ନକଲି ଡ଼ାକ୍ତର ଜେଲ ଗଲା

June 25, 2019, ଓଡ଼ିଶା, , Anupambharat News Bureau


ନକଲି ଡ଼ାକ୍ତର ଜେଲ ଗଲା
Anupambharat News Bureau
June 25, 2019

ଚଣ୍ଡିଖୋଲ,୨୫ା୬ (ଅନୁପମ ମିଡିଆ): ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ଼ାକ୍ତର ପରିଚୟ ଦେଇ ପ୍ରସୁତୀମାନଙ୍କୁ ଚିକିତ୍ସା କରୁଥିବା ନକଲି ଡ଼ାକ୍ତର ନିହାର ରଂଜନ ସାମଲ(୩୪)ଙ୍କୁ ବଡ଼ଚଣା ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗତ କାଲି ରାତିରେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ପ୍ରସୂତି ଭବନରେ ନିଜକୁ ଡ଼ାକ୍ତର ପରିଚୟ ଦେଇ ଟେଥୋସ୍କୋପ ନେଇ ପ୍ରସୂତିଙ୍କର ବିଭିନ୍ନ ସମ୍ବଦେନଶୀଳ ସ୍ଥାନରେ ହାତ ମାରିବା ସହ ତାଙ୍କ ଚିକିତ୍ସା କରିଥିଲେ । ଏ ସମ୍ପର୍କରେ ଜଣେ ସେ୍ୱଚ୍ଛାସେବୀ ବଡ଼ଚଣା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇଁ ବଡ଼ଚଣା ପୋଲିସ ଗତକାଲି ରାତିରେ ନିହାରଙ୍କୁ ଗିରଫ କରି ଥାନାକୁ ଆଣିଥିଲେ । ବଡ଼ଚଣା ପୋଲିସ ଆଜି ନିହାରଙ୍କୁ ଚଣ୍ଡିଖୋଲ କୋର୍ଟରେ ହାଜର କରିଥିଲେ । ନାମିନ ନାମୁଞ୍ଜର ହେବାରୁ ତାଙ୍କୁ ଆଜି ଯାଜପୁର ଜେଲକୁ ପଠାଇଦିଆଯାଇଛି ।
କେସ୍‌ ନଂ ୧୩୯/୨୦୧୯, ଦଫା ୪୪୮, ୩୫୪ ଡ଼ି, ୪୧୯ ଆ.ପି.ସ ଧାରାରେ କେସ୍‌ ରୁଜୁ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
  ଲାଂଚ ନେଇ ପୋଲିସ ଏଏସଆଇ ଗିରଫ

ଲାଂଚ ନେଇ ପୋଲିସ ଏଏସଆଇ ଗିରଫ

Read More...

ଏଣିକି ଚତୁର୍ଥ ଶନିବାର ସରକାରୀ ଛୁଟି

ଏଣିକି ଚତୁର୍ଥ ଶନିବାର ସରକାରୀ ଛୁଟି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page