ବିଜେପିରେ ସାମିଲ୍‌ ହେଲେ ନୃତ୍ୟଙ୍ଗନା ସପନା ଚୌଧୁରୀ

July 07, 2019, ଦେଶ, , Anupambharat News Bureau


ବିଜେପିରେ ସାମିଲ୍‌ ହେଲେ ନୃତ୍ୟଙ୍ଗନା ସପନା ଚୌଧୁରୀ
Anupambharat News Bureau
July 07, 2019

ନୂଆଦିଲ୍ଲୀ: ହରିଆନାର ଲୋକପ୍ରିୟ ଡ୍ୟାନ୍ସର ତଥା ଗାୟିକା ସପନା ଚୌଧୁରୀ ଆଜି ବିଜେପିରେ ସାମିଲ୍‌ ହୋଇଛନ୍ତି । ଦିଲ୍ଲୀରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ବିଜେପିରେ ସାମିଲ ହୋଇଛନ୍ତି ସପନା । ଏହି ସମୟରେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ଶିବରାଜ ସିଂହ ଚୌହ୍‌ୱାନ, କେନ୍ଦ୍ରମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଏବଂ ସାଂସଦ ମନୋଜ ତିୱାରୀ ଉପସ୍ଥିତ ଥିଲେ । ଲୋକସଭା ନିର୍ବାଚନ ପୂର୍ବରୁ ସପନା ଚୌଧୁରୀ କଂଗ୍ରେସରେ ସାମିଲ୍‌ ହୋଇଥିବା ନେଇ ଖବର ଆସିଥିଲା । କି;ୁ ପରେ ସାମ୍ବାଦିକ ସମ୍ମିଳନୀ କରି ଏହି ଖବରକୁ ଖଣ୍ଡନ କରିଥିଲେ । ଏମିତିକି ୨୪ ମାର୍ଚ୍ଚରେ କହିଥିଲେ ସେ ଆଗାମୀ ଦିନରେ ମଧ୍ୟ କଂଗ୍ରେସରେ ସାମିଲ ହେବାର ସୂଚନା ନାହିଁ । ଲୋକସଭା ନିର୍ବାଚନ ବେଳେ ସପନା ଚୌଧୁରୀ ସାସଂଦ ମନୋଜ ତିୱାରୀ ପାଇଁ ପ୍ରଚାର କରିଥିଲେ । ଆଗାମୀ ଦିନରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ରହିଛି । ସପନାଙ୍କୁ ଦଳରେ ସାମିଲ କରି ବିଜେପି ନିଜ ଦଳର ପ୍ରାର୍ଥୀଙ୍କ ପ୍ରତି ଭୋଟ ଯୋଗାଡ଼ କରିବାରେ ସଫଳ ହେବ ବୋଲି ଜଣାପଡ଼ିଛି । ଉଲ୍ଲେଖଥାଉକି ଚଳିତ ବର୍ଷ ନିର୍ବାଚନରେ ବହୁ ସିନେଷ୍ଟାର, ଗାୟକ, ନୃତ୍ୟଶିଳ୍ପ, ହିରୋ, ହିରୋଇନ୍‌ ତଥା ସେମାନଙ୍କ ପରିବାରର ସଦସ୍ୟମାନଙ୍କୁ ବିଜେପି ରେ ସାମିଲ୍‌ କରିଥିଲେ ଓ କେତେକଙ୍କୁ ଟିକେଟ୍‌ ମଧ୍ୟ ଦିଆଯାଇଥିଲା ସେଥିରେ ସେମାନେ ସଫଳ ମଧ୍ୟ ହୋଇଥିଲେ । ତେବେ ଏହି ଗାୟୀକା କେତେଦୂର ସଫଳ ହୋଇପାରିବେ ତାହା ଆଗକୁ ଦେଖିବାକୁ ରହିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଧରାପଡ଼ିଲେ ତାଲା ବନ୍ଦ ଘରୁ ଲୁଟ୍‌ କରୁଥିବା ଗ୍ୟାଙ୍ଗ

ଧରାପଡ଼ିଲେ ତାଲା ବନ୍ଦ ଘରୁ ଲୁଟ୍‌ କରୁଥିବା ଗ୍ୟାଙ୍ଗ

Read More...

କର୍ଣ୍ଣାଟକାରେ ମେଣ୍ଟ ସରକାର-ବିଜେପି ମ୍ୟାଚ୍‌ ଟାଏ !

କର୍ଣ୍ଣାଟକାରେ ମେଣ୍ଟ ସରକାର-ବିଜେପି ମ୍ୟାଚ୍‌ ଟାଏ !

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page