କାର-ବାଇକ ଧMା, ପ୍ରସୂତି ସମେତ ତିନି ମୃତ

May 13, 2019, ଓଡ଼ିଶା, , Anupambharat News Bureau


କାର-ବାଇକ ଧMା, ପ୍ରସୂତି ସମେତ ତିନି ମୃତ
Anupambharat News Bureau
May 13, 2019

ସମ୍ବଲପୁର,୧୩ା୫(ଅନୁପମମିଡ଼ିଆ): ସମ୍ବଲପୁର-ସୋନପୁର ରାଜ୍ୟ ରାଜପଥ ୧୫ର ଉଲୁଣ୍ଡା ନିକଟସ୍ଥ ଏସ୍‌ .ପତ୍ରାପାଲିରେ କାର ସହ ବାଇକ୍‌ ଧMା ହେବାରୁ ପ୍ରସୂତି ସମେତ ତିନି ଜଣଙ୍କ ମୃତୁ୍ୟ ଘଟିଛି । ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା କାର ସହ ଦୁଇଟି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ଖବର ପାଇ ବିରମହାରାଜପୁର ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା ।
ମିଳିଥିବା ସୂଚନାନୁଯାୟୀ ଆଜି ସମ୍ବଲପୁର ମେଡିକାଲରେ ଚିକିତ୍ସା କରାଇବା ପରେ ଦମ୍ପତି ନିଜ ଚାରିମାସର ଶିଶୁକୁ ସହ କାରରେ ନିଜ ଗ୍ରାମ ବିନିକାର ନନ୍ଦନମାର୍ଗକୁ ଫେରୁଥିଲେ ।ଏସ୍‌. ପତ୍ରାପାଲିରେ ସୋନପୁର ପଟୁ ସମ୍ବଲପୁର ବତରା ଗାଁର ତିନି ଜଣ ଯୁବକ ଭୋଜି ଖାଇ ବାଇକ୍‌ରେ ଫେରୁଥିବା ବେଳେ କାର ସହ ମୁହାଁମୁହିଁ ଧMା ହୋଇଥିଲା । ଫଳରେ ବାଇକ୍‌ରେ ବସିଥିବା ତିନି ଜଣଙ୍କ ମଧ୍ୟରୁ ପୱନ ବାଗ ଏବଂ ନରେଶ ବାଗଙ୍କ ମୃତୁ୍ୟ ଘଟିଥିଲା । ତେବେ ଦୁର୍ଘଟଣାର ସମ୍ମୁଖିନ କାରର କିଛି ନଷ୍ଟ ହୋଇନଥିଲେ ସୁଦ୍ଧାସେଥିରେ ଥିବା ପ୍ରସୂତିଙ୍କ ମୃତୁ୍ୟ ଘଟିଥିଲା ଏବଂ ଶିଶୁ ଗୁରୁତର ଆହତ ହୋଇଥିଲେ । ତେବେ ବାଇକ୍‌ରେ ଫେରୁଥିବା ଯୁବକଙ୍କ ଅନ୍ୟ କିଛି ସାଙ୍ଗ ପଛରେ ବସ୍‌ରେ ଫେରୁଥିଲେ । ସେମାନେ ସେଠାରେ ଅଟକି ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିଥିଲେ । ସେମାନେ ଦୁର୍ଘଟଣା ଘଟାଇଥିବା କାରଟିରେ ନିଆଁ ଲଗାଇ ଦେଇଥିଲେ । ଏହି ସମୟରେ ଉକ୍ତ ରାସ୍ତା ଦେଇ ଯାଉଥିବା ଆଉ ଏକ କାର ଅଟକି ମୋବାଇଲରେ ଘଟଣାର ଫଟୋ ଉଠାଇବାରେ ଲାଗିଥିଲେ । ଏହା ଦେଖି ଉତ୍ତ୍ୟକ୍ତ ଯୁବକାମନେ ଉକ୍ତ କାରଟିରେ ମଧ୍ୟ ନିଆଁ ଲଗାଇବା ସହ ଡ୍ରାଇଭରଙ୍କୁ ଆକ୍ରମଣ କରିଥିଲେ । ଖବର ପାଇ ବିରମହାରାଜପୁର ପୋଲିସ ଅଗ୍ନିଶମ କର୍ମଚାରୀଙ୍କ ସହ ପହଞ୍ଚି ନିଆଁ ଲିଭାଇଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ଉକ୍ତ ରାସ୍ତା ଦେଇ ଗାଡ଼ି ଚଳାଚଳ କିଛି ସମୟ ପାଇଁ ଠପ୍‌ ହୋଇପଡ଼ିଥିଲାା ତେବେ ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିବା ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କମଲ ହାସନଙ୍କ ବିରୋଧରେ ଏତଲା

କମଲ ହାସନଙ୍କ ବିରୋଧରେ ଏତଲା

Read More...

କଣ ହେବ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଭାଗ୍ୟ?

କଣ ହେବ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଭାଗ୍ୟ?

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page