ଧରାପଡ଼ିଲେ ତାଲା ବନ୍ଦ ଘରୁ ଲୁଟ୍‌ କରୁଥିବା ଗ୍ୟାଙ୍ଗ

July 07, 2019, ଓଡ଼ିଶା, , Anupambharat News Bureau


ଧରାପଡ଼ିଲେ ତାଲା ବନ୍ଦ ଘରୁ ଲୁଟ୍‌ କରୁଥିବା ଗ୍ୟାଙ୍ଗ
Anupambharat News Bureau
July 07, 2019

ବ୍ରହ୍ମପୁର,୭ ।୭(ଅନୁପମ ମିଡ଼ିଆ): ଗତ କିଛି ଦିନ ଧରି ବ୍ରହ୍ମପୁର ମହାନଗର ଓ ଆଖପାଖ ଅଞ୍ଚଳରେ ତାଲା ବନ୍ଦ ଘରୁ ଲୁଟ୍‌ କରୁଥିବା ଜଣେ ଅଭିଯୁକ୍ତଙ୍କ ସମେତ ଜଣେ ନାବାଳକ କୁ ପୋଲିସ୍‌ ଧରି ୧୩୫ ଗ୍ରାମ ସୁନା ଗହଣା ନଗଦ ୨୫ ହଜାର ଟଙ୍କା ଆଦି ଜବତ କରାଯାଇଥିବା ଅତିରିକ୍ତ ଏସ୍‌.ପି ମାୟାଧର ସେଠୀ ସୂଚନା ଦେଇଛନ୍ତି ।
ଆଜି ବୈଦ୍ୟନାଥପୁର ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌.ପି ମାୟାଧର ସେଠୀ କହିଛନ୍ତି ଯେ, ଗତ କିଛିଦିନ ଧରି ବୈଦ୍ୟନାଥପୁର, ବଡ଼ ବଜାର, ଟାଉନ୍‌ଥାନା, ବ୍ରହ୍ମପୁର ସଦରଥାନା ଅଞ୍ଚଳରେ ତାଲା ବନ୍ଦ ଘରୁ ବ୍ୟାପକ ଚୋରୀ ହୋଇଥିବା ଏବଂ ଏନେଇ ବ୍ରହ୍ମପୁର ଏସ୍‌.ପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ସିଟି ଏସ୍‌.ଡ଼ି.ପି.ଓ ବିଷ୍ଣì ଚରଣ ପତିଙ୍କ ନେତୃତ୍ୱରେ ବୈଦ୍ୟନାଥପୁର ଥାନା ଆଇଆଇସି ସାରଦା ପ୍ରସାଦ ଦାସ, ସଦର ଥାନା ଆଇଆଇସି ଭାବାନନ୍ଦ ପ୍ରଧାନ, ବଡ଼ ଗଜାର ଥାନା ଆଇଆଇସି ପ୍ରଶାନ୍ତ ଭୁପତି ଓ ଅନ୍ୟ ଏକ ଟିମ୍‌ ସହାୟତାରେ ବ୍ୟାପକ ତଦନ୍ତ ଚଳାଇଥିଲେ । ଉକ୍ତ ତଦନ୍ତରେ ୩ ଜଣ ନାବାଳକ ସମେତ ବଡ଼ ବଜାର ଥାନା ଅନ୍ତର୍ଗତ ଗଣେଷ ନଗର ଅଞ୍ଚଳର ରବି ମୁଳି ସମ୍ପୃକ୍ତ ଥିବା ଜଣାପଡ଼ିଥିଲା । ଫଳରେ ପୋଲିସ୍‌ ଜଣେ ନାବାଳକକୁ ଧରି ପଚାରା ଉଚରା କରିବା ପରେ ଏଥିରେ ଆଉ ୨ ଜଣ ନାବାଳକ ସମ୍ପୃକ୍ତ ଥିବା ଏବଂ ସମ୍ପୃକ୍ତ ନାବାଳକଙ୍କ ମଧ୍ୟରୁ ଜଣେ ପୂର୍ବରୁ ଏକ ମାମଲାରେ ଧରାପଡ଼ି ପର୍ଯ୍ୟବେକ୍ଷଣ ଗୃହରେ ଅଟକ ଥିବା ଜଣାପଡ଼ିଥିଲା । ଏପରିକି ଉକ୍ତ ନାବାଳକ ମାନେ ଦିନ ଦ୍ୱିପ୍ରହ, ସନ୍ଧ୍ୟାରେ ବନ୍ଦ ତାଲା ଘରୁ ଠାବ କରି କୌଶଳ କ୍ରମେ ଟଙ୍କା, ସୁନା ଓ ଅନ୍ୟାନ୍ୟ ଦାମୀ ସାମଗ୍ରୀ ଲୁଟି ନେବା ପରେ ରବି ମୁଳୀ ଉକ୍ତ ଲୁଟ୍‌ ସାମଗ୍ରୀ ରଖୁଥିଲା ବୋଲି ଜଣାପଡ଼ିଥିଲା । ଫଳରେ ପୋଲିସ୍‌ ଟିମ୍‌ ଗତକାଲି ରବି ମୁଳୀକୁ ଧରି ତାଙ୍କ ଠାରୁ ୧୩୫ ଗ୍ରାମ୍‌ ସୁନା ଗହଣା, ଗୋଟିଏ କ୍ୟାମେରା, ଏଲ୍‌ଇଡ଼ି ଟିଭି ଓ ନଗଦ ୨୫ ହଜାର ଟଙ୍କା ଜବତ୍‌ କରିବା ପରେ ଆଉ ଦୁଇ ନାବାଳକ କୁ ଧରିବା ପରେ ଅଧିକ ଲୁଟ୍‌ ସାମଗ୍ରୀ ମିଳିବାର ସମ୍ଭାବନା ରହିଛି ବୋଲି ଅତିରିକ୍ତ ଏସ୍‌.ପି ମାୟାଧର ସେଠୀ ପ୍ରକାଶ କରିଛନ୍ତିି । ଆଜି ଗିରଫ ରବି ମୁଳୀକୁ କୋର୍ଟ ଚାଲାଣ କରିଥିବା ବେଳେ ଅଟକ ନାବାଳକକୁ ଯୁଭେନାଲ୍‌ ଜଷ୍ଟିସ୍‌ ବୋର୍ଡ଼ ପ୍ରିନ୍ସପାଲ୍‌ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରାଯାଇଥିବା ଜଣାପଡ଼ିଛି । ପ୍ରକାଶ ଯୋଗ୍ୟ ଯେ ଧରାପଡ଼ିଥିବା ଅଭିଯୁକ୍ତ ଓ ନାବାଳକ ମାନେ ବୈଦ୍ୟନାଥପୁର ଥାନା ଅଞ୍ଚଳରେ ତିନୋଟି, ସଦର ଥାନା ଅଞ୍ଚଳରେ ଦୁଇଟି, ଟାଉନ୍‌ ଥାନା ଅଞ୍ଚଳରେ ଗୋଟିଏ ଓ ବଡ଼ ବଜାର ଥାନା ଅଞ୍ଚଳରେ ଦୁଇଟି ଚୋରି ମାମଲା ରେ ସମ୍ପୃକ୍ତ ଥିବା କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହାନଗରରେ ତିନି ଠାକୁରଙ୍କ ବରାହ ଅବତାର

ମହାନଗରରେ ତିନି ଠାକୁରଙ୍କ ବରାହ ଅବତାର

Read More...

ବିଜେପିରେ ସାମିଲ୍‌ ହେଲେ ନୃତ୍ୟଙ୍ଗନା ସପନା ଚୌଧୁରୀ

ବିଜେପିରେ ସାମିଲ୍‌ ହେଲେ ନୃତ୍ୟଙ୍ଗନା ସପନା ଚୌଧୁରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page