ଏଣିକି ଚତୁର୍ଥ ଶନିବାର ସରକାରୀ ଛୁଟି

June 22, 2019, ଓଡ଼ିଶା, , Anupambharat News Bureau


ଏଣିକି ଚତୁର୍ଥ ଶନିବାର ସରକାରୀ ଛୁଟି
Anupambharat News Bureau
June 22, 2019

ଭୁବନେଶ୍ୱର, ୨୨ ।୬(ଅନୁପମ ମିଡିଆ): ଏଣିକି ରାଜ୍ୟ ସରକାରୀ କର୍ମଚାରୀ ମାନେ ଚତୁର୍ଥ ଶନିବାର ମଧ୍ୟ ଛୁଟି ପାଇବେ । ଶନିବାର ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି । ସେହିପରି କର୍ମଚାରୀଙ୍କ ଅଫିସ ସମୟରେ ମଧ୍ୟ ପରିବର୍ତ୍ତନ କରିଛନ୍ତି । ନୂଆ ସମୟ ଅନୁଯାୟୀ କର୍ମଚାରୀମାନେ ଏଣିକି ସକାଳ ୧୦ଟାରୁ ଅପରାହ୍ନ ସାଢେ ୫ଟା ପର୍ଯ୍ୟନ୍ତ ଅଫିସରେ ରହିବେ ।
ମଧ୍ୟାହ୍ନ ଭୋଜନ ନିମନ୍ତେ ସାଢେ ୧.୩୦ରୁ ୨ଟା ପର୍ଯ୍ୟନ୍ତ ୩୦ମିନିଟର ‘ଲଞ୍ଚବ୍ରେକ୍‌’ ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଏହାକୁ ତତ୍କାଳ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଏଣିକି ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ପ୍ରତ୍ୟେକ ମାସର ୪ର୍ଥ ଶନିବାର ସାଧାରଣ ଛୁଟି ରହିବ । ସରକାରୀ କର୍ମଚାରୀମାନେ ସକାଳ ୧୦ଟାରୁ ଅପରାହ୍ନ ସାଢେ୫ଟା ପର୍ଯ୍ୟନ୍ତ ଅଫିସରେ ରହିବେ ।
ପ୍ରତିମାସର ୪ର୍ଥ ଶନିବାର ସାଧାରଣ ଛୁଟି ରହୁଥିଲେ ମଧ୍ୟ ପ୍ରତ୍ୟେକ ବିଭାଗୀୟ ଦପ୍ତର ୧୦ରୁ ସାଢେ୧ଟା ପର୍ଯ୍ୟନ୍ତ ଖୋଲା ରହିବ । ପ୍ରଶାସନିକ କାର୍ଯ୍ୟରେ ୫ ଟି (ଟେକ୍ନୋଲୋଜି, ଟିମୱାର୍କ, ଟ୍ରାନ୍ସପରେନ୍ସି, ଟାଇମ୍‌ ଓ ଟ୍ରାନ୍ସଫରମେସନ)କୁ କର୍ମଚାରୀମାନେ କିଭଳି ଉପଯୋଗ କରୁଛନ୍ତି ସେ ନେଇ ପ୍ରଶିକ୍ଷଣ ଶିବିର କିମ୍ବା ଆଲୋଚନାଚକ୍ର କାର୍ଯ୍ୟକ୍ରମ ଆୟୋଜନ କରିବେ । ତେବେ ଏହି ନୂତନ ବ୍ୟବସ୍ଥା ସ୍କୁଲ ଓ କଲେଜ ପାଇଁ ଲାଗୁ ହେବ ନାହିଁ । ବର୍ତ୍ତମାନ ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ପ୍ରତ୍ୟେକ ମାସର ଦ୍ୱିତୀୟ ଶନିବାର ଛୁଟି ରହୁଥିଲା । ସେହିପରି ସମସ୍ତ ସରକାରୀ ଅଫିସର ସମୟ ସକାଳ ୧୦ଟାରୁ ଅପରାହ୍ନ ୪ଟା ରହିଥିଲା ଏବଂ ମଧ୍ୟାହ୍ନ ଭୋଜନ ପାଇଁ ଏକଘଣ୍ଟାର ସମୟ ମିଳୁଥିଲା ।
ମୁଖ୍ୟମନ୍ତ୍ରୀ ଆଜି ବରିଷ୍ଠ ଅଧିକାରୀଙ୍କ ବୈଠକରେ ଯୋଗଦେଇ ୫ଟି ଉପରେ ଗୁରୁତ୍ୱ ଦେଇଥିଲେ । ସେ କହିଥିଲେ ଯେ, ମୁଁ ଆପଣମାନଙ୍କର କାର୍ଯ୍ୟଦକ୍ଷତା ରିପୋର୍ଟ ଲେଖୁଛି । ମୋର କାର୍ଯ୍ୟଦକ୍ଷତା ରିପୋର୍ଟ ଲେଖୁଛନ୍ତି ଜନତା । ଜନତାଙ୍କ ଟଙ୍କାରେ ଚାଲୁଛି ସମସ୍ତ ସରକାରୀ ଅଫିସ । କିନ୍ତୁ ସରକାରୀ ଅଫିସ ଗୁଡିକ ଠିକ୍‌ ଭାବେ ଚାଲିଛି ତ ? ସବ୍‌ରେଜିଷ୍ଟ୍ରର ଅଫିସରେ କିପରି କାମ ଚାଲୁଛି । ଲାଇସେନ୍ସ ନେବା ପାଇଁ କଣ ଘଟୁଛି ତାକୁ ବିଭାଗ ଦେଖୁଛି କି ? ମେଡ଼ିକାଲ ଯାଉଥିବା ରୋଗୀ ସେବା ପାଇବାରେ ସନ୍ତୁଷ୍ଟ ଅଛି କି ? ଏଣିକି ୫ଟିକୁ ସିଏମଓ ନିୟମିତ ଭାବରେ ତଦାରଖ କରିବେ । ଜନତାଙ୍କ ପାଖରେ ଉଭେୟ ପ୍ରଶାସନିକ ଅଧିକାରୀ ଏବଂ କ୍ଷମତାରେ ଥିବା ସରକାର ଉଭୟ ଦାୟୀ ବୋଲି ସେ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନକଲି ଡ଼ାକ୍ତର ଜେଲ ଗଲା

ନକଲି ଡ଼ାକ୍ତର ଜେଲ ଗଲା

Read More...

 ବିଜେପିରେ ଅଶ୍ୱିନୀ ବୈଷ୍ଣବ

ବିଜେପିରେ ଅଶ୍ୱିନୀ ବୈଷ୍ଣବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page