ବେଆଇନ ଖଣି ଖନନ ଉପରେ ଚଢାଉ

May 09, 2019, ଓଡ଼ିଶା, , Anupambharat News Bureau


ବେଆଇନ ଖଣି ଖନନ ଉପରେ ଚଢାଉ
Anupambharat News Bureau
May 09, 2019

ସିନାପାଲି ,୮ା୫(ଅନୁପମ ମିଡିଆ): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ୍‌ ଅଞ୍ଚଳରେ ଦୀଘଦିନରୁ ବେଆଇନ ଖଣି ଖନନ ଓ ପଥର ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ବୁଧବାର ସିନାପାଲି ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ମାଝୀଙ୍କ ଦ୍ୱାରା ବେଆଇନ ଭାବରେ ଖନନ ହୋଇଥିବା ଖଣି ଉପରେ ଚଢାଉ କରାକରାଯାଇଥିଲା । ଘଟଣାରୁ ପ୍ରକାଶ ଯେ, ବରଗାଁ ନିକଟସ୍ଥ ଡୁର୍କାଡୁଙ୍ଗରୀ ଅଞ୍ଚଳରେ ବେଆଇନ ଭାବରେ ବିସ୍ପୋରଣ ଦ୍ୱାରା ପଥର ଉତ୍ତୋଳନ ହେଉଥିବାରୁ ଅଞ୍ଚଳବାସୀ ଅନେକ ସମୟରେ ଆତଙ୍କିତ ଅବସ୍ଥାରେ ରହୁଥିବା ବେଳେ ସେମାନେ ଏ ବିଷୟରେ ସିନାପାଲି ଅତିରିକ୍ତ ତହସିଲଦାରଙ୍କ ପାଖରେ ଅଭିଯୋଗ କରିଥିଲେ । ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତି କରି ଶ୍ରୀ ମାଝୀ ବରଗାଁ ଅଞ୍ଚଳରେ ବେଆଇନ ଭାବରେ ଖନନ ହେଉଥିବା ପଥର ଖଣି ଉପରେ ଚଢାଉ କରିଥିଲେ । ପ୍ରକାଶ ଯେ, ଗତ ନଭେମ୍ବର ୧୧ ତାରିଖ ଦିନ ଉକ୍ତ ଖଣି ଖନନ ଲିଜ୍‌କୁ ବାତିଲ କରାଯାଇଥିଲା । ତା ସତେ୍ୱ ମଧ୍ୟ ଏ ବେଆଇନ କାର୍ଯ୍ୟ ଚାଲୁରହିଥିବାରୁ ଗ୍ରାମବାସୀଙ୍କ ଦ୍ୱାରା ବରମ୍ବାର ଅଭିଯୋଗ ହୋଇଆସୁଥିଲା । ଏତଦ୍‌ ବ୍ୟତୀତ ଡୁର୍କାଡୁଙ୍ଗରୀ ନିକଟସ୍ଥ ପାଙ୍ଗିନିବାହାଲ ଓ ତଳମୁଣ୍ଡାର ଦୁଇଟି ରୟତି ଜମିର ପଥର ଖଣିରେ ବିସ୍ପୋରକ ସାମଗ୍ରୀ ବ୍ୟବହାର କରି ପଥର ଫଟାଉଥିବା ଦେଖିବାକୁ ମଳିଥିଲା । ଉକ୍ତ ଜମିର ମାଲିକମାନଙ୍କୁ ମଧ୍ୟ ତହସିଲଦାର ପଚରଉଚୁରା କରିଥିଲେ । ହେଲେ ଉକ୍ତ ଜମିମାଲିକମାନେ ଜନୈକ ବ୍ୟକ୍ତିଙ୍କ ଦ୍ୱାରା ବିସ୍ପୋରକ ସାମଗ୍ରୀ ବ୍ୟବହାର କରି ପଥର ଫଟାଉଥିବା ସ୍ୱୀକାର କରିଥିଲେ । ଉକ୍ତ ବ୍ୟକ୍ତିମାନଙ୍କୁ ଆଗାମୀ ଦିନରେ ବେଆଇନ ପଥର ନ ଫଟାଇବା ପାଇଁ ତାଗିଦ କରାଯାଇଥିଲା । ଏଥିସହ ଏକଟ୍ରିପ୍‌ ପଥର ଜବତ କରି ତହସିଲ ଅଫିସକୁ ନିଆଯାଇଥିଲା । ଉକ୍ତ ଚଢଉ ସମୟରେ ସିନାପାଲି ରାଜସ୍ୱ ନିରୀକ୍ଷକ ଦିଲ୍ଲୀପ କୁମାର ମାଝୀ ଓ ବିଭାଗୀୟ କର୍ମଚାରୀ ଘନେଶ୍ୱର ପଟେଲ ସହଯୋଗ କରିଥିବା ବେଳେ ସ୍ଥାନୀୟ ଅନେକ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ । ଏ ସଂକ୍ରାନ୍ତରେ ସିନାପାଲି ଅତିରିକ୍ତ ତହସିଲଦାର ଶ୍ରୀ ମାଝୀଙ୍କୁ ପଚାରିବାରୁ ବେଆଇନ ଖଣି ଖନନରେ ଚଢାଉ କରି ପଥର ଜବତ କରିଥିବା ପ୍ରକାଶ କରିଥିଲେ । ହେଲେ ଗତ ନଭେମ୍ବର ମାସରେ ଲିଜ୍‌ ବାତିଲ ହୋଇଥିବା ବେଳେ ବର୍ତ୍ତମାନ କାହା ଇଙ୍ଗିତରେ ନିର୍ଭୟରେ ବେଆଇନ ଭାବରେ ଏହି ପଥର ଖନନ ଚାଲିଥିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହି ବେଆଇନ ବ୍ଲାଷ୍ଟିଂ ଦ୍ୱାରା ଅଞ୍ଚଳର ଧନଜୀବନ ପ୍ରତି ବିପଦ ଥିବା ବେଳେ ଏଥିରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରି ଉଚିତ କାର୍ଯ୍ୟାନୁଷ୍ଠାନ ନେବା ସହ ବେଆଇନ ଖଣି ଖନନକୁ ବନ୍ଦ କରିବା ପାଇଁ ଦାବୀ ହେଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁର ବିଧାୟକ ଅସୁସ୍ଥ

ବ୍ରହ୍ମପୁର ବିଧାୟକ ଅସୁସ୍ଥ

Read More...

ନାବାଳିକା ଦୁଷ୍କର୍ମ ମାମଲାରେ ଜଣେ ଗିରଫ

ନାବାଳିକା ଦୁଷ୍କର୍ମ ମାମଲାରେ ଜଣେ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page