳା ଯୋଗୁଁ ଏହି ପ୍ରକଳ୍ପକୁ ଏବେ ସ୍ଥଗିତ ରଖାଯାଇଛି । ସଂସଦର ଗତ ଅଧିବେଶନରେ ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀଙ୍କ ଏହା ସ୍ପଷ୍ଟ କରିଥିଲେ ।
ଅପରପକ୍ଷରେ ଗତ ନଭେମ୍ବର ମାସରୁ ବାଘୁଣୀ ସୁନ୍ଦରୀ ଏନ୍‌କ୍ଲୋଜରରେ ରହିଛି । ଏନ୍‌କ୍ଲୋଜର ସଂପ୍ରସାରଣ ପାଇଁ ସର୍ଭେ ରିପୋର୍ଟ ଉପସ୍ଥାପନକୁ ବହୁଦିନ ଅତିକ୍ରାନ୍ତ ହୋଇଛି । ତଥାପି ଏହା କାର୍ଯ୍ୟକ୍ଷମ ହୋଇପାରିନାହିଁ । ଏହି ବ୍ୟାଘ୍ର ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିଲେ ସାତକୋଶିଆ ଦେଶର ପର୍ଯ୍ୟଟନ ମାନଚିତ୍ରରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିଥାନ୍ତା । କେବଳ ସେତିକି ନୁହେଁ, ଜିଲାର ଆର୍ଥିକ ମେରୁଦଣ୍ଡକୁ ଆହୁରି ମଜଭୂତ କରିବାରେ ସହାୟକ ହୋଇଥାନ୍ତା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କାର-ବାଇକ ଧMା, ପ୍ରସୂତି ସମେତ ତିନି ମୃତ

କାର-ବାଇକ ଧMା, ପ୍ରସୂତି ସମେତ ତିନି ମୃତ

Read More...

‘ଫନି’ର ୧୦ ଦିନ ପରେ ବି ଦୁର୍ଦ୍ଦଶାରେ ଜନସାଧାରଣ : ଅନ୍ଧାରରେ ଗ୍ରାମବାସୀ ,ମିଳୁନି ପଲିଥିନ୍‌

‘ଫନି’ର ୧୦ ଦିନ ପରେ ବି ଦୁର୍ଦ୍ଦଶାରେ ଜନସାଧାରଣ : ଅନ୍ଧାରରେ ଗ୍ରାମବାସୀ ,ମିଳୁନି ପଲିଥିନ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page