ଅବ୍ୟବସ୍ଥା ଘେରରେ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

July 08, 2019, ଓଡ଼ିଶା, , Anupambharat News Bureau


ଅବ୍ୟବସ୍ଥା ଘେରରେ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର
Anupambharat News Bureau
July 08, 2019

ଖଣ୍ଡପଡ଼ା,୮ା୭(ଅନୁପମ ମିଡିଆ): ଖଣ୍ଡପଡ଼ା ସହରାଞ୍ଚଳ ମଧ୍ୟରେ ଥିବା ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟି ବିଭିନ୍ନ ଅବ୍ୟବସ୍ଥା ଘେରରେ ଥିବା ଅଭିଯୋଗ ହେଉଛି । ଅଭିଯୋଗରୁ ପ୍ରକାଶ ଖଣ୍ଡପଡ଼ା ସହରାଞ୍ଚଳ ମଧ୍ୟରେ ଥିବା ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସହରାଞ୍ଚଳ ସମେତ ଖଣ୍ଡପଡ଼ା ବ୍ଲକ୍‌, ଭାପୁର ବ୍ଲକ୍‌ ଓ ଗଣିଆ ବ୍ଲକ୍‌ ଅଞ୍ଚଳର ଲକ୍ଷାଧିକ ଜନସାଧାରଣ ନିର୍ଭର କରୁଥିବା ବେଳେ ଏଠାରେ ଚିକିତ୍ସା ଅଭାବରୁ ନିକଟସ୍ଥ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ରାଜଧାନୀ ଭୂବନେଶ୍ୱରରେ ଥିବା ବିଭିନ୍ନ ଘରୋଇ ଚିକିତ୍ସାଳୟରେ ଲୋକେ ଚିକିତ୍ସିତ ହେବାପାଇଁ ବାଧ୍ୟ ହେଉଛନ୍ତି । ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସର୍ବଦା ଡ଼ାକ୍ତର ପଦବୀ ଖାଲି ସାଙ୍ଗକୁ ଅଧିକାଂଶ ରୋଗୀ ନିରାମୟ ଯୋଜନା ଦ୍ୱାରା ଉପକୃତ ହୋଇପାରୁନାହାଁନ୍ତି । ଡ଼ାକ୍ତର ପଦବୀ ଖାଲି ସମ୍ପର୍କରେ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ ୬ଜଣ ଡ଼ାକ୍ତରଙ୍କୁ ଏଠାରେ ନିଯୁକ୍ତି ମିଳିଥିଲେ ହେଁ ସେମାନଙ୍କ ମଧ୍ୟରୁ ଏଠାରେ ୨ଜଣ ଡ଼ାକ୍ତର କାର୍ଯ୍ୟରେ ଯୋଗଦେଇ ପୁର୍ନବାର ଉଚ୍ଚ ଶିକ୍ଷା ନିମନ୍ତେ ଏଠାରୁ ଚାଲିଯାଇଛନ୍ତି ଓ ବାକି ୩ଜଣ ଡ଼ାକ୍ତର କାର୍ଯ୍ୟରେ ଯୋଗଦେଇନାହାଁନ୍ତି । ଫଳରେ ନିକଟସ୍ଥ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଶରଣକୂଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବାଘୁଆପଲ୍ଲୀ, ଆଡ଼କଟା ଓ କୁମ୍ଭାରପଡ଼ା ଉପସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ୩ଜଣ ଏଲୋପାଥିକ, ଜଣେ ଆୟୁର୍ବେଦିକ ଓ ଜଣେ ହୋମିଓପାଥିକ ଡ଼ାକ୍ତରଙ୍କୁ ଏଠାରେ ଚିକିତ୍ସା କରିବା ନିମନ୍ତେ ଡ଼େପୁଟେସନ୍‌ରେ ପଠାଯାଇଛି । ଏହି ଚିକିତ୍ସକଗଣ ସପ୍ତାହକ ୭ଦିନ ମଧ୍ୟରୁ ୩ ଚାରିଦିନ ପାଳିକରି ଚିକିତ୍ସା କରୁଥିବା ବେଳେ ଭାପୁରରୁ ଆସିଥିବା ଡ଼ାକ୍ତର ପ୍ରଦୀପ କୁମାର ପାଇକରାୟ ସପ୍ତାହରେ ଗୋଟିଏ ଦିନ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆଉଟ୍‌ଡ଼ୋରରେ ବସି ରୋଗୀ ଦେଖୁଥିବା ଜଣାଯାଇଛି । ରୋଗୀମାନଙ୍କ ନିମନ୍ତେ ନିରାମୟ ଯୋଜନାରେ ସମସ୍ତ ଔଷଧ ଉପଲବ୍ଧ ହେଉନଥିବା ବେଳେ ଗରୀବ ରୋଗୀଗଣ ଦୋକାନରୁ ଅଧିକ ଅର୍ଥ ଦେଇ ଔଷଧ କିଣିବା ପାଇଁ ବାଧ୍ୟ ହେଉଛନ୍ତି । ପୂର୍ବରୁ ଏଠାରେ ଚିକିତ୍ସକମାନେ ବିଭିନ୍ନ ପ୍ରକାରର ଅପରେସନ୍‌ ଯଥା ହାଇଡ଼୍ରୋସିଲ୍‌, ହାର୍‌ନିଆ ସହ ଛୋଟମୋଟ ଅପରେସନ୍‌ କରିବା ଓ ଗର୍ଭବତୀ ମାନଙ୍କୁ ସିଜରିଆନ୍‌ କରି ଛୁଆବାହାରକରିବା ଆଦି କାର୍ଯ୍ୟ କରୁଥିବା ସମୟରେ ବର୍ତ୍ତମାନ ତାହା ଏଠାରେ ସମ୍ଭବ ହୋଇପାରୁନାହିଁ । ଏଭଳି ରୋଗୀ ଏଠାକୁ ଆସିଲେ ଚିକିତ୍ସା ସମ୍ଭବ ନୁହେଁ, ଏଠାରେ କିଛି ସୁବିଧା ନାହିଁ କିମ୍ବା ଅବସ୍ଥା ଗୁରୁତର ବୋଲି କହି ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଉଥିବା ଜଣାଯାଇଛି । ଦୁର୍ଘଟଣାଗ୍ରସ୍ତଙ୍କୁ ମଧ୍ୟ ସାମାନ୍ୟ ଚିକିତ୍ସା କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆ ଯାଉଥିବା ଅଭିଯୋଗ ହୋଇଆସୁଛି । ଛାତଉପରେ ଥିବା ପାଣିଟାଙ୍କି ମଧ୍ୟରେ ବଡ଼ବଡ଼ ଗଛ ଉଠିଥିଲେ ମଧ୍ୟ କାହାର ଦୃଷ୍ଟି ଏଥି ପ୍ରତି ପଡ଼ୁନଥିବା ଦେଖାଯାଇଛି । ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଓ ଅଂଶୁଘାତ ରୋଗୀଙ୍କ ପାଇଁ ଆବଶ୍ୟକ ପଡ଼ୁଥିବା ଏୟାର କଣ୍ଡିସନ୍‌ରଙ୍କୁ ସଠିକ୍‌ ବିନିଯୋଗ କରାଯାଉନଥିବା ଦେଖାଯାଇଛି । ଅପରେସନ୍‌ ଥିଏଟର ନିମନ୍ତେ ଲାଗାଯାଇଥିବା ଏ.ସି ଟି ବନ୍ଦ ଥିବା ବେଳେ ଗୃହମଧ୍ୟରୁ ଗରମ ପବନ ବାହାରକରୁଥିବା ଯନ୍ତ୍ରଟିର କେବଳ ପ୍ଲାଷ୍ଟିକ୍‌ ଖୋଳଟି ଛାତ ଉପରେ ଥୁଆଯାଇଛି । ଏହା ମଧ୍ୟରୁ ଯନ୍ତ୍ରାଂଶ କୁଆଡ଼େ ଗଲା ବୋଲି ଭାରପ୍ରାପ୍ତ ଚିକିତ୍ସା ଅଧିକାରିଣୀ ଡ଼ାକ୍ତର ଅରୁନ୍ଧତି ପରିଡ଼ାଙ୍କ ସହ ଯୋଗାଯୋଗ କରିବାରେ ସେ କାର୍ଯ୍ୟରେ ଯୋଗଦେବା ପୂର୍ବରୁ ଏ ଭିତରେ ଯନ୍ତ୍ରାଂଶ ନଥିବା ଖୋଳଟି ଥୁଆ ହୋଇଥିବା ପ୍ରକାଶ କରନ୍ତି । ଅଂଶୁଘାତ ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ କକ୍ଷରେ ଡ଼ୁ୍ୟଟିରେ ଥିବା ଡ଼ାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ଏ.ସି ଲଗାଇ ବସି ମୋବାଇଲ୍‌ ଦେଖୁଥିବା ଓ ଥଟାମଜା କାର୍ଯ୍ୟରେ ବସ୍ତ୍ୟ ରହୁଥିବା ବେଳେ ରୋଗୀ ଚିକିତ୍ସା ସେବା ନିମିତ୍ତ ସେମାନଙ୍କୁ ଖୋଜି ଖୋଜି ନୟାନ୍ତ ହେବା ପରେ ବହୁ ସମୟ ପରେ ସେମାନେ ଏହି କକ୍ଷରୁ ବାହାରୁଥିବା ଅଭିଯୋଗ ହୁଏ । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟିର ପରିସର ମଧ୍ୟରେ ଅନାବନା ଘାସ, ଗଛ ଉଠିଥିବା ବେଳେ ଚିକିତ୍ସାରେ ବ୍ୟବହୃତ ହୋଇଥିବା ଖାଲି ବୋତଲ, ପ୍ଲାଷ୍ଟିକ୍‌, ଛୁଞ୍ଚି, ସିରିଞ୍ଜ ଆଦିକୁ ପଲିଥିନ୍‌ରେ ପୁରାଇ ଗଦା ଗଦା କରି ରଖାଯାଇଥିବା ଦେଖାଯାଇଛି । ଏ ସମ୍ପର୍କରେ ଭାରପ୍ରାପ୍ତ ଚିକିତ୍ସା ଅଧିକାରିଣୀ କିମ୍ବା କର୍ମଚାରୀଙ୍କୁ ପଚାରିଲେ ଏନ୍‌ଏସି କର୍ତ୍ତୁପକ୍ଷ ଏ ସବୁ ନେବାରେ ଅବହେଳା ପ୍ରଦର୍ଶନ କରୁଥିବା ଯୋଗୁଁ ଏ ପରି ଗଦା ହୋଇ ରହିଥିବା ପ୍ରକାଶ କରନ୍ତି । ଏଭଳି ଅବ୍ୟବସ୍ଥା ମଧ୍ୟରେ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଟି ଗତି କରୁଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜିଲ୍ଲାପାଳ ଓ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଏ ସମ୍ପର୍କରେ ଦୃଷ୍ଟିଦେବାକୁ ଅଞ୍ଚଳବାସୀ ଦାବି କରନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଛାତ୍ରଙ୍କ ଉତ୍ତର ଦେଇ ନପାରି ଶିକ୍ଷାଧିକାରୀ ହଟହଟ୍ଟା.. ବୈଠକ ଅଧାରୁ ସଭାସ୍ଥଳ ଛାଡି ପଳାଇଲେ

ଛାତ୍ରଙ୍କ ଉତ୍ତର ଦେଇ ନପାରି ଶିକ୍ଷାଧିକାରୀ ହଟହଟ୍ଟା.. ବୈଠକ ଅଧାରୁ ସଭାସ୍ଥଳ ଛାଡି ପଳାଇଲେ

Read More...

ଆଜି ହେରା ପଞ୍ଚମୀ

ଆଜି ହେରା ପଞ୍ଚମୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page