ବିଜେପିରେ ଅଶ୍ୱିନୀ ବୈଷ୍ଣବ

June 22, 2019, ଓଡ଼ିଶା, , Anupambharat News Bureau


 ବିଜେପିରେ ଅଶ୍ୱିନୀ ବୈଷ୍ଣବ
Anupambharat News Bureau
June 22, 2019

ଭୁବନେଶ୍ୱର, ୨୨ା୬ (ଅନୁପମ ମିଡିଆ) : ପୂର୍ବତନ ଆଇଏଏସ୍‌ ଅଶ୍ୱିନୀ ବୈଷ୍ଣବ ଶନିବାର ବିଜେପିରେ ସାମିଲ ହୋଇଛନ୍ତି । ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଅସି ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଏହି ସମୟରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସମୀର ମହାନ୍ତି, ଗୋଲକ ମହାପାତ୍ରଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ବିଜେପିରେ ଯୋଗ ଦେବାପରେ ଅଶ୍ୱିନୀ ବୈଷ୍ଣବ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି ।
ସେ କହିଛନ୍ତି ଯେ ଓଡ଼ିଶାବାସୀଙ୍କ ସେବା ପାଇଁ ବିଜେପି ସୁଯୋଗ ଦେଇଛି । ଦଳ ଏହି ସୁଯୋଗ ଦେଇଥିବାରୁ ମୁଁ ଧନ୍ୟବାଦ ଜଣାଉଛି । ଓଡ଼ିଶାର ପ୍ରଗତି, ବିକାଶ ପାଇଁ ଯାହା କରିବା କଥା ମୁଁ କରିବି । ସୂଚନାଥାଉକି , ଅଶ୍ୱିନୀଙ୍କୁ ବିଜେପି ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ କରିଛି । ଏହାକୁ ବିଜେଡି ସମର୍ଥନ ଜଣାଇଛି ।
ଅନ୍ୟପକ୍ଷରେ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ପ୍ରସଙ୍ଗରେ ଉଭୟ ବିଜେପି ଓ ବିଜେଡିକୁ କଂଗ୍ରସ ନେତା ସତ୍ୟ ନାୟକ ସମାଲୋଚନା କରିଛନ୍ତି । ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ଦ୍ୱାରା ଓଡ଼ିଶାର କ’ଣ ସ୍ୱାର୍ଥ ହାସଲ ହେଲା ବୋଲି ପ୍ରଶ୍ନ କରିଛନ୍ତି?
ସେ ଆହୁରି କହିଛନ୍ତି ଯେ ପୋଡ଼ା ଟ୍ରନ୍‌ସଫର୍ମର ଓ ଡବଲ ଇଞ୍ଜିନ ଏକାଠି ହେବାର କାରଣ କ’ଣ? ଚିଟ୍‌ଫଣ୍ଡରେ ଟଣା ହେବା ଆଶାଙ୍କାରେ ବିଜେପି କଥାକୁ ବିଜେଡି ମାନୁଛି ବୋଲି ସେ କହିଛନ୍ତି । ୧୯୯୪ ବ୍ୟାଚ୍‌ ଓଡ଼ିଶା କ୍ୟାଡରର ପୂର୍ବତନ ଆଇଏଏସ୍‌ ଅଶ୍ୱିନୀ ବୈଷ୍ଣବ କେଉଁ ଦଳର ପ୍ରାର୍ଥୀ ତାକୁ ନେଇ ସଂଶୟ ଲାଗି ରହିଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ସ୍ପଷ୍ଟୀକରଣ ଦେଇଛନ୍ତି । ବୈଷ୍ଣବ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ବୋଲି ନବୀନ ଘୋଷଣା କରିବାର ୩୦ ମିନିଟ୍‌ ପୂର୍ବରୁ ତାଙ୍କୁ ବିଜେପି ନିଜର ପ୍ରାର୍ଥୀ ବୋଲି ଟ୍ୱିଟର ମାଧ୍ୟମରେ ସୂଚନା ଦେଇଥିଲେ । ଯାହାକୁ ନେଇ ଗଣମାଧ୍ୟମରେ ଜୋରଦାର ଆଲୋଚନା ହେବା ପରେ ନବୀନ ପୁଣିଥରେ ସଫେଇ ଦେଇ କହିଥିଲେ ଯେ,ବୈଷ୍ଣବ ବିଜେପି ପ୍ରାର୍ଥୀ ଓ ବିଜେଡି ତାଙ୍କୁ ସମର୍ଥନ କରିବ । ବୈଷ୍ଣବଙ୍କ ପ୍ରାର୍ଥିତ୍ୱ ଓ ସମର୍ଥନ ପ୍ରସଙ୍ଗରେ ପ୍ରଧନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ତାଙ୍କ ସହ କଥା ହୋଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏଣିକି ଚତୁର୍ଥ ଶନିବାର ସରକାରୀ ଛୁଟି

ଏଣିକି ଚତୁର୍ଥ ଶନିବାର ସରକାରୀ ଛୁଟି

Read More...

 ସ୍କୁଲ ଯିବାକୁ ମିଳିବ ବାଟଖର୍ଚ୍ଚ

ସ୍କୁଲ ଯିବାକୁ ମିଳିବ ବାଟଖର୍ଚ୍ଚ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page