ଆଜି ହେରା ପଞ୍ଚମୀ

July 07, 2019, ଓଡ଼ିଶା, , Anupambharat News Bureau


ଆଜି ହେରା ପଞ୍ଚମୀ
Anupambharat News Bureau
July 07, 2019

ପୁରୀ,୭ା୭(ଅନୁପମମିଡ଼ିଆ): ଗୁଣ୍ଡିଚା ମନ୍ଦିରରେ ବିଗ୍ରହଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହୋଇ ଯାଇଛି ।
ଗୁଣ୍ଡିଚା ଯାତ୍ରାର ନବଦିନାତ୍ମକ ପର୍ବର ଆଜି ପଞ୍ଚମ ଦିବସରେ ଆଡ଼ପମଣ୍ଡପରେ ବିରାଜମାନ ବିଗ୍ରହଙ୍କ ଆଜି ବନକଲାଗି ନୀତି ଅନୁଷ୍ଠିତ ହୋଇଯାଇଛି । ଏହି ନୀତି ଲାଗି ରାତି ନ’ଟା ପରେ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇଥିଲା । ପାରମ୍ପରିକ ବିଧିବିଧାନ ଅନୁଯାୟୀ ସମସ୍ତ ନିତୀକାନ୍ତ ସରିବା ପରେ ଦତ୍ତ ମହାପାତ୍ର ସେବକମାନେ ବିଗ୍ରହଙ୍କ ବନକ ଲାଗି କରିଥିଲେ? । ପ୍ରାୟ ତିନି ଘଣ୍ଟାଧରି ଏହି ନୀତି ଅନୁଷ୍ଠିତ ହୋଇଥିଲା । ଆଜି ସକାଳୁ ସକାଳୁ ବିଗ୍ରହଙ୍କ ଦର୍ଶନ ଲାଗି ଗୁଣ୍ଡିଚା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ପ୍ରତୁ୍ୟଷରୁ ମହାପ୍ରଭୁଙ୍କ ଦ୍ୱାର ଫିଟା ନୀତି ପରେ ପରେ ମଙ୍ଗଳ ଆଳତି, ଅବକାଶ, ରୋଷ ହୋମ, ସକାଳ ଏବଂ ମଧ୍ୟାହ୍ନ ଧୂପ ସହ ଅନ୍ୟାନ୍ୟ ନୀତି ସମ୍ପାପନ କରାଯାଇଥିଲା । ଆସନ୍ତାକାଲି ମହାପ୍ରଭୁଙ୍କ ପାମ୍ପରିକ ହେରା ପଞ୍ଚମୀ ନୀତି ଅନୁଷ୍ଠିତ ହେବ । ମହାପ୍ରଭୁ ଶ୍ରୀଜଗନ୍ନାଥ ଗୁଣ୍ଡିଚା ଯାତ୍ରା ସକାଶେ ଶ୍ରୀମନ୍ଦିରରୁ ନ’ ଦିନ ପାଇଁ ନିଜ ଜନ୍ମବେଦୀକୁ ଯାତ୍ରା କରିଛନ୍ତି । ସାଙ୍ଗରେ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ନବଦିନ ପାଇଁ ଏହି ଯାତ୍ରାରେ ଯାଇଛନ୍ତି । ଫଳରେ ଏଥିରେ ମର୍ମାହତ ହୋଇ ମ’ ଲକ୍ଷ୍ମୀ ଅଭିମାନ କରିଛନ୍ତି । ଅଭିମାନୀନି ମା’ ଲକ୍ଷ୍ମୀ ପଞ୍ଚମ ଦିନରେ ବିଳମ୍ବିତ ରାତିରେ ଶ୍ରୀମନ୍ଦିରରୁ ପାଲିଙ୍କିରେ ସେବାୟତଙ୍କ ଗହଣରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବେ । ତେବେ ସେଠାରେ ମହାପ୍ରଭୁଙ୍କୁ ନଦେଖି ରୋଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଚକକୁ ଭାଙ୍ଗିବେ । ଏହାପରେ ପୁଣି ସେବାୟତଙ୍କ ଗହଣରେ ହେରାଗହିରି ସାହି ଦେଇ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ । ତେବେ ଜନ୍ମବେଦୀରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଆଜି ଗୁଣ୍ଡିଚା ମନ୍ଦିରରେ ଭିଡ଼କୁ ଦେଖି ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅବ୍ୟବସ୍ଥା ଘେରରେ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ଅବ୍ୟବସ୍ଥା ଘେରରେ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

Read More...

ଦୁଇ ଦିନ ପ୍ରବଳ ବର୍ଷିବ

ଦୁଇ ଦିନ ପ୍ରବଳ ବର୍ଷିବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page