ଦୁଇ ଦିନ ପ୍ରବଳ ବର୍ଷିବ

July 07, 2019, ଓଡ଼ିଶା, , Anupambharat News Bureau


ଦୁଇ ଦିନ ପ୍ରବଳ ବର୍ଷିବ
Anupambharat News Bureau
July 07, 2019

ଭୁବନେଶ୍ୱର,୭ା୬(ଅନୁପମ ମିଡ଼ିଆ): ବିହାର ପଶ୍ଚିମ ଭାଗ ଏବଂ ଦକ୍ଷିଣ ଛତିଶଗଡ଼ର ଉପରେ ଥିବା ସ୍ଥଳଭାଗରେ ଲଘୁଚାପର ରୂପ ନେଇଛି ।
ଅନ୍ୟପକ୍ଷେ ଉତ୍ତର ପଶ୍ଚିମ ରାଜସ୍ଥାନରୁ ଉତ୍ତରପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ଟ୍ରପ ଲାଇନ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ଗତ କିଛି ଦିନ ହେଲା ଓଡ଼ିଶାରେ ବର୍ଷା ଜାରି ରହିଛି । ତେବେ ଏହା ଦକ୍ଷିଣ ମୁହାଁ ଥିବାରୁ ଆସନ୍ତା ଦୁଇ ଦିନ ଓଡ଼ିଶାରେ ବର୍ଷାର ପ୍ରକୋପ କମ୍‌ ରହିବ । ତେବେ ୯ତାରିଖଠାରୁ ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟର ସୂଚନାନୁଯାୟୀ ଉତ୍ତର ପୂର୍ବ ରାଜସ୍ଥାନରୁ ଉତ୍ତର ପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା ଟ୍ରପ ଲାଇନ ଯେତେଦିନ ରହିବ ରାଜ୍ୟରେ ବର୍ଷା ଜାରି ରହିବ । ଏହା ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ପ୍ରବଳ ଏବଂ ବିକ୍ଷିପ୍ତ ବର୍ଷା ହୋଇଛି । ଝାରସୁଗୁଡ଼ାରେ ସର୍ବାଧିକ ୩୬ ଏମଏମ୍‌ ବର୍ଷା ରେକର୍ଡ଼ କରାଯାଇଛି । ସେହିଭଳି ସମ୍ବଲପୁରରେ ୨୮ ଏବଂ ହିରାକୁଦରେ ୨୬ ଏମଏମ୍‌ ବର୍ଷା ହୋଇଛି । ତେବେ ଗତ ୨ ତାରିଖଠାରୁ ଲଘୁଚାପ ଜନିତ ବର୍ଷା ଯୋଗୁ ରାଜ୍ୟର ପ୍ରାୟ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି । ଗତ ୩ ଏବଂ ୪ ତାରିଖରେ ଭୁବନେଶ୍ୱର ସମେତ କଟକ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା । ଗତକାଲି ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ବର୍ଷା ହୋଇଥିବା ପରିଲକ୍ଷିତ ହୋଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ହେରା ପଞ୍ଚମୀ

ଆଜି ହେରା ପଞ୍ଚମୀ

Read More...

ଆଜିଠୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା

ଆଜିଠୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page