ସୋସିଆଲ ମିଡ଼ିଆରୁ ମିଳିଲା ନିଖୋଜ ଶ୍ରମିକର ସନ୍ଧାନ

May 13, 2019, ଓଡ଼ିଶା, , Anupambharat News Bureau


ସୋସିଆଲ ମିଡ଼ିଆରୁ ମିଳିଲା ନିଖୋଜ ଶ୍ରମିକର ସନ୍ଧାନ
Anupambharat News Bureau
May 13, 2019

କାଶୀପୁର, ୧୩ ।୫ (ଅନୁପମ ମିଡ଼ିଆ): ଗତ ଦୁଇ ମାସ ତଳେ କାଶୀପୁରା ଠାରୁ ହରିଦ୍ୱାର ଯାଇ ନିଖୋଜ ଥିବାର ଶ୍ରମିକ ଗୋପିମାଝୀର ସନ୍ଧାନ ସୋସିଆଲ ମିଡ଼ିଆରୁ ମିଳିଥିବା ଜଣାଯାଇଛି । ମୁମ୍ବାଇରେ ରହୁଥିବା ମହମ୍ମଦ ଇଲାମ ନାମକ ଦୈନିକ ସମୁଦାୟ ବ୍ୟକ୍ତି ଆଜିକୁ ପ୍ରାୟ ଦଶ ଦିନ ହେଲା ଗୋପିମାଝୀ ରଖିଥିାର ଜଣାଯାଇଛି । ଏହି ବ୍ୟକ୍ତି ଜଣକ ଚକ୍ଷୁଗଡ଼ା ଠାରେ ଥିବା ଜଣେ ବନ୍ଧୁଙ୍କ ନିକଟକୁ ସୋସିଆଲ ମିଡ଼ଇଆରେ ପ୍ରସାରିତ ବର୍ଷାକୁ ପଠାଇଥିଲା । କାଶୀପୁର ବ୍ଲକ ଗମସଗୁଡ଼ାରେ ରହୁଥିବା ଗୋପିମାଝୀର ପୁଅ କାହ୍ନìମାଝୀ ପିତାଙ୍କ ନିଖୋଜ ନେଇ ଗତ ଦିନରେ ଥାନାରେ ଅଭିଯୋଗ କରିଥିଲା । ଗୋପିମାଝୀ ଏବେ ମୁମ୍ବାଇରେ ଥିବାର ଖବର ପ୍ରସାରିତ ହେବା ପରେ କାଶୀପୁର ପୋଲିସ୍‌ ଉଦ୍ଧାର ପାଇଁ ପ୍ରସ୍ତìତ ହେଉଥିବାର ଜଣାଯାଇଛଇ । ଗତ ଦୁଇ ମାସ ତଳେ ଗମସଗୁଡ଼ଶର ଗୋପୀମାଝୀ ସହିତ ଗ୍ରାମର ସୀମା ମାଝୀ, ଡ଼ମ୍ବୁରୁ ମାଝୀ, ଲିମା ମାଝୀ ଏହି ଚାରିଜଣ କୌଣସି ଏକ ଦଲାଲ କଥାରେ ପଡ଼ି ଅଧିକ ରୋଜଗାର ଆଶାରେ ହରିଦ୍ୱାର ଯାଇଥିଲେ । ସେଠାରେ କିଛିଦିନ ରହିବା ପରେ ତିନିଜଣ, ଜଣଙ୍କ ପରେ ଜଣଙ୍କ ଫେରି ଆସିଥିବା ବେଳେ ଗୋପୀମାଝୀ ଫେରିନଥିଲା । ଗୋପୀମାଝୀ କୌଣସି ଷ୍ଟେସନରେ ଓହ୍ଲାଇ ପଡ଼ିଥିବାର ଗୋପିଙ୍କ ପରିବାରକୁ କହିଥିଲେ ସାଥିରେ ଯାଇଥିବା ତିନି ଜଣ ଏବେ ଗୋପିମାଝୀଙ୍କ ସନ୍ଧାନ ମିଳିବା ପରେ ତୁରନ୍ତ ଉଦ୍ଧାର କରିବା ପାଇଁ ପ୍ରଶାସନ ଠାରେ ଗୁହାରି କରିଛନ୍ତି ଗୋପିଙ୍କ ପରିବାର । ସୂଚନା ଯୋଗ୍ୟ କାଶୀପୁର ବ୍ଲକର ଆଉ କିଛି ଜଣ ରାଜ୍ୟ ବାହାରକୁ ଯାଇଥିବା ଶ୍ରମିକଙ୍କ ପତା ମିଳୁ ନଥିବାର ଅଭିଯୋଗ କରାଯାଉଛଇ । ତେବେ ନିଖୋଜ ଥିବା ଶ୍ରମିକଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରିବା ସହ ଠକ ଦଲାଲଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାଦର ଦାବୀ କରାଯାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
‘ଫନି’ର ୧୦ ଦିନ ପରେ ବି ଦୁର୍ଦ୍ଦଶାରେ ଜନସାଧାରଣ : ଅନ୍ଧାରରେ ଗ୍ରାମବାସୀ ,ମିଳୁନି ପଲିଥିନ୍‌

‘ଫନି’ର ୧୦ ଦିନ ପରେ ବି ଦୁର୍ଦ୍ଦଶାରେ ଜନସାଧାରଣ : ଅନ୍ଧାରରେ ଗ୍ରାମବାସୀ ,ମିଳୁନି ପଲିଥିନ୍‌

Read More...

ରକ୍ତ ଦେଇ ପ୍ରସୂତୀଙ୍କ ଜୀବନ ବଞ୍ଚାଇଲେ ଡାକ୍ତର

ରକ୍ତ ଦେଇ ପ୍ରସୂତୀଙ୍କ ଜୀବନ ବଞ୍ଚାଇଲେ ଡାକ୍ତର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page