‘ଫନି’ର ୧୦ ଦିନ ପରେ ବି ଦୁର୍ଦ୍ଦଶାରେ ଜନସାଧାରଣ : ଅନ୍ଧାରରେ ଗ୍ରାମବାସୀ ,ମିଳୁନି ପଲିଥିନ୍‌

May 13, 2019, ଓଡ଼ିଶା, , Anupambharat News Bureau


‘ଫନି’ର ୧୦ ଦିନ ପରେ ବି ଦୁର୍ଦ୍ଦଶାରେ ଜନସାଧାରଣ : ଅନ୍ଧାରରେ ଗ୍ରାମବାସୀ ,ମିଳୁନି ପଲିଥିନ୍‌
Anupambharat News Bureau
May 13, 2019

ନିଶ୍ଚିନ୍ତକୋଇଲି ୧୩.୫ (ଅନୁପମ ମିଡିଆ) : ରାଜ୍ୟରେ ସୃଷ୍ଟି ହୋଇଥିବା ମହାବାତ୍ୟା ଫନି ପ୍ରଭାବରେ ପ୍ରାୟ ୬ ଟି ଜିଲ୍ଲାରେ ଲୋକ ପ୍ରଭାବିତ ହୋଇଥିବା ବେଳେ ହଜାର ହଜାର ପରିବାର ସର୍ବସ୍ୱ ହରାଇଛନ୍ତି । ସେମାନଙ୍କର ମୁଣ୍ଡ ଗୁଞ୍ଜିିବା ପାଇଁ ବାସଘରଟିଏ ନଥିଲା ବେଳେ ବାତ୍ୟା ପ୍ରପୀଡିତ ଅଂଚଳରେ କେତେକ ମୁଷ୍ଟିମେୟ ବ୍ୟକ୍ତିମାନେ ହାତ ଚିMଣ କରୁଥିବା ଦେଖିବାକୁ ମିଳିଛି । ଫଳରେ ସର୍ବସ୍ୱ ହରାଇଥିବା ପରିବାରମାନେ ଭଗବାନଙ୍କ ଉପରେ ଭରଷା କରି ବଂଚି ରହିଛନ୍ତି । ବାତ୍ୟାର ୧୦ ଦିନ ପରେ ମଧ୍ୟ ନିଶ୍ଚିନ୍ତକୋଇଲି ତହସିଲ ଅନ୍ତର୍ଗତ ବିଭିନ୍ନ ପଂଚାୟତମାନଙ୍କରେ ବ୍ଲକ ପ୍ରଶାସନ ମୁଣ୍ଡପିଛା ୫ କିଲୋ ଚାଉଳ ଓ କାର୍ଡ ପିଛା ୫୦୦ ଟଙ୍କା ଦେଇ ବସିଥିଲା ବେଳେ ତହସିଲଦାର ପଲିଥିନ୍‌ ଯୋଗାଇ ଦେବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାର ବାତ୍ୟା ପ୍ରପିଡିତ ଅଂଚଳରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଅଯିବାର ଡିଣ୍ଡିମ ପିଟୁଥିଲା ବେଳେ ଆଜି ସୁଦ୍ଧା ବହୁ ସ୍ଥାନରେ ବିଦୁ୍ୟତ ସଂଯୋଗ ହୋଇପାରିନଥିଲା ବେଳେ ଗ୍ରାମବାସୀ ଉପଭୋକ୍ତାମାନେ ୧୦୦ ରୁ ୨୦୦ ଟଙ୍କା ଆଦାୟ କରି ବିଦୁ୍ୟତ ସଂଯୋଗ ପାଇଁ ଖୁଂଟ ପୋତିବାଠାରୁ ବିଦୁ୍ୟତ ତାର ଟାଣୁଥିବା ଦେଖିବାକୁ ମିଳିଛି । ନିଶ୍ଚିନ୍ତକୋଇଲି ବ୍ଲକର କେତେକ ପଂଚାୟତରେ ସରପଂଚମାନଙ୍କର ଚିଠାରେ ତହସିଲଦାର ବାତ୍ୟା ପ୍ରପିଡିତ ଲୋକମାନଙ୍କୁ ପଲିଥିନ୍‌ ଯୋଗାଇ ଦେଉଥିଲା ବେଳେ ଏହି ସବୁ ପଂଚାୟତରେ ସରପଂଚଙ୍କ ଚିଠାରେ ପଲିଥିନ୍‌ ଆସି ଦଳୀୟ କର୍ମୀମାନଙ୍କୁ ପଲିଥିନ୍‌ ବଂଟା ଯାଉଥିବା ଅଭିଯୋଗ ହେଉଛି । ଫଳରେ ପ୍ରକୃତ ହିତାଧିକାରୀ ପଲିଥିନ୍‌ ଖଣ୍ଡେ ପାଇବାରୁ ବଚିଂତ ହୋଇଛନ୍ତି । ଉକ୍ତ ବ୍ଲକର ବାଲିଆପଦା ପଂଚାୟତ ତେନ୍ତଲପୁର ଗ୍ରାମର ୧୧ ନଂ ୱାର୍ଡର ଦଳିତ ବସ୍ତିର ଜନସାଧାରଣ ସରକାରୀ ସାହାଯ୍ୟରୁ ବଂଚିତ ହୋଇଥିବା ଅଭିଯୋଗ କରିଛନ୍ତି । ତେନ୍ତଲପୁର ଗ୍ରାମର ବିଧବା ଦଳିତ ମହିଳା ସୁଲୋଚନା ମଳିକଙ୍କ ଘର ଉପରେ ଗଛ ପଡିବା ଦ୍ୱାରା ତାଙ୍କ ଘର ଭାଙ୍ଗିବା ସହ ପବନରେ ଛପର ଉଡି ବହୁ କ୍ଷୟକ୍ଷତି ଘଟିଛି । କି;ୁ ତହସିଲ କିମ୍ବା ରାଜସ୍ୱ ନିରୀକ୍ଷକଙ୍କ ତରଫରୁ କୌଣସି ତଦନ୍ତ ହୋଇନଥିଲା ବେଳେ ତାଙ୍କୁ ଖଣ୍ଡେ ପଲିଥିନ୍‌ ମିଳିନଥିବା ଅଭିଯୋଗ ହୋଇଛି । ସେହିପରି ଉକ୍ତ ଗ୍ରାମର ଜଗନ୍ନାଥ ମଲିକ, ସରୋଜ ମଳିକ, ସତ୍ୟାନନ୍ଦ ମଳିକଙ୍କ ଘର ବାତ୍ୟା ଫନିରେ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ସେମାନେ ସରକାରୀ ସହଯୋଗରୁ ବଂଚିତ ହୋଇଥିବା ଅଭିଯୋଗ କରିଛନ୍ତି । ସେହିପରି ନତକାଇ ପଂଚାୟତ ୩ ନଂ ୱାର୍ଡର ସୁରେନ୍ଦ୍ରନାଥ ସ୍ୱାଇଁଙ୍କ ବାସଗୃହ ସହ ଗୁହାଳ ଘର ଉପରେ ନଡିଆଗଛ ପଡି ନଷ୍ଟ ହୋଇଥିଲା ବେଳେ ବାତ୍ୟାର ଦଶ ଦିନ ବିତିଯାଇଥିଲେ ମଧ୍ୟ ରାଜସ୍ୱ ନିରୀକ୍ଷକଙ୍କ ତରଫରୁ କୌଣସି ତଦନ୍ତ ହୋଇନଥିଲା ବେଳେ ପଲିଥିନ୍‌ ଖଣ୍ଡେ ମିଳିନଥିବା ଅଭିଯୋଗ ହୋଇଛି । ଆଗକୁ ବର୍ଷା ଦିନ ଆସୁଥିବା ବେଳେ ବାତ୍ୟାରେ କ୍ଷତିଗସ୍ତମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ନଦେଲେ ସେମାନେ ନାହିଁ ନଥିବା ଅସୁବିଧା ଭୋଗିବେ । ତେଣୁ କଟକ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ତଦନ୍ତ କରି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କଣ ହେବ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଭାଗ୍ୟ?

କଣ ହେବ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଭାଗ୍ୟ?

Read More...

ସୋସିଆଲ ମିଡ଼ିଆରୁ ମିଳିଲା ନିଖୋଜ ଶ୍ରମିକର ସନ୍ଧାନ

ସୋସିଆଲ ମିଡ଼ିଆରୁ ମିଳିଲା ନିଖୋଜ ଶ୍ରମିକର ସନ୍ଧାନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page