ନାବାଳିକା ଦୁଷ୍କର୍ମ ମାମଲାରେ ଜଣେ ଗିରଫ

May 08, 2019, ଓଡ଼ିଶା, ବାଲେଶ୍ବର, Anupambharat News Bureau


ନାବାଳିକା ଦୁଷ୍କର୍ମ ମାମଲାରେ ଜଣେ ଗିରଫ
Anupambharat News Bureau
May 08, 2019

ବାଲେଶ୍ୱର,୮ା୫ (ଅନୁପମ ମିଡିଆ): ଦିନକୁ ଦିନ ସାରା ରାଜ୍ୟରେ ବିଶେଷ କରି ନାବାଳିକାଙ୍କ ପ୍ରତି ଦୁଷ୍କର୍ମ ବଢ଼ୁଥିବା ବେଳେ ଏହା ସ୍ଥାନୀୟ ନୀଳଗିରି ଅଞ୍ଚଳରେ ମଧ୍ୟ ଏହାର ପୁନରାବୃତ୍ତି ଘଟିଛି । ଜନୈକ ଏଲ୍‌ଆଇସି ଏଜେଣ୍ଟ୍‌ଙ୍କ କଳା କାରନାମା ଏଠାରେ ଚଳଇ ପକାଇ ଦେଇଛି । ନୀଳଗିରି ଅଞ୍ଚଳର ଜୈନିକା ନାବାଳିକାକୁ ଗଣବଳତ୍କାର ଘଟଣାରେ ସ୍ଥାନୀୟ ପୋଲିସ ଅଭିଯୁକ୍ତ ଏଲ.ଆଇ.ସି ଏଜେଣ୍ଟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ନୀଳଗିରି ଥାନା ଅନ୍ତର୍ଗତ ପୋଳାଶୁଳ ଅଞ୍ଚଳର ଜଣେ ବାପା ମା ଛେଉଣ୍ଡ ନାବାଳିକା ଗଣଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା । ପରିବାରର ଅନ୍ୟ ସଦସ୍ୟାମାନେ ତାଙ୍କୁ ଆଶ୍ରୟ ଦେବା ବଦଳରେ ଘରୁ ତଡି ଦେଇଥିବା ଅଭିଯୋଗ ହୋଇଥିଲା । ଭୋକରେ ଆଉଟୁ ପାଉଟୁ ହୋଇ କେତେବେଳେ ପର ଓଳିରେ ତ କେତେବେଳେ ଗଛମୂଳେ ଆଶ୍ରୟ ନେଉଥିଲା । ଏହାପରେ ସେ ଜଣେ ବ୍ୟକ୍ତିଙ୍କ ଘରେ ନୀଳଗିରି ସହରରେ ରହି ବାସୀ କାମ କରୁଥିଲା । ସେହି ବ୍ୟକ୍ତିଙ୍କର ଶିକ୍ଷୟିତ୍ରୀ ସ୍ତ୍ରୀଙ୍କ ଅନୁପସ୍ଥିତିରେ ସ୍ୱାମୀ ଏବଂ ଅନ୍ୟଜଣେ ସହଯୋଗୀ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ସହ ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ତେବେ ନାବାଳିକାକୁ ପ୍ରଶାସନ ଉଦ୍ଧାର କରି ଚଣ୍ଡିପୁରର ବାପୁଜୀ ସେବା ସଦନରେ ଛାଡି ଥିଲେ । ଉକ୍ତ ସେବାସଦନର ପ୍ରତିଷ୍ଠାତା ଗୌରଚନ୍ଦ୍ର ଖାମାରୀ ମଧ୍ୟ ତାଙ୍କୁ ଦୁଷ୍କର୍ମ କରିଥିବା ଏବଂ ଏଥିରେ ଆଶ୍ରମର ସେବିକା ସହଯୋଗ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ନୀଳଗିରି ପୋଲିସ ଫେରାର ଥିବା ଶ୍ରୀ ଖମାରୀଙ୍କୁ ପୂର୍ବରୁ ଗିରଫ କରିଥିଲା । ଏହି ଘଟଣାରେ ମୋଟ୍‌ ୬ ଜଣ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ସେମାନେ ହେଲେ ଗୌର ଚନ୍ଦ୍ର ଖମାରୀ, ତାଙ୍କ ସ୍ତ୍ରୀ ନମିତା ସାହୁ, ସେବିକା ମମତା ବେହେରା, ସୁଧିର ପାତ୍ର, ଅନିଲ ପାତ୍ର ଓ ନିନି ବାବୁ ।
ନୀଳଗିରି ସହର ଅଧିନସ୍ଥ ପଦ୍ମସାହି ସ୍ଥିତ ଜଣେ ବ୍ୟକ୍ତିଙ୍କ ଘରେ ରହି ବାସୀ କାମ କରୁଥିବା ସମୟରେ ସମ୍ପୃକ୍ତା ନାବାଳିକାକୁ ବାଉଁଶବଣିଆ ଅଞ୍ଚଳର ଏଲ.ଆଇ.ସି ଏଜେଣ୍ଟ ସୁଧିର ପାତ୍ର (୪୫) ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ନୀଳଗିରି ଆଇ.ଆଇ.ସି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବେଆଇନ ଖଣି ଖନନ ଉପରେ ଚଢାଉ

ବେଆଇନ ଖଣି ଖନନ ଉପରେ ଚଢାଉ

Read More...

ଯୌନ ନିର୍ଯାତନା ମାମଲାରେ ଯୋଗଗୁରୁ ଆନନ୍ଦ ଗିରି ଗିରଫ

ଯୌନ ନିର୍ଯାତନା ମାମଲାରେ ଯୋଗଗୁରୁ ଆନନ୍ଦ ଗିରି ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page